ପାକିସ୍ତାନରୁ ଫେରିବା ବିତିଗଲାଣି ୫ ବର୍ଷ: ଆଜି ମଧ୍ୟ ନିଜ ବାପା-ମା'ଙ୍କୁ ଖୋଜୁଛନ୍ତି 'ହିନ୍ଦୁସ୍ତାନ କି ବେଟି' ଗୀତା

Published By : Prameya-News7 Bureau | December 16, 2020 IST

ନୂଆଦିଲ୍ଲୀ ୧୬/୧୨ : ମଧ୍ୟ ପ୍ରଦେଶ ଇନ୍ଦୋରର ମୁକ-ବଧିର ଗୀତାଙ୍କୁ ପାକିସ୍ତାନରୁ ଫେରିବା ୫ ବର୍ଷ ବିତିଗଲାଣି କିନ୍ତୁ ତାଙ୍କ ବାପା-ମା'ଙ୍କ ଏବେ ଯାଏଁ କିଛି ପତ୍ତା ମିଳିନି। ନିଜ ବାପା-ମା'ଙ୍କୁ ଖୋଜି ଖୋଜି ଗୀତା ବର୍ତ୍ତମାନ ମହାରାଷ୍ଟ୍ର ନନ୍ଦେଡରେ ପହଞ୍ଚିଛନ୍ତି। ପାଖାପାଖି ୨୦ ବର୍ଷ ପୂର୍ବରୁ ଲାହୋର ଷ୍ଟେସନରେ ସମଝୋତା ଏକ୍ସପ୍ରେସରେ ପାକିସ୍ତାନୀ ସେନା ଗୀତାଙ୍କୁ ପାଇଥିଲେ। ସେତେବେଳେ ଗୀତାଙ୍କ ବୟସ ୭-୮ ବର୍ଷ ଥିଲା। ଗୀତାଙ୍କୁ ଇଦି ଫାଉଣ୍ଡେସନ ସହ ଜଡିତ ଜଣେ ବ୍ୟକ୍ତି ପୋଷ୍ୟ କନ୍ୟା ଭାବେ ଗ୍ରହଣ କରିଥିଲେ।

{"id":378257,"sizeSlug":"large","linkDestination":"none"}

ତତ୍କାଳୀନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ତମାମ ପ୍ରୟାସ ପରେ ୨୦୧୫ ମସିହା ଅକ୍ଟୋବର ୨୬ ତାରିଖରେ ଗୀତାଙ୍କୁ ଭାରତକୁ ଫେରାଇ ଆଣିଥିଲେ। ସୁଷମା ସ୍ୱରାଜ ଗୀତାଙ୍କୁ 'ହିନ୍ଦୁସ୍ତାନ କି ବେଟି' ଡାକୁଥିଲେ। ସୁଷମା ସ୍ୱରାଜ ଗୀତାଙ୍କୁ ସାକ୍ଷାତ କରି ତାଙ୍କୁ ଆଶ୍ୱାସନା ଦେଇଥିଲେ ଯେ ସରକାର ତାଙ୍କ ବାପା-ମା'ଙ୍କୁ ଖୋଜିବାକୁ ପୁରା ପ୍ରୟାସ କରୁଛି। ବର୍ତ୍ତମାନ ଗୀତାଙ୍କ ବୟସ ପାଖାପାଖି ୩୦ ବର୍ଷ। ବର୍ତ୍ତମାନ ସେ ମଧ୍ୟ ପ୍ରଦେଶ ଇନ୍ଦୋର ସହରରେ ଦିବ୍ୟାଙ୍ଗଙ୍କ ଏକ ଏନଜିଓ 'ଆନନ୍ଦ ସର୍ଭିସ ସୋସାଇଟି'ରେ ରହୁଛନ୍ତି।

{"id":378258,"sizeSlug":"large","linkDestination":"none"}

ଇତି ମଧ୍ୟରେ ଅନେକ ଦମ୍ପତ୍ତି ଆଗକୁ ଆସି ଗୀତାଙ୍କ ଅଭିଭାବକ ବୋଲି ଦାବି କରିଛନ୍ତି। କିନ୍ତୁ ଗୀତା ସେମାନଙ୍କ ମଧ୍ୟରୁ କାହାକୁ ବି ଚିହ୍ନି ପାରିଲେନି। ସେମାନଙ୍କ ମଧ୍ୟରୁ କେହି ବି ନିଜ ଦାବି ଅନୁଯାୟୀ କୌଣସି ପ୍ରମାଣ ଦେଇପାରିନଥିଲେ। ଇନ୍ଦୋରର ସରକାରୀ ଅଧିକାରୀ ଏବଂ ଏନଜିଓ ଏବେ ମଧ୍ୟ ତାଙ୍କ ବାପା-ମା'ଙ୍କୁ ଖୋଜୁଛନ୍ତି।

{"id":378260,"sizeSlug":"large","linkDestination":"none"}

ସେ ନିଜେ ମଧ୍ୟ ହାର ମାନିନାହାନ୍ତି। ମଙ୍ଗଳବାର ଦିନ ସେ ଏନଜିଓର ସଦସ୍ୟଙ୍କ ସହ ନିଜ ବାପା-ମା'ଙ୍କୁ ଖୋଜୁବାକୁ ନନ୍ଦେଡ଼ରେ ପହଞ୍ଚିଥିଲେ। ଏନଜିଓର ସାଙ୍କେତିକ ଭାଷାର ବିଶେଷଜ୍ଞ ଜ୍ଞାନେନ୍ଦ୍ର ପୁରୋହିତଙ୍କ ସାହାଯ୍ୟରେ ଗୀତା ସାମ୍ବାଦିକଙ୍କୁ କହିଛନ୍ତି ଯେ ସେ ନିଜ ବାପା-ମା'ଙ୍କୁ ଖୋଜିବାକୁ ଚେଷ୍ଟା କରୁଛନ୍ତି। ସେ କହିଛନ୍ତି ତାଙ୍କ ଘର ଏକ ରେଳ ଷ୍ଟେସନ ନିକଟରେ ଥିଲା। ତାଙ୍କ ଘର ପାଖରେ ଏକ ହସ୍ପିଟାଲ, ମନ୍ଦିର ଓ ନଦୀ ମଧ୍ୟ ଥିଲା।

{"id":378259,"sizeSlug":"large","linkDestination":"none"}

ଜ୍ଞାନେନ୍ଦ୍ର ପୁରୋହିତ କହିଛନ୍ତି, ସଚଖଣ୍ଡ ଏକ୍ସପ୍ରେସ ନାନ୍ଦେଡରୁ ଅମୃତସର ଯାଏ ଏବଂ ସେଠାରୁ ସମଝୋତା ଏକ୍ସପ୍ରେସ ପାକିସ୍ତାନ ଯାଏ। ସେହି ସମଝୋତା ଏକ୍ସପ୍ରେସରେ ଗୀତାଙ୍କୁ ପାକିସ୍ତାନୀ ସେନା ପାଇଥିଲେ। ନାନ୍ଦେଡର ପୋଲିସ ନିରୀକ୍ଷକ ଦ୍ୱାରକାଦଶ ଚି଼ଖଲିକର କହିଛନ୍ତି ଯେ ତାଙ୍କର ଏକ ଟିମ ଗୀତା ଓ ଜ୍ଞାନେନ୍ଦ୍ର ପୁରୋହିତଙ୍କୁ ଗୀତାଙ୍କ ବାପା-ମା'ଙ୍କୁ ଖୋଜିବାରେ ସାହାଯ୍ୟ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.