ହିନ୍ଦୁ ଧାର୍ମିକ ବହି ବିକ୍ରି ଭାଙ୍ଗିଲା ସବୁ ରେକର୍ଡ: ୯୮ ବର୍ଷରେ ପ୍ରଥମଥର ସର୍ବାଧିକ ବିକ୍ରି

Published By : Prameya-News7 Bureau | December 16, 2021 IST

ଅଯୋଧ୍ୟା ୧୬/୧୨ : ଅଯୋଧ୍ୟା ମାମଲା ସମାଧାନ ହେବା ଏବଂ କାଶୀରେ ବିଶ୍ୱନାଥ ମନ୍ଦିର କରିଡର ସ୍ଥାପନା ହେବାପରେ ଲୋକଙ୍କ ମନରେ ସନାତନ ଧର୍ମ ପ୍ରତି ଆସ୍ଥା ଆହୁରି ବଢିଯାଇଛି। ସେଥିପାଇଁ ଗତ ୯୮ ବର୍ଷରେ ସବୁଠାରୁ ଅଧିକ ଗତ ୫ ମାସରେ ହିନ୍ଦୁ ଧାର୍ମିକ ବହି ବିକ୍ରି ହେଇଛି ଯାହା ରେକର୍ଡ ଭାଙ୍ଗିଛି। ଲୋକେ ସବୁଠାରୁ ଅଧିକ ଶ୍ରୀ ରାମଚରିତ ମାନସ ଓ ଭାଗବତ ଗୀତା କିଣିଛନ୍ତି। ଏବେ ବି ଗୋରଖପୁର ସ୍ଥିତ ଗୀତା ପ୍ରେସରେ ଏହାର ଚାହିଦା ଲଗାତାର ବଢ଼ିବାରେ ଲାଗିଛି।

{"id":560552,"sizeSlug":"full","linkDestination":"none"}

ଆଗରୁ ଯେତେବେଳେ ଅଯୋଧ୍ୟାର ନାଁ ଆସୁଥିଲା ଲୋକଙ୍କ ଆଖି ଆଗରେ ଝଗଡା, ଦଙ୍ଗା ଆଦିର ଦୃଶ୍ୟ ଝଲସି ଉଠୁଥିଲା। କିନ୍ତୁ ଏବେ ସେ ମାହୋଲ ବଦଳି ଯାଇଛି। ଶ୍ରୀରାମ ଜନ୍ମଭୂମି ମାମଲା ସମାଧାନ ହେବାପରେ ଏବଂ କାଶୀର କାୟାକଳ୍ପର ଫଟୋ ସାମ୍ନାକୁ ଆସିବା ପରେ ସନାତନ ଧର୍ମ ପ୍ରତି ଲୋକଙ୍କ ଆସ୍ଥା ବଢ଼ିବାରେ ଲାଗିଛି। ଲୋକେ ହିନ୍ଦୁ ଧର୍ମ ସମ୍ପର୍କରେ ଅଧିକରୁ ଅଧିକ ଜାଣିବାକୁ ଇଛା କରୁଛନ୍ତି। ସେଥିପାଇଁ ବିଗତ କିଛି ମାସ ହେଲା ହିନ୍ଦୁ ଧର୍ମାମ୍ବଲାମୀ ବହି ବିକ୍ରି ବୃଦ୍ଧି ପାଇଛି। ଅଯୋଧ୍ୟାରେ ଶ୍ରୀରାମ ଓ କାଶୀରେ ଭଗବାନ ଶିବଙ୍କ ଦର୍ଶନ ସହ ଧାର୍ମିକ ବହି ବିକ୍ରି ମଧ୍ୟ ବୃଦ୍ଧି ପାଇଛି। ଫଳରେ ବିଗତ ୯୮ ବର୍ଷରେ ପ୍ରତି ବର୍ଷ ଯେତିକି ବହି ବିକ୍ରି ହୋଇନଥିଲା ତାଠାରୁ ଅଧିକ ଗତ ୫ ମାସ ମଧ୍ୟରେ ବିକ୍ରି ହୋଇଛି।

{"id":560553,"sizeSlug":"full","linkDestination":"none"}

ଗୀତା ପ୍ରେସ ଟ୍ରଷ୍ଟି ଦେବି ଦୟାଲ ଅଗ୍ରୱାଲଙ୍କ କହିବାନୁଯାୟୀ, ଗୋରଖପୁରରେ ୧୯୨୩ ରେ ଟ୍ରଷ୍ଟ ମାଧ୍ୟମରେ ଗୀତା ପ୍ରେସ ସ୍ଥାପନା କରାଯାଇଥିଲା। ସେବେଠାରୁ ଏଠାରେ ଅନେକ ଭାଷାର ଧାର୍ମିକ ପୁସ୍ତକ ଛପା ଯାଏ। କିନ୍ତୁ କୋଉ ବର୍ଷ ଏତେ ପୁସ୍ତକ ବିକ୍ରି ହୋଇନି ଯେତେ ଗତ ୫ ମାସରେ ବିକ୍ରି ହୋଇଛି।

ବହି ବିକ୍ରି ତାଲିକା:

ଜୁନରେ ୪ କୋଟି ୯୩ ଲକ୍ଷ ପୁସ୍ତକ

ଜୁଲାଇରେ ୬ କୋଟି ୬୪ ଲକ୍ଷ

ଅଗଷ୍ଟରେ ୬ କୋଟି ୩୧ ଲକ୍ଷ

ସେପ୍ଟେମ୍ବରରେ ୭ କୋଟି ୬୦ ଲକ୍ଷ

ଅକ୍ଟୋବରରେ ୮ କୋଟି ୬୮ ଲକ୍ଷ

ନଭେମ୍ବରରେ ୭ କୋଟି ୧୫ ଲକ୍ଷ ପୁସ୍ତକ ବିକ୍ରି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.