ନୂଆଦିଲ୍ଲୀ: ଦୁନିଆର ତୃତୀୟ ସବୁଠୁ ବଡ଼ ରୂପା ଉତ୍ପାଦନକାରୀ କମ୍ପାନି ହୋଇଛି ବେଦାନ୍ତ ଗ୍ରୁପ୍ର ହିନ୍ଦୁସ୍ତାନ ଜିଙ୍କ୍ । ଗୁରୁବାର, କମ୍ପାନି ତରଫରୁ ଏକ ବିବୃତ୍ତିରେ କୁହାଯାଇଛି ଯେ, ଏକ ସର୍ଭେ ଅନୁଯାୟୀ, ରାଜସ୍ଥାନ ସ୍ଥିତ ସିନ୍ଦସର ଖୁର୍ଦ ଖଣି ଦୁନିଆର ଦ୍ବିତୀୟ ସବୁଠୁ ବଡ଼ ରୂପା ଉତ୍ପାଦନକାରୀ ଖଣି ହୋଇଛି। ଗତ ବର୍ଷ ଏହା ଚତୁର୍ଥ ସ୍ଥାନରେ ରହିଥିଲା।
ହିନ୍ଦୁସ୍ତାନ ଜିଙ୍କ୍ ଅଧ୍ୟକ୍ଷ ପ୍ରିୟା ଅଗ୍ରଓ୍ବାଲ ହେବର କହିଛନ୍ତି ‘‘ରୂପା ଶକ୍ତି ସଂପ୍ରସାରଣରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥାଏ। ହିନ୍ଦୁସ୍ତାନ ଜିଙ୍କ୍ର ଉତ୍ପାଦନରେ ବାର୍ଷିକ ପାଞ୍ଚ ପ୍ରତିଶତ ବୃଦ୍ଧି ହୋଇଛି।ତେବେ ଉନ୍ନତ ଗ୍ରେଡର ଖଣିଜ ପିଣ୍ଡ ଉତ୍ପାଦନରେ ବୃଦ୍ଧି ଯୋଗୁଁ ଏହି ସଫଳତା ହାସଲ କରିଛି କମ୍ପାନି।ଆଉ ଉନ୍ନତମାନ କାରଣରୁ ବୈଶ୍ବିକ ରୂପା ବଜାରରେ ଏକ ପ୍ରମୁଖ କମ୍ପାନି ଭାବରେ ହିନ୍ଦୁସ୍ତାନ ଜିଙ୍କ୍ର ସ୍ଥିତି ମଜଭୁତ ହୋଇଛି।’’
ଜିଙ୍କ୍, ସୀସା ଏବଂ ରୂପା ବ୍ୟବସାୟରେ ହିନ୍ଦୁସ୍ତାନ ଜିଙ୍କ୍ ଦୁନିଆର ସବୁଠୁ ବଡ଼ ଜିଙ୍କ୍ ଉତ୍ପାଦକ ଏବଂ ଏବେ ତୃତୀୟ ସବୁଠୁ ବଡ଼ ରୂପା ଉତ୍ପାଦକ। କମ୍ପାନିର ଭେରତରେ ବଢ଼ୁଥିବା ଜିଙ୍କ୍ ବଜାରରେ ପ୍ରାୟ ୭୫ ପ୍ରତିଶତ ବଜାର ସେୟାର ରହିଛି।ଏହାର ଜିଙ୍କ୍, ସୀସା ଖଣି ଏବଂ କାରଖାନା ସମଗ୍ର ରାଜସ୍ଥାନରେ ପରିବ୍ୟାପ୍ତ।