ଚଣ୍ଡିଖୋଲର ପ୍ରସିଦ୍ଧ ହିଙ୍ଗୁଳା ଯାତ୍ରା, ମା’ଙ୍କ ଆଶିଷ ଭିକ୍ଷା ପାଇଁ ଭକ୍ତଙ୍କ ଭିଡ
31/03/2023 at 1:44 PM

ଚଣ୍ଡିଖୋଲ ୩୧।୦୩ : ଆରମ୍ଭ ହୋଇଛି ମା ହିଙ୍ଗୁଳାଙ୍କ ଯାତ୍ରା । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ମର୍ଜିତାପୁର ଠାରେ ୫୭ ତମ ମା’ ହିଙ୍ଗୁଳାଙ୍କ ଯଜ୍ଞ ମହୋତ୍ସବ ଅନୁଷ୍ଠିତ ହେଉଛି। ଏହି ଅବସରରେ ମା’ଙ୍କ ପାଖରେ ଅଙ୍କୁରରୋପଣ, କଳସ ଯାତ୍ରା, ସୂର୍ଯ୍ୟ ପୂଜା, ଗୋ ପୂଜା, ଷୋଡଶ ଉପଚାର ପୂଜା, ହୋମ ଯଜ୍ଞ ଅନୁଷ୍ଠିତ ହେଉଛି ।

ରୀତିନୀତିରେ ମାଙ୍କ ପୂଜାର୍ଚ୍ଚନା କରାଯାଉଛି। ପାଞ୍ଚ ଦିନ ଧରି ଏହି ଯଜ୍ଞ ଅନୁଷ୍ଠିତ ହେବ । ମା ହିଙ୍ଗୁଳାଙ୍କୁ ଦର୍ଶନ କଲେ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି । ବିଭିନ୍ନ ସ୍ଥାନରୁ ଭକ୍ତମାନେ ଆସି ମାଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରୁଛନ୍ତି । ସ୍ଥାନୀ ଅଞ୍ଚଳରେ ଏହା ଏକ ଗଣପର୍ବ ଭାବେ ପାଳନ କରାଯାଉଛି । ପ୍ରତିଦିନ ସଂଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।