କପିଲ ଶିବଲଙ୍କୁ ହିମନ୍ତ ବିଶ୍ୱ ଶର୍ମାଙ୍କ କଡ଼ା ଜବାବ; କହିଲେ- ଆସାମ ଇତିହାସ ବିଷୟରେ ନ ଜାଣି କିଛି କହିବା ଉଚିତ ନୁହେଁ

Published By : Prameya-News7 Bureau | December 08, 2023 IST

ନୂଆଦିଲ୍ଲୀ: ଆସାମକୁ ନେଇ କପିଲ ଶିବଲ ଦେଇଥିବା ବୟାନରେ ଜବାବ ରଖିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା। ଆସାମ ଦିନେ ମିଆଁମାର ଅଂଶ ଥିଲା ବୋଲି ଶିବଲ କହିଥିଲେ। ହିମନ୍ତ ବିଶ୍ୱ ଶର୍ମା ଶିବଲଙ୍କ ଦାବିକୁ ଖଣ୍ଡନ କରିବା ସହ ଜବାବ ଦେଇ କହିଛନ୍ତି- ଯେଉଁମାନେ ଆସାମ ଇତିହାସ ବିଷୟରେ ଜାଣି ନାହାନ୍ତି ସେମାନେ ଏ ବିଷୟରେ କହିବ ଉଚିତ ନୁହେଁ।

ଶ୍ରୀ ଶର୍ମା କହିଛନ୍ତି "ଯେଉଁମାନେ କିଛି ଜାଣି ନାହାନ୍ତି ସେମାନେ କିଛି କହିବା ଉଚିତ ନୁହେଁ। ଆସାମ କେବେ ବି ମିଆଁମାରର ପାର୍ଟ ନଥିଲା। ସେଠାରେ କିଛି ସମୟ ପାଇଁ ଯୁଦ୍ଧ ହୋଇଥିଲା। ତାହା ହିଁ ପ୍ରକୃତ କାରଣ। ନହେଲେ ମୁଁ ଏମିତି କୌଣସି ତଥ୍ୟ ପାଇ ନାହିଁ ଯେଉଁଠି ଆସାମକୁ ମିଆଁମାରର ଅଂଶ ବୋଲି କୁହାଯାଇଛି।"

ଡିସେମ୍ବର ୫  ତାରିଖରେ ନାଗରିକ ଆଇନ ୧୯୫୫ର  ଧାରା ୬ଏର ବୈଦ୍ଧତାକୁ ନେଇ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନର ଶୁଣାଣି ବେଳେ କପିଲ ଶିବଲ ଆସାମକୁ ମିଆଁମାରର ଅଂଶ ବୋଲି କହିଥିଲେ। ବ୍ରିଟିସ ଯୁଦ୍ଧ କରି ଜିତିବା ପରେ ଆସାମକୁ ବ୍ରିଟିଶ ସରକାରଙ୍କୁ ଦିଆଯାଇଥିଲା ବୋଲି ଶିବଲ କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.