ବାଲିରେ ପାଳନ ହୁଏ ଏହି ହିନ୍ଦୁ ପର୍ବ, ୨୪ ଘଣ୍ଟା ଯାଏଁ ରହିବାକୁ ପଡେ ନିରବ

Published By : Prameya-News7 Bureau | October 05, 2022 IST

ମୁମ୍ଵାଇ ୦୫।୧୦: ନବରାତ୍ରିର ସିଜିନ୍‌ ଆରମ୍ଭ ହୋଇସାରିଛି । ଭାରତରେ, ଏହି ପର୍ବ ଋତୁ ଆଗାମୀ ଏକ ମାସ ପାଇଁ ଲୋକଙ୍କୁ ବହୁତ ବ୍ୟସ୍ତ ରଖିବ। ଏଭଳି ପରିସ୍ଥିତିରେ, ଇଣ୍ଡୋନେସିଆର ବାଲିରେ ପାଳନ କରାଯାଉଥିବା ଏକ ନିଆରା ପର୍ବ ବିଷୟରେ ଆପଣ ଜାଣନ୍ତି କି? ଏହି ହିନ୍ଦୁ ପର୍ବର ନାମ ହେଉଛି ନେପି । 'ନେପି' ଶବ୍ଦର ଅର୍ଥ ହେଉଛି ଶାନ୍ତି ବଜାୟ ରଖିବା ।

ଏହି ପର୍ବ ପାଳନ କରିବାର ଉପାୟ ବାସ୍ତବରେ ଟିକେ ଅଲଗା। କହିବାକୁ ଗଲେ ସମସ୍ତ ଲୋକ ୨୪ ଘଣ୍ଟା ପାଇଁ ନୀରବ ରୁହନ୍ତି । କେବଳ ଏତିକି ନୁହେଁ, ରାସ୍ତାରେ ଗାଡି ଚଲାଇବା ମଧ୍ୟ ନିଷେଧ, ଯାହା ଦ୍ୱାରା ଶାନ୍ତି ଭଙ୍ଗ ହୋଇଯାଏ। ସେଥିପାଇଁ ସମସ୍ତେ ନିଜ ଘରେ ରୁହନ୍ତି ଏବଂ କୌଣସି ସ୍ଥାନକୁ ଯାଆନ୍ତି ନାହିଁ । ଏହି ଦିନ ଅଧିକ ସାଉଣ୍ଡ ବା ଆଲୋକରେ ଶବ୍ଦ କରିବା ଭଳି ସବୁ ନିଷେଧ । ବାଲିରେ ଏହି ପର୍ବ ପ୍ରତିବର୍ଷ ନୂଆ ବର୍ଷର ଆରମ୍ଭ ଭାବରେ ପାଳନ କରାଯାଏ । ସମଗ୍ର ଦ୍ୱୀପରେ ନୀରବତା ବଜାୟ ରଖିବା ପାଇଁ ବିମାନ ଗୁଡ଼ିକର ମାର୍ଗର ଦିଗ ମଧ୍ୟ ପରିବର୍ତ୍ତନ କରାଯାଏ। ଯାହାଫଳରେ ଆକାଶରୁ କୌଣସି ଶବ୍ଦ ଆସେ ନାହିଁ।

କୁହାଯାଏ କି ଶାନ୍ତି ବଜାୟ ରଖିବା, ଧ୍ୟାନ ଦେବା ଏବଂ ଗୋଟିଏ ଦିନ ଉପବାସ କରିବା ଦ୍ୱାରା ଭୁଲର ପ୍ରଭାବ କମି ଯାଇପାରେ। ଆସନ୍ତା ବର୍ଷର ନୂତନ ଏବଂ ସକରାତ୍ମକ ଆରମ୍ଭ ପାଇଁ ଏହି ପର୍ବ ପାଳନ କରାଯାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ପର୍ବ ଭାରତର କର୍ଣ୍ଣାଟକ, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରେ ମଧ୍ୟ ପାଳନ କରାଯାଏ। ତେବେ, ଏହି ରାଜ୍ୟ ଗୁଡିକରେ ଏହାକୁ ନେପି ଉଗାଡି ଭାବରେ ଜଣାଶୁଣା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.