Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗିରଫ ହେଲେ କନ୍ନଡ଼ ଅଭିନେତା ଚେତନ କୁମାର, ହିନ୍ଦୁ ଧର୍ମକୁ ନେଇ କରିଥିଲେ ବିବାଦୀୟ ପୋଷ୍ଟ୍‌
  • ||
  • ଖୋର୍ଦ୍ଧା : ଟ୍ରକକୁ ପଛରୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଧର୍ମଗଡ଼ : ବନୀକରଣ ନାଁରେ ଦୁର୍ନୀତି, ଜେଲ୍‌ ଗଲେ ଦୁଇ ପୂର୍ବତନ ବନ ଅଧିକାରୀ
  • ||
  • ମୁମ୍ବାଇ : କିରଣ ଖେର୍‌ କୋଭିଡ଼ ପଜିଟିଭ୍‌, ଟ୍ୱିଟ୍‌ ଜରିଆରେ ଲୋକଙ୍କୁ କଲେ ଖାସ୍‌ ଅପିଲ୍‌
  • ||
  • ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ବର୍ଷା କମିବ, ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବ
  • ||

ସଂକଟ ସମୟରେ ଆଦାନୀ ଗ୍ରୁପର ବଡ଼ ନିଷ୍ପତ୍ତି ! ୩୪,୯୦୦ କୋଟି ଟଙ୍କାର ପ୍ରୋଜେକ୍ଟକୁ କଲା ବନ୍ଦ

19/03/2023 at 4:54 PM

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍ ଗୁଜରାଟର ମୁନ୍ଦ୍ରାରେ ୩୪,୯୦୦ କୋଟି ଟଙ୍କାର ପେଟ୍ରୋରସାୟନ ପ୍ରୋଜେକ୍ଟ କାମକୁ ବନ୍ଦ କର ଦେଇଛି । ହଣ୍ଡନବର୍ଗର ରିପୋର୍ଟର ପରେ କମ୍ପାନି ନିଜ ଅପରେସନକୁ ମଜଭୁତ କରିବା ଏବଂ ନିବେଶକଙ୍କ ଚିନ୍ତାକୁ ଦୂର କରିବା ପାଇଁ ଧ୍ୟାନ କେନ୍ଦ୍ରୀତ କରୁଛି । ଗ୍ରୁପର ପ୍ରମୁଖ କମ୍ପାନି ଆଦାନୀ ଏଣ୍ଟରପ୍ରାଜେସ ଲିମିଟେଡ୍ ୨୦୨୧ରେ କୋଇଲାରୁ ପିବିସି ହେଉଥିବା ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ପୂର୍ଣ୍ଣ ସ୍ୱାମୀତ୍ୱ ଥିବା ସହାୟକ କମ୍ପାନି ମୁନ୍ଦ୍ରା ପେଟ୍ରୋକେମ ଲିମିଟେଡ୍ ଗଠନ କରିଥିଲା । ଏହି ପ୍ଲାଣ୍ଟ ଗୁଜରାଟର କଚ୍ଛ ଜିଲ୍ଲାରେ ଆଦାନୀ ପୋର୍ଟ୍ସ ଆଣ୍ଡ ସ୍ପେଶାଲ ଇକୋନମିକ୍ ଜୋନର ଭୂମିରେ ଏହାକୁ ନିର୍ମାଣ କରାଯାଇଥାନ୍ତା ।

ହିଣ୍ଡନବର୍ଗ ରିସର୍ଚ୍ଚର ରିପୋର୍ଟ ପରେ ଆଦାନୀ ଗ୍ରୁପର ମାର୍କେଟ୍ କ୍ୟାପ ପ୍ରାୟ ୧୪୦ ବିଲିୟନ ଡଲାର କମି ସାରିଛି । ଏପରି ସ୍ଥିତିରେ ଗ୍ରୁପ ନିଜର ଋଣ ପରିଶୋଧ, ସଂଚାଳନକୁ ମଜଭୁତ କରିବା ଏବଂ ନିବେଶକଙ୍କ ଚିନ୍ତାଙ୍କୁ ଦୂର କରିବା ଉପରେ ଧ୍ୟାନ ଦେଇଥିଲେ । ହିଣ୍ଡନବର୍ଗର ସମସ୍ତ ଅଭିଯୋଗକୁ ଗ୍ରୁପ୍ ଖଣ୍ଡନ କରିଥିଲା । ସୂତ୍ର ଅନୁସାରେ ଯେଉଁ ପ୍ରୋଜେକ୍ଟ ଗୁଡିକ ଉପରେ କମ୍ପାନି ବର୍ତ୍ତମାନ ସମୟରେ ଆଗକୁ ନ ବଢିବା ପାଇଁ ନିଷ୍ପତ୍ତି ନେଇଛି, ସେଥିରେ ବାର୍ଷିକ ୧୦ ଲକ୍ଷ ଟନ କ୍ଷମତାର ଗ୍ରୀନ ପିବିସି ଯୋଜନା ସାମିଲ ରହିଛି ।

କମ୍ପାନି ନିଜ ବିକ୍ରେତା ଏବଂ ନିବେଶକଙ୍କୁ ମୁନ୍ଦ୍ରା ପେଟ୍ରୋକେମ ଲିମିଟେଡର ଗ୍ରୀନ ପିବିସି ପରିଯୋଜନା ପାଇଁ ପରବର୍ତ୍ତୀ ନୋଟିସ ଯାଏ ସମସ୍ତ ଗତିବିଧି ଏବଂ ଦାୟିତ୍ୱକୁ ବାତିଲ କରାଯାଇଛି । କମ୍ପାନି କହିଛି ଯେ ବିଭିନ୍ନ ବ୍ୟବସାୟିକ କାର୍ଯ୍ୟକ୍ଷେତ୍ରରେ ଲାଗୁ କରାଯାଉଥିବା ବିଭିନ୍ନ ପରିଯୋଜନାର ପୂନଃମୂଲ୍ୟାଙ୍କନ କରାଯାଉଛି । ଭବିଷ୍ୟତର ନଗଦ ଏବଂ ଆର୍ଥିକ ଆଧାରରେ କିଛି ପରିଯୋଜନାର ସମୟସୀମାରେ ସଂଶୋଧନ ପାଇଁ ପୁନଃମୂଲ୍ୟାଙ୍କନ କରାଯାଉଛି ।

   Related Posts