AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁମ୍ୱାଇ: ଗୁଲମର୍ଗ ସ୍କିଂ ରିସର୍ଟରେ ହିମସ୍ଖଳନ, ଫସିଲେ ଅନେକ ବିଦେଶୀ ଟୁରିଷ୍ଟ
  • ||
  • ନବ ଦାସ ହତ୍ୟା ମାମଲା, ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଜେ.ପି ଦାସ କରିବେ ତଦନ୍ତର ତଦାରଖ
  • ||
  • ଭୁବନେଶ୍ୱର: ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି, ଟ୍ୱିନସିଟିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ବଜେଟ୍: ସୁନା-ରୁପା, ସିଗାରେଟ୍ ମହଙ୍ଗା, ଶସ୍ତା ହେଲା ଟିଭି ଉପକରଣ ଓ ସାଇକେଲ୍, ଖେଳନା
  • ||
  • ବଜେଟ୍‌ ଫୋକସ୍; ୨୦୪୭ ସୁଦ୍ଧା ଦୂର ହେବ ଏମିନିଆ, ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଲକ୍ଷ୍ୟ
  • ||
  • ବଜେଟ୍‌ ଫୋକସ୍; ୨୦୪୭ ସୁଦ୍ଧା ଦୂର ହେବ ଏମିନିଆ, ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଲକ୍ଷ୍ୟ
  • ||
  • ଢେଙ୍କାନାଳ: ରାସ୍ତାରେ ଓଲଟିପଡ଼ିଲା ଯାତ୍ରୀବାହୀ ଅଟୋ, ୯ ଆହତ
  • ||

୨୦୫୦ ବେଳକୁ ଏସିଆରେ ଉପୁଜିପାରେ ମରୁଡି, ନଷ୍ଟ ହେଉଛି ପ୍ରାକୃତିକ ଜଳ ଉତ୍ସ

2/03/2020 at 4:45 PM

ନୂଆଦିଲ୍ଲୀ :  ଇଣ୍ଡିଆନ ସ୍କୁଲ ଅଫ ବିଜନେସ୍, ହାଇଦ୍ରାବାଦଙ୍କ ଏକ ଅଧ୍ୟୟନରୁ ୨୦୫୦ ବେଳକୁ ଏସିଆର ବିସ୍ତୃତ ଅଞ୍ଚଳରେ ମରୁଡିର ପଦଧ୍ୱନୀ ଶୁଣାଯିବବୋଲି ଜଣାପଡିଛି। ହିନ୍ଦକୁଶ ହିମାଳୟ ସହରାଞ୍ଚଳ (ଏଚକେଏଚ୍) ଉପରେ କରାଯାଇଥିବା ଏହି ଅଧ୍ୟୟନରେ ପ୍ରାକୃତିକ ଜଳଉତ୍ସ ନଷ୍ଟ ହେଉଥିବାରୁ ଏଭଳି ଆଶଙ୍କାବ୍ୟକ୍ତ କରିଛନ୍ତି। ଏହା କେବଳ ସମ୍ବଦ୍ଧିତ ଅଞ୍ଚଳର ଯୋଗାଣ ଓ ଚାହିଦା ଯୋଗୁ ହେବାକୁ ଯାଉଥିବା ବେଳେ ଏଥିରେ ପାଗ ପରିବର୍ତ୍ତନ ସ୍ଥିତିକୁ ଅଧିକ ଜଟିଳ କରିପାରେ ବୋଲି କୁହାଯାଇଛି ।

ଅଧ୍ୟୟନରେ ଭାରତର ଦେବପ୍ରୟାଗ, ମସୁରୀ, ସିଙ୍ଗତମ ଓ କାଲିମପଙ୍ଗ ହିମାଳୟ ଅନ୍ତର୍ଗତ ଅଞ୍ଚଳକୁ ସାମିଲ କରାଯାଇଥିବା ବେଳେ ନେପାଲର ଡମାଉଲୀ ଓ ତାନସେନ ଏବଂ ପାକିସ୍ତାନର ହାଭେଲିୟନ ଓ ମୁରିକୁ ସାମିଲ କରାଯାଇଥିଲା। ଏଚକେଏଚ୍‌ର ଏହି ୮ଟି ସହରରେ ଚାହିଦା ଓ ଯୋଗାଣ ଏବେ ୨୦ ଏବଂ ୭୦ ପ୍ରତିଶତରେ ରହିଛି। ତେବେ ବର୍ତ୍ତମାନର ସ୍ଥିତି ଆଗକୁ ରହିନପାରେ ବୋଲି ଗବେଷକମାନେ ଆକଳନ କରିଛନ୍ତି। ସେତେବେଳେ ହୁଏତ ଯୋଗାଣ ଓ ଚାହିଦା ବହୁଗୁଣିତ ହୋଇଥିବ।

ଅନୁଧ୍ୟାନ ଅନୁସାରେ ଏବେ ମସୁରି ଦୈନିକ ୯.୨ ନିୟୁତ ଲିଟର ପାଣ ଆବଶ୍ୟକ କରୁଛି। ତେବେ ପର୍ଯ୍ୟଟନ ଋତୁରେ ଏହି ଚାହିଦା ଦୈନିକ ୧୪ ନିୟୁତ ଲିଟରରେ ପହଞ୍ଚିଥାଏ। ତେବେ ମସୁରୀର ଦୈନିକ ସ୍ଥାନୀୟ ଜଳ ଆବଶ୍ୟକତା ୬.୯ ନିୟୁତ ଲିଟର ବୋଲି କୁହାଯାଇଛି। ମସୁରି ଓ ଦେବପ୍ରୟାଗର ଅଧିକାଂଶ ଲୋକେ ପାନୀୟ ଜଳ ଲାଗି ନଗରପାଳିକା ଜଳଯୋଗାଣ ବ୍ୟବସ୍ଥା ଉପରେ ନିର୍ଭର କରୁଛନ୍ତି। ତେବେ ପାଳିକାର ଜଳ ଯୋଗାଣ ସମସ୍ୟା ହେଲେ ଗଙ୍ଗା ନଦୀ ସେମାନଙ୍କର ଏକମାତ୍ର ଭରସା। ତେବେ ଏପରି ସମସ୍ୟା କେବଳ ବର୍ଷାଋତୁରେ ହୋଇଥାଏ।

ତେବେ ଉତ୍ତରାଖଣ୍ଡର ଏହି ୨ ଶୈଳନିବାସର ମୋଟ ଜଳ ଆବଶ୍ୟକତା ଝରଣା ପାଣିରୁ ପୂରଣ ହୋଇଥାଏ। ଉଭୟ ସହରର ୨୦ଟି ଝରଣା ଦୈନିକ ୯ ନିୟୁତ ଲିଟର ପାଣି ଯୋଗାଇଦେଉଛନ୍ତି। ଦେବପ୍ରୟାଗର ମଧ୍ୟ ୨ଟି ଝରଣା ଲୋକଙ୍କ ପାଣି ଆବଶ୍ୟକତା ପୂରଣ କରୁଛନ୍ତି। ତେବେ ଏଚକେଏଚ୍ ଅଞ୍ଚଳରେ ଜଳ ଯୋଗାଣର ଉତ୍ସ କେବଳ ଝରଣା ହୋଇଥିବାବେଳେ ଗ୍ରୀଷ୍ମ ଋତୁରେ ଜଳ ସଂକଟ ଏବେ ଉପୁଜିବାରେ ଲାଗିଲାଣି।

ସିକ୍କିମର ସିଙ୍ଗତମରେ ମଧ୍ୟ ଏବେ ଏକା ଅବସ୍ଥା। ଏଠାରେ ୭୦ ପ୍ରତିଶତ ଲୋକେ ପଲି ପାଇପ୍ ଦ୍ୱାରା ଝରଣାରୁ ପାଣି ସଂଗ୍ରହ କରୁଥିବା ବେଳେ ଜାନୁୟାରୀରୁ ମେ ମାସ ପର୍ଯ୍ୟନ୍ତ ସମୟ ଲୋକେ ଯୋଗାଣ ଜଳ ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସିଙ୍ଗତମରେ ଜଳ ସଂରକ୍ଷଣର ସୁବିଧା ମଧ୍ୟ ନାହିଁ। ତେବେ ଦେଶର ହିମାଳୟ ସହରାଞ୍ଚଳ ପର୍ଯ୍ୟଟନ ସହରାଞ୍ଚଳ ଭାବେ ମଧ୍ୟ ଜଣାଶୁଣା। ତେବେ ଏହି ସବୁ ସହରାଞ୍ଚଳରେ ଏବେ ଦ୍ରୁତ ବିକାଶର ଲକ୍ଷଣ ଦେଇଥିବାରୁ ଆଗକୁ ଜଳ ସଂକଟ ନେଇ ଅନୁଧ୍ୟାନ ସତର୍କ କରାଇଦେଇଛି।

ଏଠାରେ ଉଭୟ ପାଗ ଓ ଅନ୍ୟ କାରଣ ଯୋଗୁଜଳ ଯୋଗାଣ ପ୍ରଭାବିତ ହେବାର ଅଧ୍ୟୟନରେ ସହଯୋଗ କରିଥିବା ଭାରତୀ ଇନଷ୍ଟିଚ୍ୟୁଟ ଅଫ ପବ୍ଲିକ ପଲିସିର ରିସର୍ଚ୍ଚ ଡାଇରେକ୍ଟର ଅଞ୍ଜଲ ପ୍ରକାସ କହିଛନ୍ତି। ତେବେ ମସୁରୀ ଲାଗି ପରିସ୍ଥିତି ଏବେ ଅଧିକ ଜଟିଳ ବୋଲି ଏହି ଅଧ୍ୟୟନରେ କୁହାଯାଇଛି।  

   Related Posts