ହିନ୍ଦୁ ଏକ ପାର୍ସୀ ଶବ୍ଦ, ଆମ ଉପରେ ଜବରଦସ୍ତି ଲଦାଯାଉଛି: କଂଗ୍ରେସ ନେତା ଜାରକିହୋଲୀଙ୍କ ବିବାଦୀୟ ମନ୍ତବ୍ୟ

Published By : Prameya-News7 Bureau | November 07, 2022 IST

ନୂଆଦିଲ୍ଲୀ: ହିନ୍ଦୁ ଶବ୍ଦକୁ ନେଇ କର୍ଣ୍ଣାଟକ କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ। ହିନ୍ଦୁ ଏକ ପାର୍ଶି ଶବ୍ଦ। ଆମ ଉପରେ ଏହାକୁ ଜବରଦସ୍ତି ଲଦି ଦିଆଯାଉଛି ବୋଲି କହିଛନ୍ତି କଂଗ୍ରେସ ନେତା ସତୀଶ ଜାରିକହୋଲି। ଯାହାକୁ ନେଇ କର୍ଣ୍ଣାଟକରେ ବିବାଦ ଦେଖା ଦେଇଛି।

ବେଲଗାଭୀ ଜିଲ୍ଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କଂଗ୍ରେସର ପୂର୍ବତନ ମନ୍ତ୍ରୀ ଜାରକିହୋଲି ଏପରି ମନ୍ତବ୍ୟ ଦେଇଛନ୍ତି। ସେ ପ୍ରଥମେ “ହିନ୍ଦୁ ଶବ୍ଦ କେଉଁଠୁ ଆସିଲା? ବୋଲି ପ୍ରଶ୍ନ କରିଛନ୍ତି। ଏହାର ଉତ୍ତର ସେ ନିଜେ ଦେଇ କହିଛନ୍ତି “ ହିନ୍ଦୁ ଶବ୍ଦ ପର୍ସିଆରୁ ଆସିଛି। ଏହା(ପର୍ସିଆ) କେଉଁଠି ଅଛି? ଇରାକ, ଇରାନ,ଉଜବେକିସ୍ତାନ ଓ କଜାଖସ୍ତାନରେ ଅଛି। ତେଣୁ ଏହାର ଭାରତ ସହିତ କଣ ସମ୍ପର୍କ? ତେବେ ଏହି ଶବ୍ଦ କେମିତି ତୁମର ହେଲା?” ତୁମ ବାଧ୍ୟ କରି ଆମ ଉପରେ ଏହି ଶବ୍ଦ ଓ ଦର୍ମକୁ ଲଦୁଛ ବୋଲି ଜାରକିହୋଲି କହିଛନ୍ତି।

ଏନେଇ ଏକ ଆଲୋଚନା ହେବା ଦରକାର ବୋଲି ସେ କହିଛନ୍ତି। ସେ କହିଛନ୍ତି “ଏ ବିଷୟରେ ଆଲୋଚନା ହେବା ଆବଶ୍ୟକ। ହ୍ୱାଟ୍ସଆପ୍‌ ଓ ୱିକିପିଡିଆ ଚେକ୍ କର। ଏହି ଶବ୍ଦ ଆପଣମାନଙ୍କର ନୁହେଁ। କାହିଁକି ଆପଣ ଏହାକୁ ଭିତ୍ତିପ୍ରସ୍ତର କରୁଛନ୍ତି? ଯେତେବେଳେ ଆପଣ ଏହା ଅର୍ଥ ଜାଣିବେ ତେବେ ଆଣପ ଲଜ୍ଜିତ ହେବେ। ଏହି ଶବ୍ଦର ଅର୍ଥ ବହୁତ ଖରାପ। ଏକଥା ମୁଁ କହୁନି ଏକଥା ୱେବ୍‌ସାଇଟ୍‌ରେ ଲିପିବଦ୍ଧ ଅଛି। ”

ଜାରକିହୋଲିଙ୍କର ଏପରି ମନ୍ତବ୍ୟକୁ ନିନ୍ଦା କରିଛି ବିଜେପି।  କଂଗ୍ରେସ ସବୁବେଳେ ବହୁସଂଖ୍ୟକୁ ଅପମାନିତ କରି ଆସିଛି ବୋଲି ବିଜେପି ନେତା ଏସ ପ୍ରକାଶ କହିଛନ୍ତି। ସେ କହିଛନ୍ତି “ ଏହା ବଡ଼ ଦୁର୍ଭାଗ୍ୟର କଥା ଯେ କଂଗ୍ରେସ ଦଳ ସବୁବେଳେ ବହୁସଂଖ୍ୟକକୁ ଅପମାନିତ କରିଆସିଛି। ଏହା ପୂର୍ବରୁ ସିଦ୍ଦରମାୟା ଏପରି କରିଥିଲେ। ଏବେ ତାଙ୍କ ଅନୁଗାମୀ ଏବଂ ପୂର୍ବତନ ମନ୍ତ୍ରୀ ଶତୀଶ ଜାରକିହୋଲି ସମାନ କାମ କରିଛନ୍ତି।”

ପ୍ରକାଶ ଆହୁରି ମଧ୍ୟ କହିଛନ୍ତି “ ଏହା ଏକ ଭିତ୍ତିହୀନ ବିତର୍କ। ସେ କହୁଛନ୍ତି ହିନ୍ଦୁ ଏକ ପାର୍ଶୀ ଶବ୍ଦ ଯାହାର ଅର୍ଥ ବହୁତ ଖରାପ। ଏହିଭଳି ଅପମାନଜନିତ ଘଟଣାକୁ ସେମାନେ ମଜା ନିଅନ୍ତି। କଂଗ୍ରେସ ଏ ନେଇ ସ୍ପଷ୍ଟୀକରଣ ଜାରି କରି କହୁ ଯେ ଏହା କେବଳ ଜାରକିହୋଲିଙ୍କର ବ୍ୟକ୍ତିଗତ ମନ୍ତବ୍ୟ ନାଁ ଦଳୀୟ ମନ୍ତବ୍ୟ।? ତା ସହିତ କଂଗ୍ରେସ ଏଥିପାଇଁ କ୍ଷମା ମାଗୁ ଓ ସତୀଶ ଜାରକିହୋଲିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉ। ଏସବୁରେ ନିଷ୍ପତ୍ତି ନେବାକୁ ତାଙ୍କର କୌଣସି ଅଧିକରା ନାହିଁ। ବେକାରରେ ବିବାଦ ସୃଷ୍ଟି କରାଯାଉଛି।”

ସୋସିଆଲ୍ ମିଡିଆରେ ଏହି ବତର୍କକୁ ନେଇ ମଧ୍ୟ ପ୍ରତିକ୍ରିୟା ଜାରି ରହିଛି। କେହି କେହି କଂଗ୍ରେସ ନେତାଙ୍କୁ ସମର୍ଥନ କରୁଛନ୍ତି ତ ଆଉ କେତେକ ତାଙ୍କ ବୟାନକୁ ନିନ୍ଦା କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.