‘ଆଦିପୁରୁଷ’ ଉପରେ ବ୍ୟାନ୍ ଲଗାଇବାକୁ ହିନ୍ଦୁ ସେନାଙ୍କ ଦାବି, ନିର୍ଦ୍ଦେଶକଙ୍କୁ ଚିଠି ଲେଖିଲେ ନିରୋତ୍ତମ ମିଶ୍ର

Published By : Prameya-News7 Bureau | October 04, 2022 IST

ନୂଆଦିଲ୍ଲୀ: ଅଭିନେତା ପ୍ରଭାସ ଏବଂ ସୈଫ ଅଲୀ ଖାନଙ୍କ ଅଭିନୀତ ଫିଲ୍ମ ଆଦିପୁରୁଷକୁ ନେଇ ବିବାଦ ବଢିବାରେ ଲାଗିଛି। ଟିଜର ରିଲିଜ୍ ହେବା ପରଠୁ ଫିଲ୍ମଟି ବିବାଦରେ ରହିଛି। ଗୋଟିଏ ପଟେ ହିନ୍ଦୁ ସେନା ଫିଲ୍ମକୁ ନିଷେଧ କରିବାକୁ ଦାବି କରିଥିବା ବେଳେ ଅନ୍ୟପଟେ ମଧ୍ୟ ପ୍ରଦେଶର ଗୃହ ମନ୍ତ୍ରୀ ନରୋତ୍ତମ ମିଶ୍ର ଫିଲ୍ମରୁ ଆପତ୍ତିଜନକ ଫଟୋ ହଟାଇବାକୁ ଦାବି କରିଛନ୍ତି।

ହିନ୍ଦୁ ସେନା ଫିଲ୍ମ ଆଦିପୁରୁଷ ଉପରେ ନିଷେଧ ଲଗାଇବାକୁ ସୂଚନା ପ୍ରସାରଣ ସଚିବଙ୍କୁ ଚିଠି  ଲେଖିଛନ୍ତି। ହିନ୍ଦୁ ସେନାର ଅଧ୍ୟକ୍ଷ ବିଷ୍ଣୁ ଗୁପ୍ତା କହିଛନ୍ତି, ବିଦେଶୀ ଫଣ୍ଡିଂରେ ଭଗବାନ ଶ୍ରୀରାମଜୀଙ୍କ ଛବି ମଳିନ କରିବାକୁ ପ୍ରୟାସ କରାଯାଉଛି। ଅର୍ଥ ରୋଜଗାର ଲାଗି ଆମର ଧର୍ମ ଗ୍ରନ୍ଥ ରାମାୟାଣକୁ ବିକୃତ କରି ଦେଖାଇବାର ଅପ ପ୍ରୟାସ କରାଯାଉଛି। ଆଧୁନିକତା ନାମରେ ରାମାୟଣକୁ ଗେମ୍ ରୂପେ ପ୍ରସାରଣ କରାଯିବା ଭୁଲ୍ ଅଟେ। ଏଥିରେ ହିନ୍ଦୁ ଭାବାବେଗକୁ ଆଘାତ ଲାଗିବ। ଏଥିପାଇଁ ଏହି ଫିଲ୍ମ ଉପରେ ରୋକ୍ ଲଗାଯାଉ।

ନରୋତ୍ତମ ମିଶ୍ର ଫିଲ୍ମ ଆଦିପୁରୁଷର ନିର୍ଦ୍ଦେଶକ ଓମ ରାଉତଙ୍କୁ ଚିଠି ଲେଖି କହିଛନ୍ତି, ଆପଣଙ୍କ ଆଗାମୀ ଫିଲ୍ମର ଟିଜର ରିଲିଜ୍ ହୋଇଛି। ଏଥିରେ ଭାରତୀୟ ଧାର୍ମିକ ଆସ୍ଥାର ପ୍ରତୀକକୁ ଯେଉଁଭଳି ଚିତ୍ରଣ କରାଯାଇଛି, ସେଥିରେ ଜନସାଧାରଣ ଆପତ୍ତି କରିବା ସ୍ଵାଭାବିକ କଥା।

ସେ ଲେଖିଛନ୍ତି, କୌଣସି ବି ଫିଲ୍ମର ନିର୍ମାତାଙ୍କୁ  ଆମର ଆରାଧ୍ୟ ଭଗବାନଙ୍କୁ ଏହି ପରି ଚିତ୍ରଣ କରିବା ଆଶା କରାଯାଉ ନାହିଁ। ଟିଜରକୁ ଦେଖିଲେ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ଲାଗିବା ସ୍ଵାଭାବିକ। ମୋର ଅନୁରୋଧ ବହୁସଂଖ୍ୟକ ସମାଜର ଭାବନାକୁ ଦୃଷ୍ଟିରେ ରଖି ଫିଲ୍ମରେ ବିବାଦୀୟ ଚିତ୍ରଣକୁ ହଟାଇ ଦିଅନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.