ସ୍ପେଶାଲ୍ ମ୍ୟାରେଜ୍ ଆକ୍ଟରେ ହୋଇଥିବା ହିନ୍ଦୁ-ମୁସ୍‌ଲିମ ବିବାହ ମୁସ୍‌ଲିମ ପର୍ଶନାଲ ଆଇନ୍‌ର ବୈଧ ନୁହେଁ: ମଧ୍ୟପ୍ରଦେଶ ହାଇକୋର୍ଟ

Published By : Prameya-News7 Bureau | May 30, 2024 IST

indiatoday

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ହାଇକୋର୍ଟ କହିଛନ୍ତି ଯେ ମୁସ୍ଲିମ ପୁରୁଷ ଓ ହିନ୍ଦୁ ମହିଳାଙ୍କ ବିବାହ ମୁସ୍‌ଲିମ ପର୍ସନାଲ ଲ ବୋର୍ଡର ଆଇନ ଅନୁସାରେ ବୈଦ୍ଧ ନୁହେଁ। ଏଥିସହିତ ସ୍ପେଶାଲ ମ୍ୟାରେଡ୍ ଆକ୍ଟ ୧୯୫୪ ଅନୁସାରେ, ଭିନ୍ନ ଧର୍ମରେ ବିବାହ କରିବାକୁ ମଗାଯାଇଥିବା ପୁଲିସ ସୁରକ୍ଷାକୁ ମଧ୍ୟ କୋର୍ଟ ଖାରଜ୍ କରିଦେଇଛନ୍ତି। ଏସମ୍ପର୍କିତ ଏକ ମାମଲାର ଶୁଣାଣି କରି ଜଷ୍ଟିସ୍ ଗୁରପାଲ ସିଂହ ଅଲୁୱାଲିଆ ଏହି ରାୟ ଶୁଣାଇଛନ୍ତି।
 ଜଷ୍ଟିସ୍ ଆଲୁୱାଲିଆ କହିଛନ୍ତି ଯେ ସ୍ପେଶାଲ୍ ମ୍ୟାରେଜ୍ ଆକ୍ଟରେ ବାହା ହୋଇଥିଲେ ବି ଜଣେ ମୁସଲମାନ ପୁରୁଷ ଏବଂ ଜଣେ ହିନ୍ଦୁ ମହିଳାଙ୍କ ମଧ୍ୟରେ ବିବାହ ମୁସ୍‌ଲିମ ଆଇନରେ ବେଆଇନ୍‌ ବୋଲି ବିବେଚନା କରାଯିବ। ବାର୍‌ ବେଞ୍ଚରୁ ତଥ୍ୟ ନେଇ ଜାତୀୟ ଗଣମାଧ୍ୟମ ଇଣ୍ଡିଆଟୁଡେ ଏହି ଖବର ପ୍ରକାଶ କରିଛି। 

ମେ ୨୭ ତାରିଖରେ ମାମଲାର ଶୁଣାଣି କରି ହାଇକୋର୍ଟ କହିଛନ୍ତି “ ମୁସ୍‌ଲିମ ଆଇନ ଅନୁସାରେ ଯଦି ଜଣେ ମୁସ୍‌ଲିମ ଯୁବକ ମୂର୍ତ୍ତି ପୂଜା ଓ ଅଗ୍ନିପୂଜା କରୁଥିବା ଝିଅକୁ ବିବାହ କରନ୍ତି ତେବେ ଏହା ବୈଦ୍ଧ ନୁହେଁ, ଏମିତିକି ସ୍ପେଶାଲ ମ୍ୟାରେଜ୍ ଆକ୍ଟରେ ସେମାନେ ବାହା ହୋଇଥିଲେ ବି ଏହା ଦୀର୍ଘଦିନ ପର୍ଯ୍ୟନ୍ତ ବୈଦ୍ଧ ହୋଇପାରିବ ନାହିଁ। ଏହା ଅନିୟମିତ(ଫଜିଦ୍) ବିବାହ ବୋଲି କୁହାଯିବ। ” 


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.