ବାଂଲାଦେଶରେ ହିନ୍ଦୁ କ୍ରିକେଟ୍‌ର ଜଣାଇଲେ ଦୁର୍ଗା ପୂଜାର ଶୁଭେଚ୍ଛା, ଧର୍ମ ପରିବର୍ତ୍ତନର ଧମକ ଦେଲେ କଟ୍ଟରପନ୍ଥୀ

Published By : Prameya-News7 Bureau | September 27, 2022 IST

ଢାକା: ଶାରଦୀୟ ଦୁର୍ଗା ପୂଜା ଅବସରରେ ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇବାରୁ ବାଂଲାଦେଶରେ କ୍ରିକେଟ୍‌ର ଲିଟନ ଦାସ୍‌ଙ୍କୁ ଧମକ ମିଳିଛି। ହିନ୍ଦୁ ଧାର୍ମିକ ମାନ୍ୟତାକୁ କେବଳ ବଦନାମ କରି ନାହାନ୍ତି ବରଂ ଇସଲାମ ଧର୍ମ ଗ୍ରହଣ କରିବାକୁ ଲିଟନ ଦାସଙ୍କୁ କହିଛନ୍ତି। ଲିଟନ ଦାସ ସେପ୍ଟେମ୍ବର ୨୫ରେ ମହାଳୟା ଉପଲକ୍ଷେ ଫେସବୁକରେ ନିଜ ପ୍ରଶଂସକଙ୍କୁ ଅଭିନନ୍ଦନ ଜଣାଇଥିଲେ। ବାଂଲାଦେଶରେ ମହାଳୟାକୁ ଦୁର୍ଗା ପୂଜାର ଆରମ୍ଭର ପ୍ରତୀକ ବୋଲି କୁହାଯାଏ। ଲିଟନ ଯେମିତି ଫେସବୁକରେ ଦୁର୍ଗା ପୂଜାର ଅଭିନନ୍ଦନ ଜଣାଇଲେ, ତାଙ୍କୁ କଟ୍ଟରପନ୍ଥୀଙ୍କ ପକ୍ଷରୁ ଧମକ ମିଳିବାରେ ଲାଗିଛି ଏବଂ ଧର୍ମ ପରିବର୍ତ୍ତନ କରିବାକୁ ଚାପ ପକାଯାଉଛି।

କଟ୍ଟରପନ୍ଥୀ  ମୂର୍ତ୍ତି ପୂଜାର ନିନ୍ଦା କରିବା ସହ ହିନ୍ଦୁ ଦେବାଦେବୀଙ୍କ ମାଟି ମୂର୍ତ୍ତିକୁ ବସ୍ତୁ ଦର୍ଶାଇ ଏହାର ପରିହାସ କରିଛନ୍ତି। ସମଗ୍ର ଦୁନିଆରେ ହିଂସା ମାଧ୍ୟମରେ ଇସଲାମ ସ୍ଥାପନ ପାଇଁ ଚେଷ୍ଟା କରୁଥିବା ଇସଲାମ କଟ୍ଟରପନ୍ଥୀ ଆଶା ପ୍ରକାଶ କରିଛନ୍ତି ଯେ, ଲିଟନ ଦାସ୍‌ ଇସଲାମ ଧର୍ମ ଗ୍ରହଣ କରିବେ।

ଏକ ଫେସବୁକ୍‌ ପୋଷ୍ଟରେ ବାଂଲାଦେଶୀ ବ୍ୟାଟସମ୍ୟାନ ଦେବୀ ଦୁର୍ଗାଙ୍କ ଫଟୋ ପୋଷ୍ଟ କରି ଲେଖିଛନ୍ତି, ଶୁଭ ମହାଳୟା !  ମା ଦୁର୍ଗା ଆସୁଛନ୍ତି। ଏହା ପରେ ପରେ କଟ୍ଟରପନ୍ଥୀ ଲିଟନ ଦାସ୍‌ଙ୍କୁ  ହିନ୍ଦୁ ଧର୍ମକୁ ମାନୁଥିବାରୁ ଗାଳିଗୁଲଜ୍ କରିଛନ୍ତି। କଟ୍ଟରପନ୍ଥୀ ଲେଖିଛନ୍ତି,  ଦୁନିଆର ସବୁଠୁ ଭଲ ଧର୍ମ ହେଉଛି ଇସଲାମ୍। ଆଲ୍ଲା ସମସ୍ତଙ୍କୁ ରାସ୍ତା ଦେଖାନ୍ତୁ ଏବଂ ସଠିକ୍ ରାସ୍ତା ଖୋଜିବା ପାଇଁ ଜ୍ଞାନ ଦିଅନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.