ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍ ବନ୍ଦ, ୨ଟି ଗେଟ୍ ଦେଇ ଜଳ ନିଷ୍କାସନ

Published By : Prameya-News7 Bureau | July 28, 2023 IST

ସମ୍ବଲପୁର ୨୮।୭: ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍ । ବର୍ତ୍ତମାନ ଦୁଇଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ବାମ ପାର୍ଶ୍ବରେ ଗୋଟିଏ ଏବଂ ଡାହାଣ ପାର୍ଶ୍ବରେ ଗୋଟିଏ ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ଶୁକ୍ରବାର ସକାଳ ୯ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୦୭.୪୧ ଫୁଟ୍ ରହିଥିଲା । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରୁଛି ୫୫ ହଜାର ୬୦ କ୍ୟୁସେକ ଜଳ । ସେହିଭଳି ୧ ଲକ୍ଷ ୫୭ ହଜାର ୧୩୨ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।

wp:embed {"url":"https://www.prameyanews7.com/4-more-gates-of-diamond-dam-have-been-opened/","type":"wp-embed","providerNameSlug":"prameya-news-7"}
https://www.prameyanews7.com/4-more-gates-of-diamond-dam-have-been-opened/
/wp:embed

ସୂଚନାଯୋଗ୍ୟ ଯେ, ବୁଧବାର ହୀରାକୁଦ ଜଳଭଣ୍ଡାରର ୪ଟି ଗେଟ୍ ବନ୍ଦ ହୋଇଥିଲା । ୪ଟି ଗେଟ୍ ବନ୍ଦ ପରେ ୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଥିଲା । ବାମ ପାର୍ଶ୍ବରେ ୬ଟି ଗେଟ୍ ଏବଂ ଡାହାଣ ପାର୍ଶ୍ବରେ ୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଥିଲା । ମୋଟ୍‌ ୧ ଲକ୍ଷ ୫୫ ହଜାର ୦୧୮ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଥିଲା । ୧ ଲକ୍ଷ ୧୮ ହଜାର ୦୪୮ କ୍ୟୁସେକ୍‌ ମହାନଦୀକୁ ଛଡା ଯାଇଥିବା ବେଳେ ପାୱାର୍‌ ଚ୍ୟାନେଲ ଦେଇ ୩୩ ହଜାର ୨୮୯ କ୍ୟୁସେକ୍‌, ବରଗଡ କେନାଲ ଦେଇ ୨୬୭୫ କ୍ୟୁସେକ୍‌, ଶାସନ କେନାଲରେ ୬୩୦ କ୍ୟୁସେକ୍‌ ଏବଂ ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରି ଦେଇ ୧୦୨ କ୍ୟୁସେକ୍‌ ଯୋଗାଣ ହେଉଥିଲା ।

You Can Read :

wp:embed {"url":"https://www.prameyanews7.com/excise-officials-attacked-during-raid-in-athagarh/","type":"wp-embed","providerNameSlug":"prameya-news-7"}
https://www.prameyanews7.com/excise-officials-attacked-during-raid-in-athagarh/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.