ନୂଆଦିଲ୍ଲୀ ୨୯/୧୧: ବାଂଲାଦେଶରେ ହିନ୍ଦୁ ମାନଙ୍କ ପ୍ରତି ଅତ୍ୟାଚାରର ଆଉ ଏକ ଉଦାହରଣ । ବିଚ୍ ରାସ୍ତାରେ ଯୁବକଙ୍କୁ କାନ ଧରି ଉଠ୍ବସ୍ କରାଉଥିବାର ଭିଡିଓ ଭାଇରାଲ । କାରଣ ହେଲା ଯୁବକ ଜଣକ ମନ୍ଦିର ଯାଉଥିବାରୁ ତାଙ୍କୁ ସମସ୍ତଙ୍କ ସାମ୍ନାରେ ଏମିତି ଶାସ୍ତି ମିଳିଛି । ଏକ ମନ୍ଦିର ସମ୍ମୁଖରେ କିଛି ବ୍ୟକ୍ତି ତାଙ୍କୁ ଘେରିଯାଇ ଜୋର ଜବରଦସ୍ତ ଉଠ୍ବସ୍ କରାଇଛନ୍ତି । ଏମିତି ତାଙ୍କୁ ଭୁଲ ମାଗିବାକୁ କହୁଛନ୍ତି ଓ ଅଧିକ ଥର ଉଠବସ୍ ହେବାକୁ ଧମକ ମଧ୍ୟ ଦିଆଯାଉଥିବା ଭିଡିଓରୁ ସ୍ପଷ୍ଟ ଜଣାପଡୁଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ପରେ ବାଂଲାଦେଶରେ ବ୍ୟାପକ ରାଜନୈତିକ ହିଂସା ଲାଗିରହିଛି । ଏଠି ସଂଖ୍ୟାଲଘୁମାନେ ସୁରକ୍ଷିତ ନଥିବାବେଳେ ବାରମ୍ବାର ସେମାନଙ୍କ ଉପରେ ଆକ୍ରମଣ ହେଉଥିବାର ଖବର ଆସୁଛି ।
ଦରବୃଦ୍ଧିକୁ ନେଇ ଗର୍ଜିଲା ସୁବର୍ଣ୍ଣପୁର କଂଗ୍ରେସ, ମୁ...