ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ଭାରତରେ ବ୍ୟାନ ହେବ ୧୨୦୦୦ ଟଙ୍କାରୁ ଶସ୍ତା ଚାଇନିଜ ଫୋନ, ଶୀଘ୍ର ଘୋଷଣା କରିବେ ସରକାର

8/08/2022 at 7:37 PM

ନୂଆଦିଲ୍ଲୀ:  ଚାଇନିଜ୍ ଆପ୍ ପରେ ଏବେ ଚୀନର ମୋବାଇଲ କମ୍ପାନି ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛନ୍ତି ସରକାର । ରିପୋର୍ଟ ଅନୁସାରେ ୧୨ ହଜାରରୁ କମ ମୂଲ୍ୟର ଚାଇନିଜ୍ ଫୋନକୁ ଭାରତରେ ବ୍ୟାନ କରାଯିବ । ବ୍ଲୁମବର୍ଗର ଏକ ରିପୋର୍ଟର ଅନୁସାରେ, ସରକାରଙ୍କ ଏହି ନିଷ୍ପତ୍ତି ଲାଭା, ମାଇକ୍ରୋମ୍ୟାକ୍ସ ପରି ଘରୋଇ କମ୍ପାନିକୁ ପ୍ରୋତ୍ସାହିତ କରିବା ପାଇଁ ନିଆଯାଇଛି ।

ଭାରତ ସରକାରଙ୍କ ଏହି ନିଷ୍ପତ୍ତି ପରେ Xiaomi, Vivo, Oppo, Poco, Redmi, Realme ପରି କମ୍ପାନିକୁ ବଡ ଝଟକା ଦେବ । ତେବେ ଏହି ପ୍ରସଙ୍ଗରେ ସରକାରଙ୍କ ପକ୍ଷରୁ କିମ୍ୱା ଚୀନ କମ୍ପାନି ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ଆନୁଷ୍ଠାନିକ ବାୟନ ସାମନାକୁ ଆସି ନାହିଁ ।

ସରକାରଙ୍କ ଏହି ନିଷ୍ପତ୍ତିର ଉଦ୍ଦେଶ୍ୟ, ଏଣ୍ଟ୍ରି ଲେଭଲ ସେଗମେଣ୍ଟରେ ଘରୋଇ କମ୍ପାନିଙ୍କ ଦବଦବା ବଜାୟ ରଖିବା । ଉଲ୍ଲେଖଯୋଗ୍ୟ ଭାରତ ବର୍ତ୍ତମାନ ବିଶ୍ୱର ଦ୍ୱିତୀୟ ସବୁଠୁ ବଡ଼ ସ୍ମାର୍ଟଫୋନ ବଜାର, କିନ୍ତୁ ଏହା ଚାଇନିଜ କମ୍ପାନି କବଜାରେ ରହିଛି । ଘରୋଇ କମ୍ପାନି ଗୁଡିକ ଏହି ଚାଇନିଜ କମ୍ପାନି ଗୁଡିକୁ ଟକ୍କର ଦେଇ ପାରୁ ନାହାନ୍ତି ।

ବଜାର ଉପରେ ନଜର ରଖୁଥିବା ଫାର୍ମା କମ୍ପାନି ଅନୁସାରେ, ୨୦୨୨ ଜୁନ ସୁଦ୍ଧା ତ୍ରୟମାସିକ ବିକ୍ରିରେ ୧୫୦ ଡାଲରୁ କମ ଟଙ୍କା ସ୍ମାର୍ଟଫୋନର ଯୋଗଦାନ ଏକ ତୃତୀୟଂଶ ରହିଛି । ଏଥିରେ ଚାଇନିଜ୍ କମ୍ପାନିଙ୍କ ଶିପମେଣ୍ଟ ୮୦ ପ୍ରତିଶତ ରହିଛି ।

ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଚୀନର ମୋବାଇଲ କମ୍ପାନି Xiaomi, Vivo, Oppo ଆୟକର ବିଭାଗର ନଜରରେ ରହିଛି । ଏହି କମ୍ପାନି ଗୁଡିକ ଉପରେ ଟିକସ ଚୋରିର ଅଭିଯୋଗ ରହିଛି । ନିକଟରେ ଏହି କମ୍ପାନି ଗୁଡିକ ବିଭିନ୍ନ ଶାଖା ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢଉ କରିଥିଲା ।

   Related Posts