ଶେଖ ହସିନା ହିଣ୍ଡନ ଏୟାରବେସରେ କାହିଁକି କଲେ ଅବତରଣ ? ଏୟାରବେସରେ କଣ ରହିଛି ବିଶେଷତ୍ବ ?

Published By : Prameya-News7 Bureau | August 09, 2024 IST

ନୂଆଦିଲ୍ଲୀ ୦୯।୦୮: ଜଳୁଛି ବାଂଲାଦେଶ । ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ ଭାରତ ଆସିଥିଲେ ହସିନା । ସାଧାରଣତଃ ଯେତେବେଳେ କୌଣସି ଦେଶର ମୁଖ୍ୟ ଭାରତ ଆସନ୍ତି, ସେତେବେଳେ ତାଙ୍କୁ ଦିଲ୍ଲୀର ଆଇଜି ବିମାନ ବନ୍ଦରରେ ସ୍ୱାଗତ କରାଯାଏ। 

କିନ୍ତୁ ଏଥର ଶେଖ ହସିନା ଦିଲ୍ଲୀର ଆଇଜି ଏୟାରପୋର୍ଟରେ ଅବତରଣ କରିନଥିଲେ । ତାଙ୍କ ବିମାନ ୟୁପି ଗାଜିଆବାଦର ହିଣ୍ଡନ ଏୟାରବେସରେ ଅବତରଣ କରିଥିଲା। କିନ୍ତୁ ଏହି ଏୟାରବେସ୍ରେ ହିଁ କାହିଁକି ? ଏହାର କଣ ରହିଛି ବିଶେଷତ୍ବ ?  

ବାସ୍ତବରେ ହସିନା ଅବତରଣ କରିଥିବା ସ୍ଥାନ ହେଉଛି ହିଣ୍ଡନ ଏୟାରବେସ୍ । ଏହା ଏସିଆର ସବୁଠୁ ବଡ ଏୟାରବେସ୍ । ଏହା ଏସିଆର ସବୁଠାରୁ ବଡ ଏୟାରବେସ୍ । ହିଣ୍ଡନ ନଦୀ ନିକଟରେ ଅବସ୍ଥିତ ଏହି ଏୟାରବେସ୍ । ୧୯୩୨ ମସିହାରେ ଏହି ବେସ୍ର ପ୍ରତିଷ୍ଠା ହୋଇଥିଲା । ୫୫ ବର୍ଗ କିଲୋମିଟର ଉପରେ ବ୍ୟାପିଛି ହିଣ୍ଡନ ଏୟାରବେସ୍। 

ଏହି ସ୍ଥାନ ଭାରତୀୟ ବାୟୁସେନା ନିୟନ୍ତ୍ରଣରେ ରହିଛି । ଭାରତର ଅନେକ ପରମାଣୁ ସକ୍ଷମ ବିମାନ ଏବଂ ଫାଇଟର ଜେଟ୍ ସବୁବେଳେ ଏହି ଏୟାରବେସରେ ରହିଥାଏ । ଏହାବ୍ୟତୀତ ସାଧାରଣ ବିମାନବନ୍ଦର ଅପେକ୍ଷା ଏଠାରେ ସୁରକ୍ଷା ବ୍ୟବସ୍ଥା ଅଧିକ ଶକ୍ତିଶାଳୀ ।

ଯେଉଁ ପରିସ୍ଥିତିରେ ଶେଖ ହସିନା ଭାରତ ଆସିଛନ୍ତି ତାହା ସାଧାରଣ କଥା ନୁହେଁ । ଏହି କାରଣରୁ ଶେଖ ହସିନାଙ୍କ ବିମାନ ଦିଲ୍ଲୀର ବ୍ୟସ୍ତବହୁଳ ଆଇଜି ବିମାନବନ୍ଦର ବଦଳରେ ୟୁପି ହିଣ୍ଡନରେ ଅବତରଣ କରିଥିଲା। 

୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ  ସମୟରେ ଏହି ଏୟାରବେସ୍‌ର ବ୍ୟବହାର ରାଜଧାନୀର ସୁରକ୍ଷା ପାଇଁ କରାଯାଇଥିଲା । ସେତେବେଳେ ଅନେକ ଲଢାକୁ ବିମାନ ହିଣ୍ଡନ ଏୟାରବେସରେ ରଖାଯାଇଥିଲା । ଏହାବ୍ୟତୀତ ମିଗ-୨୯ ଏୟାରବେସରେ ନିୟୋଜିତ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.