ପାକିସ୍ତାନରେ ହିନ୍ଦୁ ମହିଳାଙ୍କୁ ହତ୍ୟା, ଚାଷ ଜମିରୁ ଉଦ୍ଧାର ହେଲା କ୍ଷତ ବିକ୍ଷତ ଶବ
29/12/2022 at 2:09 PM

ନୂଆଦିଲ୍ଳୀ, ୨୯/୧୨: ପାକିସ୍ତାନରେ ପୁଣି ଜଣେ ହିନ୍ଦୁଙ୍କୁ ହତ୍ୟା। ସିନ୍ଝୋରେ ସହରରେ ଜଣେ ହିନ୍ଦୁ ମହିଳାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ବୁଧବାର ଜଣେ ୪୦ ବର୍ଷୀୟ ମହିଳାଙ୍କୁ ମୁଣ୍ଡ କାଟି ହତ୍ୟା କରାଯାଇଛି। ପାକିସ୍ତାନରେ ହିନ୍ଦୁ ସମୁଦାୟର ପ୍ରଥମ ମହିଳା ସେନେଟର କ୍ରିଷ୍ଣା କୁମାରୀ ଏକ ଟ୍ବିଟ୍ କରିଛନ୍ତି।
ପାକିସ୍ତାନ ପିପୁଲ୍ସ ପାର୍ଟିର ନେତା ମହିଳାଙ୍କ ଶରୀର ଏବଂ ମୁହଁରୁ ଚମଡ଼ା ଉତାରିଦିଆଯାଇଥିବା ନେଇ କହିଛନ୍ତି। ମହିଳା ନାମ ଦୟା ଭେଲ୍ ବୋଲି ଜଣାପଡ଼ିଛି। ମହିଳା ଜଣକ ବିଧବା ଏବଂ ସେ ନିଜର ୪ ସନ୍ତାନଙ୍କ ସହ ରହୁଥିଲେ।
ବୁଧବାର ମହିଳାଙ୍କ ମୃତଦେହ ଏକ ଚାଷ ଜମିରୁ ମିଳିଥିଲା। ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟ ମର୍ଟମ ପାଇଁ ପଠାଇବା ସହ ମାମଲାରେ ଅଧିକ ତଦନ୍ତ ଜାରି ରଖିଛି।
Related Posts
ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ ଦେଲେ ଅଦାଲତ
31 January 2023
ୟୁକ୍ରେନର ଏହି ଗ୍ରାମକୁ ନିଜର ବୋଲି ଦାବି କଲା ଋଷ, ଉଗ୍ର ହୋଇପାରେ ସଂଘର୍ଷ
31 January 2023
ବ୍ରିଟେନରେ ବିବାଦରେ ସୁନକଙ୍କ ଶ୍ୱଶୁରଙ୍କ କମ୍ପାନି, ଟିକସ ବକେୟା ଅଭିଯୋଗ
31 January 2023