ମୁମ୍ଵାଇ ୨୨।୦୭: ଟେଲି ଅଭିନେତ୍ରୀ ହିନା ଖାନ । ଅକ୍ଷରା ନାମରେ ବେଶ ପରିଚିତ । ସୋସିଆଲ ମିଡିଆରେ ହିନା ବହୁତ ଆକ୍ଟିଭ୍ । ହିନା ପ୍ରତିଦିନ କିଛି ନା କିଛି ପୋଷ୍ଟ ସେୟାର କରୁଛନ୍ତି। ସୂଚନାଯୋଗ୍ୟ ଯେ ସ୍ତନ କର୍କଟ ରୋଗର ତୃତୀୟ ପର୍ଯ୍ୟାୟରେ ହିନା ଖାନ ଅଛନ୍ତି। ଏଭଳି ପରିସ୍ଥିତିରେ ହିନା ନିଜର ଯତ୍ନ ନେଉଛନ୍ତି ଏବଂ ନିଜର ସାହସ ବଜାୟ ରଖିଛନ୍ତି। ତଥାପି, ହିନା ସେୟାର କରୁଥିବା ପୋଷ୍ଟଗୁଡିକୁ ଦେଖିଲେ ଲାଗେ ଯେମିତି ସେ ଭିତରୁ ବହୁତ ଚିନ୍ତିତ ଅଛନ୍ତି।
ହିନା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି ଯେ ଆପଣଙ୍କୁ ବଞ୍ଚାଇବାକୁ କେହି ଆସିବେ ନାହିଁ, କିନ୍ତୁ ଅନେକ ଲୋକ ମୋତେ ବଞ୍ଚାଇଛନ୍ତି। ଏଥିରେ ସେମାନଙ୍କର କୌଣସି ଫାଇଦା ନାହିଁ ହେଲେ ସେ ଏହା ଅପରିଚିତ ବ୍ୟକ୍ତିଙ୍କ ହସ, ଲେଖକଙ୍କ ଶବ୍ଦ, ବନ୍ଧୁ ପରି କିଛି ଛୋଟ ହୋଇପାରେ ।
କେବଳ ଏତିକି ନୁହେଁ ହିନା ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ଅଭିନେତ୍ରୀ ଝରକା ବାହାରେ ଆକାଶକୁ ଚାହିଁ ରହିଛନ୍ତି। ଏହି ପୋଷ୍ଟକୁ ସେୟାର କରିବାବେଳେ ହିନା ଏହାର କ୍ୟାପସନରେ ଲେଖିଛନ୍ତି ଯେ ହୈ ନା… ହାର୍ଟର ଇମୋଜି ଏବଂ ଔଷଧ ଇମୋଜି। ହିନାଙ୍କ ଏହି ପୋଷ୍ଟରେ ୟୁଜର୍ସମାନେ ମଧ୍ୟ କମେଣ୍ଟ ମଧ୍ୟ ଦେଇଛନ୍ତି।