ମୁମ୍ଵାଇ ୦୬।୦୯: ଟିଭିର ସବୁଠାରୁ ଜଣାଶୁଣା ଅଭିନେତ୍ରୀ ହିନା ଖାନ। ବର୍ତ୍ତମାନ ସେ ତାଙ୍କ ଜୀବନର ସବୁଠାରୁ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି । ଅଭିନେତ୍ରୀ ସ୍ତନ କର୍କଟରେ ପୀଡିତ। ବର୍ତ୍ତମାନ ସେ କେମୋଥେରାପି ନେଉଛନ୍ତି। ହିନା ତାଙ୍କ ଚିକିତ୍ସା ସମ୍ବନ୍ଧୀୟ ପ୍ରତ୍ୟେକ ଅପଡେଟ୍ ପ୍ରଶଂସକଙ୍କ ସହ ବାଣ୍ଟୁଛନ୍ତି। ଏସବୁ ମଧ୍ୟରେ ଅଭିନେତ୍ରୀଙ୍କ ଏକ ନୂଆ ପୋଷ୍ଟ ପ୍ରଶଂସକଙ୍କୁ ଦୁଃଖ ଦେଇଛି। କେମୋଥେରାପିର ପାର୍ଶ୍ୱ ପ୍ରତିକ୍ରିୟା ହେତୁ ହିନା ଏବେ ନୂଆ ରୋଗରେ ଆକ୍ରାନ୍ତ ହୋଇଥିବା ପୋଷ୍ଟରେ କହିଛନ୍ତି।
ହିନା ଖାନ ତୃତୀୟ ପର୍ଯ୍ୟାୟ ସ୍ତନ ସ୍ତନ କର୍କଟ ସହିତ ଲଢୁଛନ୍ତି। ବର୍ତ୍ତମାନ ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ ପ୍ରକାଶ କରିଛନ୍ତି ଯେ କେମୋଥେରାପିର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ ସେ ମ୍ୟୁକୋସିଟିସରେ ପୀଡିତ ଅଛନ୍ତି। ମୁଁ ଏହାର ଚିକିତ୍ସା ପାଇଁ ଡାକ୍ତରଙ୍କ ପରାମର୍ଶକୁ ଫଲୋ କରୁଛି। ଯଦି ଆପଣଙ୍କ ମଧ୍ୟରୁ କେହି ଏହା ଦେଇ ଗତି କରିଛନ୍ତି କିମ୍ବା କୌଣସି ଉପଯୋଗୀ ପ୍ରତିକାର ଜାଣିଛନ୍ତି ତେବେ ଦୟାକରି ପରାମର୍ଶ ଦିଅନ୍ତୁ। କାହିଁକି ନା ମୁଁ ଖାଇବା ପିଇବା କିଛି କରିପାରୁନି । ଏହା ମୋତେ ସାହାଯ୍ୟ କରିବ। "
ହିନା ଖାନ ତାଙ୍କ ପୋଷ୍ଟର କ୍ୟାପସନରେ ଲେଖିଛନ୍ତି, “ଦୟାକରି ପରାମର୍ଶ ଦିଅନ୍ତୁ। ଦୟାକରି ପ୍ରାର୍ଥନା କର। ” ଅଭିନେତ୍ରୀଙ୍କ ପଦ ପରେ ଅନେକ ପ୍ରଶଂସକ ମଧ୍ୟ ପରାମର୍ଶ ଦେଉଛନ୍ତି ଏବଂ ତାଙ୍କ ରିକଭରି ପାଇଁ ପ୍ରାର୍ଥନା କରୁଛନ୍ତି । ଜଣେ ପ୍ରଶଂସକ ଲେଖିଛନ୍ତି, “ଶୀଘ୍ର ସୁସ୍ଥ ହୁଅ। ତୁମ ପାଇଁ ପ୍ରାର୍ଥନା କରୁଛି।