୬୦ ହିନ୍ଦୁଙ୍କର ଜୋର୍ ଜବରଦସ୍ତି କରାଗଲା ଧର୍ମ ପରିବର୍ତ୍ତନ, ପଢିଲେ କଲ୍‌ମା : ଫଟୋ ଓ ଭିଡିଓ ଭାଇରାଲ ପରେ ବିବାଦ

Published By : Prameya-News7 Bureau | July 12, 2021 IST

କରାଚି, ୧୨/୦୭:  ବଳପୂର୍ବକ ହିନ୍ଦୁଙ୍କ ଧର୍ମପରିବର୍ତ୍ତନ । କେବଳ ଜଣେ କି ଦିଜଣ ନୁହେଁ, ବରଂ ୬୦ ଜଣ ହିନ୍ଦୁଙ୍କ ଧର୍ମ ପରିବର୍ତ୍ତନ କରାଯାଉଛି । ସେମାନଙ୍କୁ ଇସଲାମ ଧର୍ମ ଗ୍ରହଣ ପାଇଁ ବାଧ୍ୟ କରାଯାଉଛି । ଏପରି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଏହି ଭିଡିଓ ପାକିସ୍ତାନ ସିନ୍ଧ ପ୍ରାନ୍ତସ୍ଥିତ ମୀରପୁର ଓ ମିଠି ଅଞ୍ଚଳର ଅଟେ । ଯାହା ବଳପୂର୍ବକ ଧର୍ମ ପରିବର୍ତ୍ତନର ଗଡ ବୋଲି କୁହାଯାଏ ।

ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି ଯେ, ଜଣେ ମୌଳବୀ ୬୦ ହିନ୍ଦୁଙ୍କୁ କଲମା ପାଠ କରାଉଛନ୍ତି । ଏହି ଭିଡିଓ ଜୁଲାଇ ୭ର ବୋଲି କୁହାଯାଉଛି । ଏହାକୁ ସିନ୍ଧ ମତଲୀ ନଗର ସମିତି ଅଧ୍ୟକ୍ଷ ଅବ୍ଦୁଲ ରଉଫ ନିଜ ଫେସବୁକ ପ୍ରୋଫାଇଲରେ ସେୟାର କରିଛନ୍ତି ।

{"id":479256,"sizeSlug":"large","linkDestination":"none"}

ଭିଡିଓ ପୋଷ୍ଟ କରି ସେ କହିଛନ୍ତି ଯେ, ତାଙ୍କ ତତ୍ତ୍ୱାବଧାନରେ ୬୦ ଜଣ ମୁସଲମାନ ହୋଇଛନ୍ତି । ଏହାପଛରେ କୁଖ୍ୟାତ ସିନ୍ଧ ମୌଳବୀ ମିୟାଁ ମିଟ୍ଟୁଙ୍କ ହାତ ମଧ୍ୟ ରହିଛି । ମିୟାଁ ମିଟ୍ଟୁ ପାକିସ୍ତାନରେ ଗରିବ ହିନ୍ଦୁ ଯୁବତୀଙ୍କ ଅପହରଣ ଓ ଧର୍ମ ପରିବର୍ତ୍ତନରେ ସାମିଲ ରହିଥାଏ ।

ଏହାପୂର୍ବରୁ ମଧ୍ୟ ମିୟାଁ ମିଟ୍ଟୁ ଅନେକ ହିନ୍ଦୁଙ୍କ ଧର୍ମ ପରିବର୍ତ୍ତନ କରିଛି । ଯାହାକୁ ନେଇ ସେଠାକାର ହିନ୍ଦୁ ସମୁଦାୟ ଭୟରେ ଅଛନ୍ତି । ଏହି ଧର୍ମପରିବର୍ତ୍ତନର ଭିଡିଓ ଭାଇରାଲ ପରେ କରାଚି ସ୍ଥିତ ହିନ୍ଦୁ ଅତ୍ୟାଚାର ବିରୋଧି ଆନ୍ଦୋଳନର ନେତା ରାଜକୁମାର ବଞ୍ଜାରା ତାତ୍ସଲ୍ୟ କରି କହିଛନ୍ତି ଯେ, ସମସ୍ତଙ୍କୁ  ଅଭିନନ୍ଦନ । ପାକିସ୍ତାନ ବହୁତ ଶୀଘ୍ର ଶତ ପ୍ରତିଶତ ମୁସଲିମ ଜନସଂଖ୍ୟା ବିଶିଷ୍ଟ ଦେଶ ହୋଇଯିବ । ଆଜି ୬୦ଜଣଙ୍କର ଧର୍ମ ପରିବର୍ତ୍ତନ ହୋଇଛି । କାଲି ସମସ୍ତଙ୍କର ହୋଇଯିବ ।

{"id":479257,"sizeSlug":"large","linkDestination":"none"}

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପାକିସ୍ତାନରେ ଧର୍ମ ପରିବର୍ତ୍ତନ ସାଧାରଣ କଥା । ଏପରି କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କିଛି ଆଇନ ନାହିଁ । ସବୁ କିଛି ଖୁଲମଖୁଲା ହେଉଛି । ଆଉ କିଛିଦିନ ପରେ ଏଠାରେ ଜଣେ ହେଲେ ହିନ୍ଦୁ ନଥିବେ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.