ସୁପ୍ରିମକୋର୍ଟ ଗଲେ ବିଭିନ୍ନ ହିନ୍ଦୁ ସଙ୍ଗଠନ : କୋର୍ଟଙ୍କୁ ଧରାଇଲେ ଅପମାନଜନକ ଭାଷଣର ତାଲିକା, ମାଗିଲେ ସୁରକ୍ଷା

Published By : Prameya-News7 Bureau | January 23, 2022 IST

ନୂଆଦିଲ୍ଲୀ, ୨୩/୦୧:   ବିଭିନ୍ନ ସମୟରେ ମୁସଲିମ ନେତାଙ୍କ ଦ୍ୱାରା ହିନ୍ଦୁଙ୍କ ବିରୋଧରେ ଦିଆଯାଇଥିବା ଉତ୍ତେଜନାମୂଳକ ଭାଷଣକୁ ନେଇ ସୁପ୍ରିମକୋର୍ଟରେ ଆବେଦନ ଦାଖଲ ହୋଇଛି । ଏହି ଆବେଦନରେ ହିନ୍ଦୁ ସଙ୍ଗଠନ ପକ୍ଷରୁ ସୁରକ୍ଷା ଓ ସମ୍ମାନ ଦାବି କରାଯାଇଛି । ଏହାସହ କୋର୍ଟ ଆବେଦନ ଉପରେ ବିଚାର କରନ୍ତୁ ବୋଲି ପ୍ରାର୍ଥନା କରାଯାଇଛି ।

ନିକଟରେ ସୁପ୍ରିମକୋର୍ଟ ହରିଦ୍ୱାର ଓ ଦିଲ୍ଲୀରେ ଏକ ଧାର୍ମିକ ସଭାରେ ହିନ୍ଦୁ ନେତାଙ୍କ ଦ୍ୱାରା ଅଶୋଭନୀୟ ଭାଷା ପ୍ରୟୋଗକୁ ନେଇ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ ରିପୋର୍ଟ ମାଗିଥିଲେ । ତେବେ ହିନ୍ଦୁ ଫ୍ରଣ୍ଟ୍ ଫର୍ ଜଷ୍ଟିସ ବିଭିନ୍ନ ସମୟର ମୁସଲିମଙ୍କ ଦ୍ୱାରା ଦିଆଯାଇଥିବା ଅପମାନଜନକ ଭାଷଣର ଏକ ତାଲିକା ପ୍ରସ୍ତୁତ କରିଛନ୍ତି । ଯେଉଁଥିରେ ମୌଳବୀଙ୍କ ଦ୍ୱାରା ହିନ୍ଦୁଙ୍କ ନରସଂହାର ଭାଷଣ ମଧ୍ୟ ଉଲ୍ଲେଖ ରହିଛି ।

ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନଙ୍କ ଦ୍ୱାରା ଦାଖଲ ଆବେଦନରେ କୁହାଯାଇଛି ଯେ, ପ୍ରତ୍ୟେକ ବ୍ୟକ୍ତି ସମାନ ଭାବେ ଆଇନର ଅଧିକାର ଲାଭ କରିବା ଉଚିତ । ଅଶୋଭନୀୟ ଭାଷାକୁ ତର୍ଜମା ବେଳେ ସଂଖ୍ୟାଲଘୁ କିମ୍ବା ସଂଖ୍ୟାଗରିଷ୍ଠ ଶ୍ରେଣୀ ହିସାବରେ ଦେଖିବା ଠିକ୍ ନୁହେଁ । ୨୦୧୩ରେ ଏଆଇଏମଆଇଏମ ମୁଖ୍ୟ ଓସଦୁଦ୍ଦୀନ ଓଓ୍ୱେସୀ ହିନ୍ଦୁ ଦେବାଦେବୀଙ୍କ ପ୍ରତି ଅପମାନଜନକ ଭାଷଣ ଦେଇଥିଲେ । ୧୫ ମିନିଟ ଯାଏଁ ପୋଲିସକୁ ହଟାଇଦେଲେ ସେମାନେ ସବୁ ହିନ୍ଦୁଙ୍କୁ ମାରିଦେବେ ବୋଲି ସେ ଭାଷଣ ଦେଇଥିଲେ । ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା ।

ଆବେଦନରେ ଆହୁରି ମଧ୍ୟ କୁହାଯାଇଛି ଯେ, ଅଶୋଭନୀୟ ଭାଷା ଦ୍ୱାରା ସମାଜ କ୍ଷତିଗ୍ରସ୍ତ ହୋଇଥାଏ । ଏହାଦ୍ୱାରା ହିଂସା ସୃଷ୍ଟି ହୁଏ। ସାମ୍ପ୍ରଦାୟିକତା ସଦଭାବନା ନଷ୍ଟ ହେବାର ସମ୍ଭାବନା ରହିଛି । ଏମାମଲାରେ ସୁପ୍ରିମକୋର୍ଟ ଦସ୍ତକ୍ଷେପ କରନ୍ତୁ ବୋଲି ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି ।

ଏତତ୍ ବ୍ୟତୀତ ହିନ୍ଦୁ ଯୁବ ବାହିନୀ ମଧ୍ୟ ନୂଆଦିଲ୍ଲୀରେ ଆୟୋଜିତ ଏକ ସଭାରେ ହିନ୍ଦୁଙ୍କ ପ୍ରତି ଦିଆଯାଇଥିବା ଅପମାନଜନକ ଭାଷଣ ବାବଦରେ ଉଲ୍ଲେଖ କରାଯାଇଛି । ଆଗାମୀ ଦିନରେ ମଧ୍ୟ ଏପରି କାର୍ଯ୍ୟକ୍ରମ ପାଇଁ ଯୋଜନା ରହିଥିବା ଆବେଦନରେ ଉଲ୍ଲେଖ କରାଯାଇଛି । ସେହିପରି ଆହୁରି ଅନେକ ମୁସଲିମ ମୌଳବୀଙ୍କ ଭାଷଣର ଅଡିଓ କୋର୍ଟରେ ଦାଖଲ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.