ହୀରକୁଦ ଡ୍ୟାମ୍ର ଆଉ ୩ ଗେଟ୍ ଖୋଲିଲା, ଜଳଭଣ୍ଡାରର ଜଳସ୍ତର ୬୨୦.୫୮ ଫୁଟ୍
5/08/2023 at 5:55 PM

ସମ୍ବଲପୁର ୫।୮: ହୀରାକୁଦର ଜଳଭଣ୍ଡାରର ଆଉ ୩ଟି ଗେଟ୍ ଖୋଲିଲା । ବର୍ତ୍ତମାନ ସମୁଦାୟ ୨୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି । ବାମ ପାର୍ଶ୍ବର ୧୩ଟି ଏବଂ ଡାହାଣ ପାର୍ଶ୍ବର ୭ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ଜଳଭଣ୍ଡାରର ଜଳସ୍ତର ୬୨୦.୫୮ ଫୁଟରେ ପହଞ୍ଚିଛି । ଆଗକୁ ଆହୁରି ଗେଟ୍ ଖୋଲିବାର ସମ୍ଭାବନା ରହିଛି ।
ସେପଟେ ଛତିଶଗଡ କେଲୋ ଡ୍ୟାମ୍ର ୮ଟି ଗେଟ୍କୁ ଖୋଲିଦେଇଛି । ବନ୍ୟାପାଣି ସମ୍ଭାଳି ନପାରିବାରୁ ୮ଟା ଯାକ ଗେଟ୍ ଖୋଲା ରଖିଛି ଛତିଶଗଡ । ଛତିଶଗଡର ବ୍ୟାରେଜ ଓ ଗେଟ୍ ପ୍ରଭାବରେ ରାୟଗଡ ଜିଲ୍ଲା ପୁସୌର ବ୍ଲକର ପୁଥର, କୁର୍ରା, ରାଣୀଡିହିଁ ପ୍ରଭୃତି ଗାଁ ବିଲରେ ମାଡି ଗଲାଣି ବନ୍ୟାପାଣି । ପୁରଥ ଗାଁର ଶିବ ମନ୍ଦିର ମଧ୍ୟ ପାଣି ଘେରରେ ରହିଛି ।
You Can Read :
Related Posts
ଖୁବ ଶୀଘ୍ର ରାଜ୍ୟ ସରକାର ଆଣିବେ ସିନେମା ପଲିସି, ଓଡିଆ ଭାଷାକୁ ଦିଆଯିବ ଗୁରୁତ୍ୱ
28 November 2023
ପୋଲିସ ପଞ୍ଝାରେ ଲୁଟେରା, ସୁନା ସହିତ ନଗଦ ଟଙ୍କା ଜବତ
28 November 2023