ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

୨ ସପ୍ତାହ ହେଲା ଶାନ୍ତ ରହିଥିବା ହିମାଂଶି ଖୁରାନା ଓ ଶେହନାଜଙ୍କ ମଧ୍ୟରେ ମାରପିଟ୍, ଭିଡିଓ ହେଲା ଭାଇରାଲ

22/11/2019 at 5:22 PM

ମୁମ୍ବାଇ୨୨|୧୧: ସଲମାନ ଖାନଙ୍କ ରିୟାଲିଟି ଶୋ’ ବିଗ୍‌ବସ୍‌ ୧୩ରେ ଅନେକ ଜିନିଷ ଦେଖିବାକୁ ମିଳେ। ଘର ଭିତରେ ଆଜି ଯିଏ ସାଙ୍ଗ ଥିବ ହୁଏ ତ ଗେମ୍‌ ପାଇଁ କାଲି ସିଏ ବଦଳିଯିବ।ସେହିଭଳି ଚଳିତ ସିଜିନରେ ପ୍ରତିଯୋଗୀଙ୍କ ମଧ୍ୟରେ ହୋଇଥିବା ଗ୍ରୁପ୍‌ରେ ଏବେ ଧୀରେ ଧୀରେ ଫାଟ ସୃଷ୍ଟି ହୋଇଛି।

ପଞ୍ଜାବର ଶେହନାଜ ଗିଲ ଓ ହିମାଂଶି ଖୁରାନା ପରସ୍ପର ଶତୃ ହୋଇ ମଧ୍ୟ ଏକା ସହ ଖେଳୁଥିଲେ। ହେଲେ ଏବେ ଉଭୟଙ୍କ ଶତୃତା ସାମ୍ନାକୁ ଆସିଛି।ଘର ଭିତରେ ଦୁହେଁ ଏମିତି ଝଗଡା ଲାଗିଲେ ଯେ, ଉଭୟଙ୍କର ମାରପିଟ୍‌ ହୋଇଥିଲା।ହିମାଂଶି ଘରକୁ ୱାଇଲ୍ଡ କାର୍ଡ ଦ୍ବାରା ଆସିଥିଲେ।ମାତ୍ର ୨ ସପ୍ତାହ ପୂର୍ବରୁ ସେ ଘରେ ଏଣ୍ଟ୍ରି କରିଥିଲେ।

ହିମାଂଶି ଘରେ ଏଣ୍ଟ୍ରି କରିବା ପରଠୁ ଶେହନାଜଙ୍କ ସହ କଥା ବାର୍ତ୍ତା କରିନଥିଲେ। ଶେହନାଜ ତାଙ୍କ ସହ କଥା ହେବାକୁ ଚେଷ୍ଟା କରିଥିଲେ ସତ,  କିନ୍ତୁ ହିମାଂଶି ତାଙ୍କ ସହ କଥା ହେବାକୁ ଚାହୁଁନଥିଲେ। ନିକଟରେ ଏକ ପ୍ରମୋ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଉଭୟ ପରସ୍ପରଙ୍କ ସହ ଜୋରସୋରରେ ଝଗଡା କରିବାରେ ନଜର ଆସିଛନ୍ତି।

ସୂଚନାଯୋଗ୍ୟ ଯେ, ଅପକମିଂ ଏପିସୋଡ୍‌ରେ ଏହା ଦେଖିବାକୁ ମିଳିବ। କୌଣସି କାରଣ ନେଇ ଦୁହେଁ ମାରପିଟ୍‌ ହେଉଥିବା ଏହି ଭିଡିଓରେ ଦେଖାଯାଉଛନ୍ତି।ହିମାଂଶି କହୁଛନ୍ତି ଯେ, “ବାହାର ଛୋଡ ଦିଆ ଥା ନା ତୁମ୍ହେଁ”…।ପରେ ଶେହନାଜ ମଧ୍ୟ ଦି ପଦ କହିଛନ୍ତି ଓ ଦୁହେଁଙ୍କ ମଧ୍ୟରେ ଗଣ୍ଡୋଗଳ ହୋଇଛି।

ସେହି ସମୟରେ ହିମାଂଶି ଶେହନାଜଙ୍କୁ ଧକ୍କା ମାରିଛନ୍ତି। ଘରର ଅନ୍ୟ ସଦସ୍ୟମାନେ ଉଭୟଙ୍କୁ ଅଟକାଇଥିଲେ। ଏଥର ଘରର କ୍ୟାପଟେନ୍‌ ହିମାଂଶି ହେବେ। ସିର୍ଦ୍ଧାର୍ଥ ଟାସ୍କ ଜିତିଥିଲେ ସତ କିନ୍ତୁ ଶେଫାଲି ଏହି ଟାସ୍କର ସଂଚାଳକ ଥିଲେ ଓ ସେ ହିମାଂଶିଙ୍କୁ କ୍ୟାପଟେନ କରିଛନ୍ତି।ଯେଉଁଥିପାଇଁ ଘରେ ଝଗଡା ହୋଇଛି।

   Related Posts