କ’ଣ ହିନାଙ୍କୁ ଧୋକ୍କା ଦେଲେ କି ରକି ? ଅଭିନେତ୍ରୀଙ୍କ ପୋଷ୍ଟ ଇଣ୍ଟରନେଟ୍ରେ ଭାଇରାଲ୍
7/12/2022 at 12:26 PM

ହିନ୍ଦୀ ଟେଲି ଜଗତର ନାମିଦାମୀ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ହିନା ଖାନ। ‘ୟେ ରିସ୍ତା କ୍ୟା କେହେଲାତା ହେ’ ରୁ ନିଜର ପରିଚୟ ହାସଲ କରିଥିଲେ । ଏହା ପରେ କସୋଟି ଜୀନ୍ଦେଗୀ କି ରେ ନେଗେଟିଭ୍ ରୋଲ କରି ଖୁବ୍ ଲୋକପ୍ରିୟତା ହାସଲ କରିଥିଲେ। ତେବେ ସେ ଅକ୍ସରାର ଚରିତ୍ର ପଜିଟିଭ ହେଉ କି କମୋଲିକା ଭଳି ନେଗେଟିଭ ଚରିତ୍ର, ସବୁଥିରେ ଦର୍ଶକଙ୍କ ମନୋରଞ୍ଜନ କରି ପ୍ରଂଶସା ସାଉଁଟି ପାରିଛନ୍ତି ହିନା । ତେବେ ଏହା ସମସ୍ତେ ଜାଣିଛନ୍ତି ଯେ, ଅଭିନେତ୍ରୀ ହିନା ଖାନ୍ ଏବଂ ରକି ଜୟସବାଲ ଦୁହେଁ ଦୀର୍ଘ ଦିନ ଧରି ରିଲେସନସିପ୍ରେ ଅଛନ୍ତି। ପ୍ରାୟ ସମୟରେ ଉଭୟଙ୍କ ଏକାଠି ଫଟୋ ଉଠାଇ ସୋସିଆଲ ମିଡିଆରେ ସେୟାର କରିଥାନ୍ତି ।

ହେଲେ ବର୍ତ୍ତମାନ ହିନା ଖାନ ଗୋଟିଏ କାରଣରୁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି। ପ୍ରଶଂସକମାନେ ଅନୁମାନ କରିବା ଆରମ୍ଭ କରିଛନ୍ତି ଯେ ହିନା ଖାନଙ୍କ ପ୍ରେମ ଜୀବନରେ କିଛି ଭଲରେ ଚାଲୁନାହିଁ ଏବଂ ବୋଧ ହୁଏ ସେ ପ୍ରେମିକା ରକିଙ୍କ ସହ ସମ୍ପର୍କ ଭାଙ୍ଗିଛନ୍ତି। କହିବାକୁ ଗଲେ ହିନା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ପୋଷ୍ଟରେ ଲେଖିଛନ୍ତି, ପ୍ରତାରଣା ହିଁ ଏକମାତ୍ର ସତ୍ୟ ଅଟେ। ଅନ୍ୟ ଏକ ପୋଷ୍ଟରେ, ହିନା ଲେଖିଛନ୍ତି, ଯିଏ ତୁମକୁ ବିଶ୍ୱାସଘାତକତା କରେ, ତାହା ଉପରେ କେବେ ବି ଅନ୍ଧ ଭଳି ବିଶ୍ଵାସ କରିବା ପରେ ନିଜକୁ କ୍ଷମା କରିବାକୁ ଭୁଲିଯାଅ ନାହିଁ। ବେଳେବେଳେ ଭଲ ହୃଦୟ ଖରାପ ଜିନିଷ ଦେଖେ ନାହିଁ । ହିନା ଖାନଙ୍କ ଏହି କ୍ରିପ୍ଟିକ୍ ପୋଷ୍ଟ ପରେ ପ୍ରଶଂସକମାନେ ଟେନସନରେ ଆସିଛନ୍ତି।

ପ୍ରତାରଣା ବିଷୟରେ ପୋଷ୍ଟ କରିବା ପରେ ହିନାଙ୍କ ଏହି ଟ୍ଵିଟ୍ ଟ୍ରେଣ୍ଡ ପାଲଟିଛି। ତାଙ୍କର ପ୍ରଶଂସକ ଏବଂ ଶୁଭେଚ୍ଛୁମାନେ ତାଙ୍କ ପୋଷ୍ଟ ବିଷୟରେ ବିଭିନ୍ନ କଳ୍ପନାଜଳ୍ପନା କରୁଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, ମ୍ୟାମ୍ ’କ’ଣ ହେଲା, ପ୍ଲିଜ୍ ମୋତେ କୁହ, ଆମେ ବହୁତ ବିବ୍ରତ। ଅନ୍ୟ ଜଣେ ପଚାରିଛନ୍ତି, “@eyehinakhan #hinaholics ଚିନ୍ତିତ ଅଛନ୍ତି। ଆପଣ ଠିକ ଅଛନ୍ତି ତ ?”
Oh God Hinu ko kya hua! 😭😭#HinaKhan pic.twitter.com/Zhb4FSNat2
— 𝑹𝒊𝒑𝒂𝒏ꨄ︎ (@shamitaxhina) December 6, 2022
କହିବାକୁ ଗଲେ ଏହି ପୋଷ୍ଟ ଗୁଡିକ ହିନା ଇନଷ୍ଟା ଷ୍ଟୋରୀରୁ ଡିଲିଟ୍ କରି ଦେଇଛନ୍ତି। କିନ୍ତୁ ତାଙ୍କ ପୋଷ୍ଟର ସ୍କ୍ରିନସଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକମାନେ କହୁଛନ୍ତି ଯେ ହିନା ଏବଂ ରକିଙ୍କ ମଧ୍ୟରେ ଠିକ୍ ନାହିଁ । ଅନ୍ୟ କେହି କେହି କହୁଛନ୍ତି ଆଗାମୀ ପ୍ରୋଜେକ୍ଟକୁ ନେଇ ଏପରି କହୁଥାଇ ପାରନ୍ତି। ବାସ୍ତବରେ, କେବଳ ହିନା ହିଁ କହିପାରିବେ ସତ କ’ଣ।