ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ପ୍ରେକ୍ଷାଳୟରେ ଆସିଲା ‘ଦମନ୍‌’ର ହିନ୍ଦୀ ଭର୍ସନ, ମୁମ୍ଵାଇ ପିଭିଆରରେ ପ୍ରିମିୟର ଶୋ’

3/02/2023 at 11:09 AM

ଭୁବନେଶ୍ୱର, ୦୩।୨:  ଅପେକ୍ଷାର ହେଲା ଅନ୍ତ । ସବୁ ପ୍ରତୀକ୍ଷା ଏବଂ ଉତ୍କଣ୍ଠାରେ ପଡ଼ିଛି ପୂର୍ଣ୍ଣଛେଦ । ଓଡ଼ିଆର ବ୍ଲକ୍‌ବଷ୍ଟର ଚଳଚ୍ଚିତ୍ର ‘ଦମନ’ ଏବେ ହିନ୍ଦୀରେ ଆସିଯାଇଛି ।  ସାରା ଦେଶରେ ୫୦୦ ହଲରେ ରିଲିଜ୍ ହେବ ଦମନ ଫିଲ୍ମର ହିନ୍ଦୀ ଭର୍ସନ । ଏଥିପାଇଁ ଦମନର ପୂରା ଟିମ୍ ମୁମ୍ବାଇ ଗସ୍ତରେ ଅଛି । ଆଜି ମୁମ୍ବାଇ ପିଭିଆର ହଲରେ ପ୍ରିମିୟର ଶୋ’ କରାଯିବ । ୨୦୨୨ ନଭେମ୍ବରରେ ଡାକ୍ତରଙ୍କ କାହାଣୀକୁ ନେଇ ଓଡ଼ିଆରେ ରିଲିଜ୍ ହୋଇଥିଲା ଫିଲ୍ମ ଦମନ ।

ଏଥିରେ ମୁଖ୍ୟ ଅଭିନେତା ବାବୁସାନ ମହାନ୍ତି, ଦୀପନ୍ୱିତ ଦାଶ ମହାପାତ୍ରଙ୍କ ସମେତ ପ୍ରଯୋଜକ, ନିର୍ଦ୍ଦେଶକ, ସଙ୍ଗୀତକାର ଓ ଅନ୍ୟମାନେ ପ୍ରିମିୟରରେ ଉପସ୍ଥିତ ରହି ଅନୁଭୂତି ବର୍ଣ୍ଣନା ସହ ଦର୍ଶକଙ୍କ ମଧ୍ୟରେ ସାମିଲ ହେବେ । ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଭାବେ ଏହା ଯେପରି ଆଇଏମ୍‌ଡିବି ରେଟିଂରେ ୯.୭ ପାଇ ଆର୍‌ଆର୍‌ଆର୍‌, କେଜିଫ୍‌-୨କୁ ପଛରେ ପକାଇଥିଲା ଏବେ ହିନ୍ଦୀରେ ମଧ୍ୟ ସେହିଭଳି କିଛି ରେକର୍ଡ କରିବାକୁ ଯାଉଛି । ବର୍ତ୍ତମାନ ସୁଦ୍ଧା ଏହି ପଏଣ୍ଟ ୮.୩ରେ ପହଞ୍ଚିଛି । ଯାହାକି ପୂରା ଟିମ୍‌ର ଆଶା ଏବଂ ଦର୍ଶକଙ୍କ ଉତ୍ସାହ ଉଭୟର ପରୀକ୍ଷା ଏବେ ବଡ଼ ପରଦାରେ । ସବୁଠୁ ବଡ଼ କଥା ହେଲା, ‘ଦମନ’ ଏବେ ବକ୍ସ ଅଫିସ୍‌ରେ ସୁପର୍‌ହିଟ୍‌ ସାବ୍ୟସ୍ତ ହୋଇଥିବା ବଲିଉଡ ଷ୍ଟାର୍‌ ଶାହାରୁଖଙ୍କ ‘ପଠାନକୁ ଟକ୍କର ଦେବ।

୨୦୨୨ ନଭେମ୍ବର ୪ ତାରିଖରେ ସତ୍ୟ ଆଧାରିତ ଜଣେ ଯୁବ ଡାକ୍ତରଙ୍କ କାହାଣୀକୁ ନେଇ ଆସିଥିଲା ‘ଦମନ’ । ହାତଗଣତି କେତୋଟି ଶୋ’ ସହ ରାଜ୍ୟର ୪୩ଟି ହଲ୍‌ରେ ମୁକ୍ତିଲାଭ କରିଥିଲା । ବର୍ତ୍ତମାନ ଓଡ଼ିଆ ସିନେମା ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ିବା ସହ ଦେଶର ୬ଟି ପ୍ରମୁଖ ସହରରେ ମୁକ୍ତିଲାଭ କଲା । ଏହାର ଲୋକପ୍ରିୟତା ଓ ଆଦର ଏତେ ବଢ଼ିଲା ଯେ, ପ୍ରଯୋଜନା ସଂସ୍ଥା ଏହାର ହିନ୍ଦୀ ଡବିଂ କରିବା ପାଇଁ ବାଧ୍ୟ ହେଲେ । ସିନେମା ମୁକ୍ତିଲାଭର ୧୨ଦିନ ଅର୍ଥାତ୍‌ ନଭେମ୍ବର ୧୬ରେ ଡବିଂ ପାଇଁ ମୁମ୍ବାଇ ଗଲା ଟିମ୍‌ । ପରେ ଏକ ବଡ଼ କମ୍ପାନି ପାନୋରମା ଷ୍ଟୁଡିଓ ଦ୍ୱାରା ଏହାର ବିତରଣ ହୋଇଛି ।

ଜେପି ମୋସନ୍‌ ପିକଚର୍ସ ବ୍ୟାନରରେ ଏବଂ ମେଣ୍ଟିସ୍‌ ଫିଲ୍ମସ୍‌ ମିଳିତ ଭାବେ ପ୍ରସ୍ତୁତ ଏହି ସିନେମାର ମୂଳ ପ୍ରଯୋଜକ ରହିଛନ୍ତି ଦୀପେନ୍ଦ୍ର ସାମଲ । ପ୍ରଯୋଜନାରେ ଅନ୍ୟମାନେ ସହାୟକ ଭାବେ ମଧ୍ୟ ରହିଛନ୍ତି । କାହାଣୀ, ଚିତ୍ରନାଟ୍ୟ ପ୍ରସ୍ତୁତି ସାଙ୍ଗକୁ ନିର୍ଦ୍ଦେଶନା ଦେଇଛନ୍ତି ବିଶାଳ ମୌର୍ଯ୍ୟ ଏବଂ ଦେବୀ ପ୍ରସାଦ ଲେଙ୍କା ।  ସତ୍ୟ ଆଧାରିତ ଏହି କାହାଣୀ ସାରା ଦେଶରେ ଦର୍ଶକଙ୍କ ହୃଦୟ ଛୁଇଁବ ବୋଲି ପୂରା ଟିମ୍‌ ଆଶାବାଦୀ ରହିଛି । ଭୁବନେଶ୍ୱରର ବିଭିନ୍ନ ସିଙ୍ଗଲ୍‌ ଏବଂ ମଲ୍ଟିପ୍ଲେକ୍ସ ହଲ୍‌ରେ ୮ଟି ଶୋ’ ପ୍ରଦର୍ଶିତ ହେବ ବୋଲି ସେ କହିଛନ୍ତି ।

   Related Posts