ବିଜେପିକୁ ହିନ୍ଦୁ ମହାସଭାର ଧମକ, ହିନ୍ଦୁଙ୍କ ରକ୍ଷା ପାଇଁ ଆମେ ଗାନ୍ଧୀଜୀଙ୍କୁ ଛାଡିନଥିଲୁ, ଆଉ ଆପଣ କିଏ ?

Published By : Prameya-News7 Bureau | September 18, 2021 IST

ବେଙ୍ଗାଲୁରୁ ୧୮।୦୯: ବିବାଦୀୟ ବୟାନ ଦେଲେ ହିନ୍ଦୁ ମହାସଭାର ନେତା। ହିନ୍ଦୁଙ୍କ ରକ୍ଷା ପାଇଁ ଆମେ ଗାନ୍ଧୀଜୀଙ୍କୁ ଛାଡି ନଥିଲୁ। ଆଉ ଆପଣ କିଏ। ବିଜେପିକୁ ଏମିତି ଖୁଲମଖୁଲା ଧମକ ଦେଇଛନ୍ତି ମହାସଭାର ନେତା।  ଏମିତି ବିବାଦୀୟ ବୟାନ ଦେଇଥିବା ନେତାଙ୍କ ନାଁ ହେଉଛି ଧର୍ମେନ୍ଦ୍ର। ସେ ମାଙ୍ଗାଲୋରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଏମିତି କହିଛନ୍ତି।

ସମ୍ମିଳନୀ ସମୟରେ ନେତା ଜଣକ ବିଜେପିକୁ ଖୁଲମଖୁଲା ଧମକ ଦେବା ସହ ଚ୍ୟାଲେଞ୍ଜ ମଧ୍ୟ କରିଛନ୍ତି। ଧର୍ମେନ୍ଦ୍ର କହିଛନ୍ତି, ଯେବେ ଆମେ ହିନ୍ଦୁଙ୍କ ରକ୍ଷା ପାଇଁ ମହାତ୍ମା ଗାନ୍ଧୀଙ୍କୁ ଛାଡିନଥିଲୁ ତ ଆମେ କଣ ତୁମକୁ ଛାଡି ଦେବୁ। ବିଜେପି ସରକାର ଚିତ୍ରଦୁର୍ଗା, ଦକ୍ଷିଣ କନ୍ନଡ ଓ ମହୀଶୂରରେ ମନ୍ଦିର ଧ୍ଵଂସ କରିଛନ୍ତି। କିଏ ସରକାର ଚଳାଉଛି ? ଯଦି ଏସବୁ  କଂଗ୍ରେସ କାର୍ଯ୍ୟକାଳରେ ଚାଲିଥାନ୍ତା ତେବେ ଆପଣଙ୍କୁ କେମିତି ଲାଗିଥାନ୍ତା ବୋଲି ବିଜେପିକୁ ସେ ପ୍ରଶ୍ନ କରିଛନ୍ତି। ଯେ ପର୍ଯ୍ୟନ୍ତ ହିନ୍ଦୁ ମହାସଭା ଅଛି, ସେ ପର୍ଯ୍ୟନ୍ତ କୌଣସି ମନ୍ଦିରକୁ ଭାଙ୍ଗିବାକୁ ଅନୁମତି ଦେବୁ ନାହିଁ ବୋଲି ଧର୍ମେନ୍ଦ୍ର କହିଛନ୍ତି।

ନିକଟରେ ଏକ ଭିଡିଓ ଭାଇରାଲ୍ ହୋଇଥିଲା। ଏଥିରେ ମହୀଶୂର ଜିଲ୍ଲା ପ୍ରଶାସନ ଏକ ମନ୍ଦିର ଭାଙ୍ଗୁଥିବା ଦେଖିବାକୁ ମିଳିଥିଲା। ଏହା ପରେ ମହାସଭା ପକ୍ଷରୁ ଏହି ବୟାନ ସାମ୍ନାକୁ ଆସିଛି। ସରକାରୀ ଜାଗା ଉପରେ ତିଆରି ହୋଇଥିବା ବେଆଇନ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କୁ ତାଗିଦ୍ କରିଥିଲେ କର୍ଣ୍ଣାଟକ ହୋଇକୋର୍ଟ। ଫଳରେ ମହୀଶୂର ପ୍ରଶାସନ ପକ୍ଷରୁ ବେଆଇନ୍‌ ତିଆରି ହୋଇଥିବା ମନ୍ଦିର ଭଙ୍ଗାଯାଇଥିଲ। ନିକଟରେ ଏହି ଘଟଣାର  ଭିଡିଓ ବି ଭାଇରାଲ୍ ହୋଇଥିଲା। ଏହି ଘଟଣାକୁ ନେଇ ହିନ୍ଦୁ ମହାସଭାର ନେତା ଏଭଳି ବୟାନ ଦେଇଛନ୍ତି।  

ମନ୍ଦିର ଭଙ୍ଗାଯିବା ଘଟଣାରେ ହିନ୍ଦୁ ମହାସଭା କ୍ରୋଧ ପ୍ରକାଶ କରିବା ପରେ ପଞ୍ଚଘୁଞ୍ଚା ଦେଇଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାର କହିଛନ୍ତି ମହୀଶୂର ଜିଲ୍ଲା ପ୍ରଶାସନ ମନ୍ଦିର ଭାଙ୍ଗିବା ନେଇ ଆମ ପାଖରେ କୌଣସି ସୂଚନା ନଥିଲା। ଏହି ନିଷ୍ପତ୍ତିକୁ ଭୁଲ୍ ବୋଲି ଦର୍ଶାଇ ବେଆଇନ ଉଚ୍ଛେଦ ପ୍ରକ୍ରିୟାକୁ ସ୍ଥଗିତ ରଖିଛନ୍ତି ରାଜ୍ୟ ସରକାର। କର୍ଣ୍ଣାଟକର ଗ୍ରାମୀଣ ବିକାଶ ଓ ପଞ୍ଚାୟତ ରାଜ ମନ୍ତ୍ରୀ କେଏସ୍‌ ଇଶ୍ୱରପ୍ପା କହିଛନ୍ତି ଯେ ସମସ୍ତ ଡେପୁଟି କମିଶନର ଉନ୍ମାଦରେ ଆସି କୌଣସି ନିଷ୍ପତ୍ତି ନେବାକୁ ନନେବାକୁ କୁହାଯାଇଛି। ସରକାର ଏହା ଉପରେ ବିଚାର ବିମର୍ଶ କରିବା ପରେ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.