Cannesରେ ପ୍ରିୟଙ୍କାଙ୍କ ଲୁକ୍କୁ କପି କଲେ ହିନା ଖାନ୍, ଟ୍ରୋଲ କଲେ ୟୁଜର୍ସ…
25/05/2022 at 2:44 PM

ମୁମ୍ବାଇ ୨୫।୦୫: ବର୍ତ୍ତମାନ ସୋସିଆଲ ମିଡିଆରେ ଟେଲି ଅଭିନେତ୍ରୀ ହିନା ଖାନ୍ ନିଜର ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ଅଭିନେତ୍ରୀ କାନ୍ସ ୨୦୨୨ରେ ସାମିଲ ହୋଇ ନିଜର ଜଲୱା ଦେଖାଉଛନ୍ତି। ଏବେ ଅଭିନେତ୍ରୀଙ୍କ ଏପରି ଏକ ଫଟୋ ସାମ୍ନାକୁ ଆସିଛି । ଯାହା ସୋସିଆଲ୍ ମିଡିଆକୁ ଥରାଇ ଦେଇଛି। ଅଭିନେତ୍ରୀଙ୍କୁ ଦେଖି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ହେଲେ ଏହି ଲୁକ୍ ଦେଖି କିଛି ୟୁଜର୍ସ ହିନାଙ୍କୁ ଟ୍ରୋଲ୍ କରିବାରେ ଲାଗିଛନ୍ତି ।

ସୋସିଆଲ ମିଡିଆରେ ଆକ୍ଟିଭ୍ ଥିବା ହିନା ଖାନ କାନ୍ସର ଅନେକ ଫଟୋ ସେୟାର କରିଛନ୍ତି । ହେଲେ ବର୍ତ୍ତମାନ ସେ ଟ୍ରୋଲର୍ସଙ୍କ ଶୀକାର ହୋଇଛନ୍ତି । କାନ୍ସ ଫିଲ୍ମ ଫେଷ୍ଟିଭାଲରେ ତାଙ୍କର ଏହି ଲୁକ୍ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । କୁହାଯାଉଛି କି ହିନା ପ୍ରିୟଙ୍କାଙ୍କୁ କପି କରିଛନ୍ତି । ଫଟୋରେ ହିନା ଖାନ ନୀଳ ରଙ୍ଗର ଏକ ଗାଉନ୍ ପିନ୍ଧିଛନ୍ତି । ବେକରେ ଟ୍ରାନ୍ସପରେଣ୍ଟର ନେଟ୍ ଲାଗି ରହିଥିବା ବେଳେ ଚୁଟିକୁ ଟେକିକି ବାନ୍ଧିଛନ୍ତି । ଏହି ଲୁକ୍ରେ ହିନା ଷ୍ଟାଇଲିସ୍ ନଜର ଆସୁଥିବା ବେଳେ ଭିନ୍ନ ଭିନ୍ନ ପ୍ରକାରର ପୋଜ୍ ଦେଉଥିବାର ଦେଖିବାକୁ ମିଳିଛି ।
ଏହି ଫଟୋକୁ ଦେଖି କିଛି ଟ୍ରୋଲର୍ସ ଦାବି କରି କହିଛନ୍ତି କି କାନ୍ସ ଫିଲ୍ମ ଫେଷ୍ଟିଭାଲ୍ ୨୦୨୨ରେ ହିନା ଖାନଙ୍କ ଲୁକ୍ ଅନ୍ତର୍ଜାତୀୟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ କପି କରାଯାଇଛି । ସେଥିପାଇଁ ଟ୍ରୋଲର ହିନା ଖାନଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରି ଦେଇଛନ୍ତି ।