‘ଥରୁରଙ୍କୁ ଭୋଟ୍ ଦେଇଥିବା କଂଗ୍ରେସ ନେତା ଶୀଘ୍ର ବିଜେପିରେ ଯୋଗଦେବେ’: ହିମନ୍ତ ବିଶ୍ବଶର୍ମା

Published By : Prameya-News7 Bureau | November 13, 2022 IST

ନୂଆଦିଲ୍ଳୀ, ୧୩/୧୧: କଂଗ୍ରେସ୍ ଅଧ୍ୟକ୍ଷ ନିର୍ବାଚନକୁ ନେଇ ତାତ୍ସଲ୍ୟ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା। ସେ କହିଛନ୍ତି ଯେଉଁମାନେ ଶଶି ଥରୁରଙ୍କୁ ଭୋଟ୍ ଦେଇଥିଲେ ସେମାନେ ବିଜେପିରେ ଯୋଗଦେଇପାରନ୍ତି।

ଏକ ରିପୋର୍ଟ ଅନୁଯାୟୀ,‘ କଂଗ୍ରେସର ଏହି ଅନ୍ତରୀଣ ନିର୍ବାଚନର ଫଳାଫଳ ଭୋଟ୍ ଗଣତି ପୂର୍ବରୁ ହିଁ ଆସିଯାଇଥିଲା। କେବଳ କଂଗ୍ରେସରେ ଥିବା ୧୦୦୦ ପ୍ରତିନିଧି ଯେଉଁମାନେ ଶଶି ଥରୁରଙ୍କୁ ଭୋଟ୍ ଦେବାକୁ ସାହସ କରିଥିଲେ। ମୁଁ ଭାବୁଛି ସେମାନେ ଶୀଘ୍ର ବିଜେପିରେ ଯୋଗଦେଇପାରନ୍ତି।

ସୂଚନାଯୋଗ୍ୟ, ଅକ୍ଟୋବର ୧୭ ରେ ହୋଇଥିବା କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ଖଡଗେଙ୍କୁ ୭୮୯୭ ଭୋଟ୍ ମିଳିଥିବାବେଳେ ଥରୁରଙ୍କୁ ୧,୦୭୨ ଭୋଟ୍ ମିଳିଥିଲା। ଖଡଗେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ସହଜରେ ଥରୁରଙ୍କୁ ହରାଇ ୨୪ ବର୍ଷ ମଧ୍ୟରେ ପ୍ରଥମ ଅଣଗାନ୍ଧୀ ଭାବରେ କଂଗ୍ରେସ ସଭାପତି ହୋଇଥିଲେ। ଥରୁର, ଦଳର ବରିଷ୍ଠ ନେତା ମଲ୍ଳିକାର୍ଜୁନ ଖଡଗେଙ୍କ ସହ ନିର୍ବାଚନ ଲଢ଼ିଥିଲେ। ସେ କହିଥିଲେ ଯେଉଁମାନଙ୍କଠାରେ ସାହସର ଅଭାବ ଥିବ କେବଳ ସେମାନେ ହିଁ ବିଜେପିରେ ଯୋଗଦେବେ।

ଏହାପରେ ଅକ୍ଟୋବର ୧୯ରେ ଖଡଗେ ଅଧ୍ୟକ୍ଷ ପଦ ଦାୟିତ୍ବ ନେଇଥିଲେ।  ଖଡଗେ କହିଥିଲେ ଯେ ଦେଶର ଗଣତନ୍ତ୍ର ବିପଦରେ ଥିବା ସମୟରେ ଏଭଳି ଭାବରେ ସାଙ୍ଗଠନିକ ନିର୍ବାଚନ କରି ଦେଶର ଗଣତନ୍ତ୍ରକୁ ମଜବୁତ କରିବାର ଏକ ଉଦାହରଣ ଦେଇଛି କଂଗ୍ରେସ।

ଏକ ଗଣମାଧ୍ୟମ ସମ୍ମିଳନୀରେ ଖଡଗେ କହିଥିଲେ ଯେ କଂଗ୍ରେସ ଲଗାତାର ଭାବରେ ଗଣତନ୍ତ୍ରକୁ ଉନ୍ନତ କରିଆସିଛି ଏବଂ ଭାରତର ସମ୍ବିଧାନକୁ ସଂରକ୍ଷିତ କରିଆସିଛି ବିଗତ ୭୫ ବର୍ଷ ଧରି। ଏହା ସହ ଖଡଗେଙ୍କୁ ପ୍ରଂଶସା ମଧ୍ୟ କରିଥିଲେ, ଏବଂ ସେ କହିଥିଲେ ଦଳ କିପରି କାର୍ଯ୍ୟ କରିବ ସେନେଇ ଥରୁରଙ୍କ କଥା ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.