ହୀରାକୁଦକୁ ବିଦେଶୀ ପକ୍ଷୀଙ୍କ ଆଗମନ, ଜାନୁଆରୀ ୮ରୁ ହେବ ଗଣନା

Published By : Prameya-News7 Bureau | January 02, 2023 IST

ସମ୍ବଲପୁର ୦୨।୦୧ : ହୀରାକୁଦକୁ ବିଦେଶୀ ପକ୍ଷୀଙ୍କ ଆଗମନ । ଏପିରିକି ଜଳଭଣ୍ଡାରକୁ ଲାଗି ରହିଥିବା ଅନେକ ସ୍ଥାନକୁ ମଧ୍ୟ ଏହି ପକ୍ଷୀମାନେ ଆସୁଥିବାର ଦେଖାଦେଇଛି ।  ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରୁଛି ବିଦେଶୀ ପକ୍ଷୀଙ୍କ ଆଗମନ । ସେପଟେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି ହେବା ସହ ଆସନ୍ତା ୮ତାରିଖରୁ ପକ୍ଷୀ ଗଣନା କାମ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

{"id":728176,"sizeSlug":"full","linkDestination":"none"}

ହୀରାକୁଦ ଜଳଭଣ୍ଡାରରେ ବିଦେଶୀ ପକ୍ଷୀ ଗୁଡିକ ହଜାର ହଜାର କିଲୋମିଟର ଅତିକ୍ରମ କରି ଜଳଭଣ୍ଡାରକୁ ଆସିଥାନ୍ତି । ପ୍ରାୟତଃ ହ୍ୱୀସ୍‌ଲିଂ ଡ଼କ, ଲେଜର ହ୍ୱୀସ୍‌ଲିଂ ଡ଼କ, ପୋଚାର୍ଡ଼, ସୋଭେଲ, ର୍ଟନ,ଗିବ୍ସ ଏବଂ କୁଟ୍ ପ୍ରଜାତୀର ପକ୍ଷୀମାନେ ପ୍ରାୟତଃ ହୀରାକୁଦ ନଦୀ ବନ୍ଧ ଅଞ୍ଚଳକୁ ଆସୁଛନ୍ତି । ଏହାସହିତ ଥଣ୍ଡା ରହିବା ପର୍ଯ୍ୟନ୍ତ ଏ ଅଞ୍ଚଳରେ ପକ୍ଷୀ ଗୁଡିକ ରହିଥାନ୍ତି ।  ପକ୍ଷୀ ଗୁଡ଼ିକ ହଜାର ହଜାର ମାଇଲ୍ ଦୁର ଅତିକ୍ରମ କରି ଶୀତ ଦିନେ ଏଠାରେ ରହିବା ସହିତ ଶୀତ ସରିଲା ପରେ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି । ପଶ୍ଚିମ ଏସିଆ, ମାଲଦୀପ , ଇଉରୋପ , ଅଷ୍ଟ୍ରେଲିଆ, ଆଫ୍ରିକାରୁ ଏହି ପକ୍ଷୀ ଗୁଡ଼ିକ ଆସିଛନ୍ତି । 

{"id":728178,"sizeSlug":"full","linkDestination":"none"}

ଗତ ବର୍ଷ ୮୦ରୁ ଅଧିକ ପ୍ରଜାତିର ପକ୍ଷୀ ଆସିଥିବା ବେଳେ ଏବର୍ଷ ମଧ୍ୟ ଅଧିକ ପ୍ରଜାତିର ପକ୍ଷୀ ଆସିବାର ଆଶା କରାଯାଇଛି । ପ୍ରତିବର୍ଷ ଜାନୁଆରୀ ପ୍ରଥମରୁ ଦ୍ୱିତୀୟ ସପ୍ତାହ ମଧ୍ୟରେ ଏମାନଙ୍କ ଗଣନା ମଧ୍ୟ କରାଯିବା ସହ ସୁରକ୍ଷା ମଧ୍ୟ ଦିଆଯାଏ । ଚଳିତ ବର୍ଷର ଜାନୁଆରୀ ୮ ତାରିଖରେ ପକ୍ଷୀ ଗଣନା କରାଯିବ ବୋଲି ବନ୍ୟପ୍ରାଣୀ ଡିଭିଜନ ଡିଏଫଓ ଅଂଶୁପ୍ରଜ୍ଞା ଦାଶ ସୂଚନା ଦେଇଛନ୍ତି | ଏଥର ୧୫ଟି ସେକ୍ଟରରେ ୬୦ଜଣ ନିୟୋଜିତ ହେବେ ବୋଲି ସୂଚନା ମିଳିଛି | ୮ ତାରିଖ ଦିନ ଜଳଭଣ୍ଡାରରେ ସମସ୍ତ ପ୍ରକାର କାର୍ଯ୍ୟକଳାପ ବାରଣ କରାଯିବ |

{"id":728179,"sizeSlug":"full","linkDestination":"none"}

ତେବେ ବର୍ତ୍ତମାନ ଡିସେମ୍ବର ତଥା ପିକନିକ ରୁତୁ ଚାଲିଥିବାରୁ ପକ୍ଷୀଙ୍କ ଆଗମନ ଓ ପଯ୍ୟଟକଙ୍କ ଆକୃଷ୍ଟତା ପଯ୍ୟଟନ ପାଇଁ ମାଇଲଖୁଣ୍ଟ ସାଜିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.