ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ ଗେଟ୍
21/09/2023 at 8:39 PM

ସମ୍ବଲପୁର, ୨୧/୯: ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ ଟି ଗେଟ୍। ଡାହାଣରୁ ୨ ଓ ବାମ ପଟରୁ ୪ ଗେଟ୍ ଖୋଲାଯାଇଛି। ବର୍ତ୍ତମାନ ୬ଟି ଗେଟ୍ ଦେଇ ବନ୍ୟାପାଣି ନିଷ୍କାସିତ ହେଉଛି। ଲଗାଣ ବର୍ଷା ଯୋଗୁଁ ଉପରମୁଣ୍ଡରେ ଜଳସ୍ତର ବୃଦ୍ଧି ପାଇଥିଲା।
ତେବେ ଏନେଇ ଗେଟ୍ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ରାଜ୍ୟରେ ବନ୍ୟା ସ୍ଥିତି ନଥିବା ଗତ ୧୭ ତାରିଖରେ ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି କହିଥିଲେ।
ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ ଏଯାବତ ସେପ୍ଟେମ୍ବର ମାସରେ ରାଜ୍ୟରେ ୨୮୪.୭ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୧୮୫.୪ ମିମି ତୁଳନାରେ ୫୩% ଅଧିକ ରହିଛି। ବର୍ତମାନ ସୁଦ୍ଧା ଏହା ସମ୍ପୂର୍ଣ୍ଣ ସେପ୍ଟେମ୍ବର ମାସର ବର୍ଷା ୨୩୫.୭ ମିମି ତୁଳନାରେ ୨୦ ପ୍ରତିଶତ ଅଧିକ ରହିଛି।