୨ ବର୍ଷର ଶିଶୁକୁ ଗିଳିଦେଲା ଜଳହସ୍ତୀ, ବାନ୍ତିରେ ବାହାରିଲା ଜୀବିତ

Published By : Prameya-News7 Bureau | December 16, 2022 IST

ନୂଆଦିଲ୍ଳୀ, ୧୬/୧୨: ଅନେକ ସମୟରେ ଭୋକ ଯୋଗୁଁ କୌଣସି ପ୍ରାଣୀ ଆକ୍ରାମକ ହୋଇପଡ଼ିଥାନ୍ତି। ଏମିତିକି ମଣିଷଙ୍କ ଉପରକୁ ମଧ୍ୟ ଆକ୍ରମଣ କରିଥାନ୍ତି। ଏବେ ଏହିଭଳି ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଏକ ୨ ବର୍ଷର ଶିଶୁକୁ ଜୀଅନ୍ତା ଗିଳିଦେଇଥିଲା ଏକ ଜଳହସ୍ତୀ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ୟୁଗାଣ୍ଡାରେ।

ସୂଚନା ଅନୁଯାୟୀ, ପିଲାଟି ରବିବାର କତଓ୍ବେ କାବାଟୋରୋ ଟାଉନର ଏକ ହ୍ରଦ ନିକଟରେ ଖେଳୁଥିଲା। ଏହି ସମୟରେ ହଠାତ୍ ହିପ୍ପୋଟି ହ୍ରଦ ଭିତରୁ ବାହାରି ପିଲାଟିକୁ ଗିଳିଦେଇଥିଲା। କିନ୍ତୁ ଜଳହସ୍ତୀ ପିଲାଟିକୁ ଗିଳିଦେବା ପୂର୍ବରୁ ସେଠାରେ ଥିବା ଜଣେ ଯୁବକ ଦେଖିନେଇଥିଲେ ଏବଂ ସେ ହିପ୍ପୋ ଉପରକୁ ପଥର ଫିଙ୍ଗିବା ଆରମ୍ଭ କରିଥିଲେ। ଆଉ ପଥର ମାଡ଼ରେ ଜଳହସ୍ତୀ ବାନ୍ତି କରିଥିଲା ଫଳରେ ପିଲାଟି ଜୀବିତ ବାହାରକୁ ବାହାରି ଆସିଥିଲା।

ୟୁଗାଣ୍ଡା ପୋଲିସ କୁହାଯାଇଛି ଯେ ଏଭଳି ଘଟଣା ପ୍ରଥମ ଯେତେବେଳେ ଗୋଟିଏ ହିପ୍ପୋ ହ୍ରଦ ବାହାରକୁ ଆସି କୌଣସି ଛୋଟ ପିଲା ଉପରେ ଆକ୍ରମଣ କରିଛି। ତେବେ ପିଲାଟିକୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ତାଙ୍କର ଚିକିତ୍ସା କରାଯାଇଥିଲା ଏବଂ ସମସ୍ତ ପ୍ରତିଷେଧକ ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। ତେବେ କୌଣସି ଜଳଚର ପ୍ରାଣୀ ଏପରି ଭାବରେ ଜିଅନ୍ତା ଗିଳିବା ଘଟଣା ସାମ୍ନାକୁ ଆସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.