ପାକିସ୍ତାନକୁ ଆଇନା ଦେଖାଇଲେ ପୂର୍ବତନ ବୈଦେଶିକ ମନ୍ତ୍ରୀ ହିନା ରବାନୀ ; କହିଲେ ଆମେରିକାକୁ ଭିକ ମାଗିବା ଅପେକ୍ଷା ଭାରତ ସହ ବନ୍ଧୁତା ଭଲ

Published By : Prameya-News7 Bureau | January 14, 2019 IST

ଲାହୋର ୧୪|୧: ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ହିନା ରବାନୀ ଖାର୍ କହିଛନ୍ତି ଯେ ହାତରେ ଭିକ୍ଷାଥାଳ ଧରି ଆମେରିକାର ଦୟାର ପାତ୍ର ହେବା ଅପେକ୍ଷା ଭାରତ ସହିତବନ୍ଧୁତା ସ୍ଥାପନ କରିବା ।  କୁ ଆର୍ଥିକ, ରାଜନୈତିକ ଅଥବା ସାମରିକ ସହାୟତା ପାଇଁ ଆମେରିକା ଉପରେ ପାକିସ୍ତାନ ନିର୍ଭର କରିବା ବଦଳରେ ଭାରତ ଏବଂ ଅନ୍ୟ ପଡୋଶୀ ଦେଶ ସହ ସମ୍ପର୍କ ମଜବୁତ କରିବା ଆବଶ୍ୟକତା ରହିଛି ।

ହିନା ଥିଙ୍କ୍ ଫେଷ୍ଟରେ ଆମେରିକା ସହ ପାକିସ୍ତାନର ସଂପର୍କକୁ ନେଇ କହିଥିଲେ ଯେ, ପାକିସ୍ତାନ ସବୁବେଳେ ନିଜକୁ ଆମେରିକାର ବରାବର ରାଜନୈତିକ ସହଯୋଗୀ ହେବାକୁ କଳ୍ପନା କରିଛି । ଯାହା କେବେ ବି ହୋଇପାରିବ ନାହିଁ । ଏକ ରିପୋର୍ଟ ଅନୁସାରେ ପୂର୍ବତନ ବୈଦେଶିକ ମନ୍ତ୍ରୀ କହିଛନ୍ତି ପାକିସ୍ତାନ ଦୁଇ ହାତରେ ଭିକ୍ଷା ଥାଳ ରଖି ସାମ୍ମାନ ହାସଲ କରିପାରିବନାହିଁ ।

{"id":73891}

ପାକିସ୍ତାନର ପ୍ରଥମ ମହିଳା ବୈଦେଶିକ ମନ୍ତ୍ରୀ (୨୦୧୧-୧୩) ରହିଥିବା ହିନା କହିଛନ୍ତି ପାକିସ୍ତାନକୁ ଆମେରିକା ବ୍ୟତୀତ ଆଫଗାନିସ୍ତାନ, ଭାରତ, ଇରାନ ଏବଂ ଚୀନ୍ ସହ ହେବା କଥା । ସେ କହିଛନ୍ତି ଯେ, ଆମେରିକା ସେତିକି ଗୁରୁତ୍ବ ପାଇବା କଥା ନୁହେଁ ଯେତିକି ପାକିସ୍ତାନରେ ଦିଆଯାଉଛି । କାରଣ ପାକିସ୍ତାନର ଆର୍ଥିକ ବ୍ୟବସ୍ତା ଅମେରିକାର ସହାୟତା ଉପରେ ନିର୍ଭର ନୁହେଁ ।

{"id":73892}

ସେ ବିଦେଶମନ୍ତ୍ରୀ ଥିବା ସମୟରେ ଅଲ କାଏଦା ମୁଖ୍ୟ ଓସମା ବିନ୍ ଲାଡେନ ପାକିସ୍ତାନ ଏବଟାବାଦରେ ମେ ୨୦୧୧ରେ ଆମେରିକାର ଏକ ସାମରିକ ଅଭିଯାନ ବେଳେ ମୃତ୍ୟୁବରଣ କରିଥିଲେ । ହିନା କହିଛନ୍ତି ପାକିସ୍ତାନକୁ ଆମେରିକାଠାରୁ ଅଧିକ ଆଶା ରଖିବା ଉଚିତ୍ ନୁହେଁ । ସେ ଏହା କହିଛନ୍ତି ଯେ ପାକିସ୍ତାକୁ ଆଫଗାନ୍ ଯୁଦ୍ଧରୁ ବାହାରି ଯିବା ଉଚିତ୍ । ୧୭ ବର୍ଷ ଧରି ଚାଲିଆସିଥିବା ଏହି ଯୁଦ୍ଧରେ ପାକ୍ କୁ ସବୁଠୁ ଅଧିକ କ୍ଷତି ସହିବାକୁ ପଡିଛି । ସେ ଏହା ମଧ୍ୟ କହିଛନ୍ତି ଯେ ଭାରତ ସହ ଯୁଦ୍ଧ କରି କାଶ୍ମୀରକୁ ହାସଲ କରିପାରିବନାହିଁ ପାକିସ୍ତାନ । ହିନା ଏଭଳି ବୟାନ ପ୍ରଥମ ଥର ଦେଇନାହାନ୍ତି । ସେ ପୂର୍ବରୁ ମଧ୍ୟ ଭାରତ-ପାକିସ୍ତାନ ସଂପର୍କ ଉପରେ ବୟାନ ଦେଇଛନ୍ତି । ସେ ଏହା ପୂର୍ବରୁ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ଆଇନା ଦେଖାଇ କହିଥିଲେ ଯେ, ପାକିସ୍ତାନ ଭାରତ ସହ ଲଢି କାଶ୍ମୀରକୁ ହାସଲ କରିପାରିନାହିଁ । ଏହି ପ୍ରସଙ୍ଗକୁ ଆପୋଷ ବୁଝାମଣାରେ ସମାଧାନ କରାଯାଇପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.