ଇତିହାସ ରଚିଲେ ହୀନା ଜୈଶୱାଲ : ହେଲେ ଭାରତୀୟ ବାୟୁ ସେନାର ପ୍ରଥମ ମହିଳା ଫ୍ଲାଇଟ ଇଂଜିନିୟର

Published By : Prameya-News7 Bureau | February 16, 2019 IST

ବାଙ୍ଗାଲୁରୁ ୧୬/୨ : ହୀନା ଜୈଶୱାଲଙ୍କୁ ଭାରତୀୟ ବାୟୁ ସେନାରେ ସାମିଲ କରିଛି | ହୀନା ଭାରତୀୟ ବାୟୁ ସେନାର ପ୍ରଥମ ମହିଳା ଲେଫ୍ଟେନେଣ୍ଟ | ହୀନା ବାଙ୍ଗାଲୁରୁର ଉତ୍ତର ଉପନଗର ସ୍ଥିତ ୟେଲାହଂକା ଏୟାର ବେଶର ୧୧୨ ତମ ହେଲିକେପ୍ଟର ୟୁନିଟର ଫ୍ଲାଇଟ ଲେଫ୍ଟେନେଣ୍ଟ ଥିଲେ | ଏନେଇ ସୁରକ୍ଷା ମନ୍ତ୍ରାଳୟ ସୂଚନା ଦେଇଛନ୍ତି |

{"id":85711,"width":585,"height":328}


ହୀନା ଭାରତୀୟ ବାୟୁ ସେନାର ଇଂଜିନିୟରିଂ ଶାଖାରେ ୨୦୧୫ ମସିହା ଜାନୁଆରୀ ୫ ତାରିଖରେ ସୈନିକ ଭାବେ ଭର୍ତ୍ତି ହୋଇଥିଲେ | ସେ ଫ୍ଲାଇଟ ଇଂଜିନିୟରିଂ ପାଠ୍ୟକ୍ରମରେ ସାମିଲ ହେବା ପୂର୍ବରୁ ମିସାଇଲର ଫାଇରିଂ ଟିମର ପ୍ରମୁଖ ଥିଲେ ଏବଂ ବ୍ୟାଟେରୀ କମାଣ୍ଡର ଭାବେ କାର୍ଯ୍ୟରତ ଥିଲେ |


୬ ମାସର ପାଠ୍ୟକ୍ରମ ଅନୁସାରେ, ହିନା ନିଜର ପୁରୁଷ ପ୍ରତିଦ୍ବନ୍ଦୀଙ୍କ ସହ ପ୍ରଶିକ୍ଷଣ ନେଉଥିବା ସମୟରେ ପ୍ରତିଦ୍ବନ୍ଦିତା, ସମର୍ପଣ ଏବଂ ଦୃଢ଼ତାର ସହ ପ୍ରଦର୍ଶନ କରିଥିଲେ |

{"id":85712,"width":583,"height":424}


ହୀନାଙ୍କ ଘର ଚଣ୍ଡୀଗଡ଼ରେ | ସେ ପଞ୍ଜାବ ୟୁନିଭର୍ସିଟିରୁ ଇଂଜିନିୟରିଂ ଡିଗ୍ରୀ ହାସଲ କରିଛନ୍ତି | ଇଂଜିନିୟରିଂ କରି ସାରିବା ପରେ ଭାରତୀୟ ବାୟୁ ସେନାରେ ଯୋଗ ଦେବା ପାଇଁ ପ୍ରଶିକ୍ଷଣ ଆରମ୍ଭ କରିଥିଲେ | ସେ କହିଛନ୍ତି ଯେ, ପିଲା ଦିନୁ ହିଁ ସୈନିକଙ୍କ ପୋଷାକ ଏବଂ କାର୍ଯ୍ୟକଳାପ ପ୍ରତି ଅକ୍ରୁସ୍ତ ଥିଲେ | ପିଲା ଦିନୁ ହିଁ ତାଙ୍କର ପାଇଲଟ ହେବା ଆଶା ରହିଥିଲା ବୋଲି ସେ କହିଛନ୍ତି | ସେ ଆହୁରି କହିଛନ୍ତି ଯେ, ଜରୁରୀକାଳୀନ ପରିସ୍ଥିତିରେ ସିଆଚିନ ଗ୍ଲାସିଆରର ବରଫାବୃତ୍ତ ପାହାଡିଆ ଅଂଚଳଠୁ ଆରମ୍ଭ କରି ଆଣ୍ଡାମାନ ସାଗର ପର୍ଯ୍ୟନ୍ତ ବାୟୁ ସେନାର ଅପରେସନ ହେଲିକେପ୍ଟର ୟୁନିଟ ଯୋଗେ ସେବା କରିବେ | ସେ ସମସ୍ତ ପ୍ରକାର ଚେତାବନୀ ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ହୀନା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.