ନର୍ଥ ଆଫ୍ରିକାର ଟ୍ୟୁନିସିଆରେ ପୁରସ୍କୃତ ହେଲା ହିଞ୍ଜିଳିକାଟୁର କ୍ଷୁଦ୍ର ଚଳଚ୍ଚିତ୍ର ‘ଅନନ୍ୟା’

Published By : Prameya-News7 Bureau | August 20, 2022 IST

ହିଞ୍ଜିଳିକାଟୁ ୨୦।୮: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁର ନୃତ୍ୟମ୍ କଳା ଗବେଷଣା କେନ୍ଦ୍ର ପକ୍ଷରୁ ସ୍ବଚ୍ଛତା ଉପରେ ଆଧାରିତ କ୍ଷୁଦ୍ର ଚଳଚ୍ଚିତ୍ର ‘ଅନନ୍ୟା’ ବିଶ୍ଵ ଦରବାରରେ ପୁରସ୍କୃତ । ଟ୍ୟୁନିସିଆ ପକ୍ଷରୁ ଆୟୋଜନ ‘ଫିବସ୍ ଫେଷ୍ଟିଭାଲ’ ୨୦୨୨ରେ ଏହା ପୁରସ୍କୃତ ହୋଇଛି ।

{"id":673404,"sizeSlug":"full","linkDestination":"none"}

ଏହି ଫେଷ୍ଟିଭାଲରେ ପୁରସ୍କୃତ ହୋଇ ହିଞ୍ଜିଳିକାଟୁର କ୍ଷୁଦ୍ର ଚଳଚ୍ଚିତ୍ର ‘ଅନନ୍ୟା’ ଆମ ଦେଶ ପାଇଁ ଗର୍ବ ଆଣିଛି । ଏହାର ନିର୍ଦ୍ଦେଶନା ଦାୟିତ୍ବ କ୍ରିଷ୍ଣା ଡି.କେ. ନେଇଥିବା ବେଳେ ଷ୍ଟୋରୀ ରାଇଟର ଭାବେ ପ୍ରିୟମ୍ବଦା ପଟ୍ଟନାୟକ ଏବଂ ଅଭିନୟର ଦାୟିତ୍ବ ସୋନମ୍ ଏବଂ ମଧୁସୂଦନ ନେଇଥିଲେ । କ୍ରିଷ୍ଣା ଡି.କେ. ଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ସତ୍ତ୍ବେ ରାଜ୍ୟ ସରକାରଙ୍କ ସହାୟତାରେ ସୁଦୂର ଟ୍ୟୁନିସିଆ ଯାଇ ସେ ପୁରସ୍କାର ହାତେଇ ପାରିଛନ୍ତି । ଯାହାକି ଆଜି ସାରା ଭାରତ ବର୍ଷ ପାଇଁ ଏକ ଗର୍ବର ବିଷୟ ହୋଇପାରିଛି ।

{"id":673405,"sizeSlug":"full","linkDestination":"none"}

ଏହି ଫେଷ୍ଟିଭାଲରେ ପ୍ରାୟ ୨୦ରୁ ଅଧିକ ଦେଶ ଭାଗ ନେଇଥିଲେ । ଏହା ପ୍ରାୟ ୩ ଦିନ ଧରି ଆୟୋଜନ ହୋଇଥିଲା । ଫିବସ୍‌ର ନିର୍ଦ୍ଦେଶକ ୱାଲିଡ୍ ବିନ୍ ହାସାନି ଏହାକୁ ଆୟୋଜନ କରିଥିଲେ । ସହ ନିର୍ଦ୍ଦେଶକ ଭାବେ ଲତିଫା ଏହି ଫେଷ୍ଟିଭାଲକୁ ପରିଚାଳନା କରିଥିଲେ ।

{"id":673406,"sizeSlug":"full","linkDestination":"none"}

‘ଅନନ୍ୟା’ ଚଳଚ୍ଚିତ୍ରକୁ ଦୁଇଟି ୧. ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ୨. ବେଷ୍ଟ୍ ସେନ୍ସେସନ୍ ଭାବେ ପୁରସ୍କୃତ କରାଯାଇଛି । ଏଥିପାଇଁ ହିଞ୍ଜିଳିକାଟୁ ମାଟିର କଳା ଆଜି ବିଶ୍ଵ ଦରବାରରେ ସମ୍ମାନୀତ ହୋଇପାରିଛି । ନୃତ୍ୟମ୍ ଅନୁଷ୍ଠାନର ଗୁରୁ କ୍ରିଷ୍ଣା ଡି.କେ. ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହିତ ଅଞ୍ଚଳବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।ଅଗଷ୍ଟ ୧୫ ତାରିଖ ଏହି ପୁରସ୍କାରଟି ପାଇ ବେଶ୍ ଆନନ୍ଦ ଅନୁଭବ କରିଛନ୍ତି ବୋଲି ସେ ମତ ଦେଇଛନ୍ତି । ବିଦେଶ ମାଟିର ନିଜ ତ୍ରିରଙ୍ଗା ପତାକା ଉଡ଼ାଇବାର ସୌଭାଗ୍ୟ ପାଇଥିବାରୁ ସେ ନିଜକୁ ଗର୍ବ ଅନୁଭବ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.