ଜ୍ଞାନବାପୀ ମାମଲାରେ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି; ଜାରି ରହିବ ପୂଜାର୍ଚ୍ଚନା, ଚ୍ୟାଲେଞ୍ଜ ଅବେଦନ ଖାରଜ୍

Published By : Prameya-News7 Bureau | February 26, 2024 IST

ନୂଆଦିଲ୍ଲୀ: ଜ୍ଞାନବାପୀ ମାମଲାରେ ଆହ୍ଲାବାଦ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି । ତହଖାନାରେ ଜାରି ରହିବ ପୂଜାର୍ଚ୍ଚନା । ବାରଣାସୀ ଜିଲ୍ଲା କୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ମୁସଲିମ୍ ପକ୍ଷ ଦାୟର କରିଥିବା ଆବେଦନକୁ ହାଇକୋର୍ଟ ଖାରଜ୍ କରିଛନ୍ତି । ନ୍ୟାୟମୂର୍ତ୍ତି ଜଷ୍ଟିସ୍ ରୋହିତ ରଞ୍ଜନ ଅଗ୍ରଓ୍ବାଲ୍, ଅଞ୍ଜୁମନ ଇନ୍ତିଜାମିଆ ମସଜିଦ୍ କମଟି ପକ୍ଷରୁ ଦାୟର ହୋଇଥିବା ଆବେଦନରେ ରାୟ ଶୁଣାଇଛନ୍ତି ।  ଏହା ପୂର୍ବରୁ କୋର୍ଟ ଉଭୟ ପକ୍ଷର ଦସ୍ତାବିଜ୍ ଅନୁଶୁଳନୀ କରିବା ସହିତ ଲମ୍ବା ସମୟ ଧରି ଟ୍ରାଏଲ୍ କରିଥିଲେ । ପରେ ରାୟ ସଂରକ୍ଷିତ ରଖିଥିଲେ । ଆଜି ଉଚ୍ଚ ଅଦାଲତ ମାମଲାରେ ନିଷ୍ପତ୍ତି ଶୁଣାଇ ଚ୍ୟାଲେଞ୍ଜ ଆବେଦନକୁ ଖାରଜ୍ କରିଛନ୍ତି ।

wp:html /wp:html

ବାରଣାସୀ କୋର୍ଟର ନ୍ୟାୟଧୀଶ ଗତ ଜାନୁଆରୀ ୧୭ ତାରିଖରେ ଡିଏମକୁ ରିସିଭର ଭାବେ ନିଯୁକ୍ତି କରି ୩୧ ଜାନୁଆରୀରେ ପୂଜା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ କୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ଆଇନଶୃଙ୍ଖଳା କାୟମ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ଏହା ପୂର୍ବରୁ କୋର୍ଟ ୟୁପି ଆଡଭୋକେଟ ଜେନେରାଲଙ୍କୁ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ସୂଚିତ କରିବାକୁ କହିଥିଲେ। ଏଥିରେ ଆଡଭୋକେଟ ଜେନେରାଲ ବେସମେଣ୍ଟରେ ପୂଜାର୍ଚ୍ଚନା ଆରମ୍ଭ ହୋଇଯାଇଥିବା ଓ ବହୁ ସଂଖ୍ୟାରେ ଲୋକେ ଦର୍ଶନ କରୁଥିବା ସୂଚିତ କରିଥିଲେ । ତେବେ ଏହି ପୂଜା ବନ୍ଦ କରିବାରୁ ଅଞ୍ଜୁମନ ଇନ୍ତିଜାମିଆ ମସଜିଦ୍ କମଟି ଆହ୍ଲାବାଦ କୋର୍ଟରେ ଚ୍ୟାଲେଞ୍ଜ କରିଥିଲା ।

wp:embed {"url":"https://www.prameyanews7.com/kisan-andolan-bku-farmers-forms-tractor-chain-on-the-highway-police-alert/","type":"wp-embed","providerNameSlug":"prameya-news-7"}
https://www.prameyanews7.com/kisan-andolan-bku-farmers-forms-tractor-chain-on-the-highway-police-alert/
/wp:embed

ବାରଣାସୀ କୋର୍ଟଙ୍କ ରାୟ ପରେ ଜ୍ଞାନବାପୀ ପରିସରସ୍ଥିତ ବ୍ୟାସଜୀଙ୍କ ତଳ ମହଲାରେ ପୂଜାର୍ଚ୍ଚନା କରାଯାଉଛି। ଦୀର୍ଘ ୩୧ ବର୍ଷ ପରେ ସେଠାରେ ପୂଜା ହେଉଛି। ଏହି ଘଟଣାକୁ ନେଇ ଜ୍ଞାନବାପୀ ମସଜିଦ କମିଟି ସୁପ୍ରିମକୋର୍ଟକୁ ଯାଇଥିଲେ। ତେବେ କୋର୍ଟ ମାମଲାକୁ ଫେରାଇ ଦେବା ପରେ କମିଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ଆହ୍ଲାବାଦ ହାଇକୋର୍ଟ ଆଜି ମାମଲାର ଶୁଣାଣି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.