ଖୋଲିଲା ହୀରାକୁଦ ଜଳଭଣ୍ଡାରର ୩ ଗେଟ୍, ମୋଟ୍ ୧୦ ଗେଟ୍ ଦେଇ ଜଳ ନିଷ୍କାସନ ଜାରି
30/09/2023 at 11:26 AM

ସମ୍ବଲପୁର ୩୦।୯: ଖୋଲିଲା ହୀରାକୁଦ ଜଳଭଣ୍ଡାର ଆଉ ୩ଟି ଗେଟ୍ । ଫଳରେ ମୋଟ୍ ୧୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ହୀରାକୁଦ ଜଳଭଣ୍ଡାରର ବାମ ପାର୍ଶ୍ବରେ ୭ଟି ଏବଂ ଡାହାଣ ପାର୍ଶ୍ବରେ ୩ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି ।
ସୂଚନାଯୋଗ୍ୟ ଯେ, ସକାଳ ୯ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୯.୬୫ ଫୁଟ୍ ରହିଥିଲା । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୧ ଲକ୍ଷ ୧୬ ହଜାର ୮୮ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୧ ଲକ୍ଷ ୫୪ ହଜାର ୨୦୭ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିଲା ।
You Can Read :
Related Posts
ସୋଆ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କର କୃତିତ୍ୱ
4 December 2023