ଆସୀମ୍ ରିୟାଜ କରିଥିଲେ ପ୍ରପୋଜ, ଏବେ ହିମାଂଶୀ କହୁଛନ୍ତି ଏମିତି…

Published By : Prameya-News7 Bureau | March 12, 2020 IST

ମୁମ୍ବାଇ ୧୨/୩: ବିଗ୍ ବସ୍ ୧୩ରେ ଅନେକ ନୂଆ ଯୋଡ଼ି ହୋଇଛି। ଏହି ଯୋଡ଼ିଗୁଡ଼ିକ ମଧ୍ୟରେ ଗୋଟିଏ ଆସୀମ ରିୟାଜ ଏବଂ ହିମାଂଶୀ ଖୁରାନାଙ୍କ ଯୋଡ଼ି। ଆସୀମ ରିୟାଜ ବିଗ୍ ବସ୍ ଘରେ ହିମାଂଶୀଙ୍କୁ ବିବାହ କରିବା ପାଇଁ ପ୍ରପୋଜ କରିଥିଲେ।

{"id":236945,"sizeSlug":"large"}

ବିଗ୍ ବସ୍ ଘରୁ ବାହାରେ ଆସିବା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ଦେଖିବାକୁ ମିଳୁଛି। ଆସିମଙ୍କ ଫ୍ରେଣ୍ଡ ଶ୍ରୃତି ତୂଲୀ କହିଥିଲେ ଯେ ଆସିମ୍ ଏବଂ ହିମାଂଶୀ ଲିଭ-ଇନରେ ରହୁଛନ୍ତି। ଆସିମଙ୍କ ପରିବାର ଉଭୟଙ୍କ ସମ୍ପର୍କରେ ଖୁସି ନାହାନ୍ତି।

{"id":236946,"sizeSlug":"large"}

ହିମାଂଶୀ ଖୁରାନା ଉଭୟଙ୍କ ରିଲେସନଶିପକୁ କନଫର୍ମ କରି ଦେଇଛନ୍ତି ଏବଂ ଉଭୟଙ୍କ ସମ୍ପର୍କରେ ସବୁକିଛି ଠିକ୍ ଚାଲିଛି।

{"id":236947,"sizeSlug":"large"}

ହିମାଂଶୀଙ୍କୁ ​‌ଯେତେବେଳେ ଡେଟିଂ ବିଷୟରେ ପଚରାଯାଇଥିଲା ସେତେବେଳେ ସେ କହିଥିଲେ ଯେ ସେମାନେ ପରସ୍ପରକୁ ଡେଟ୍ କରୁଛନ୍ତି। ହିମାଂଶୀ ଏବେ ବିବାହ କରିବା ପ୍ରଶ୍ନକୁ ପୁଣି ଥରେ ଏଡ଼ାଇ ଦେଇଛନ୍ତି।

{"id":236948,"sizeSlug":"large"}

ହିମାଂଶୀ କହିଛନ୍ତି ଯେ ,‘ ବିବାହ ଏବେ ହେବନି,ଏହା ତରବରିଆ ନିଷ୍ପତ୍ତି ହେବ। ଦୁହେଁ ବିବାହ କରିବାକୁ ଚାହୁଁଛନ୍ତି କିନ୍ତୁ ଏବେ ନୁହେଁ’।

{"id":236949,"sizeSlug":"large"}

ହିମାଂଶୀ କହିଛନ୍ତି,‘ ତାଙ୍କ ପରିବାର ସେମାନଙ୍କ ସମ୍ପର୍କକୁ ଗ୍ରହଣ କରିଛନ୍ତି। ଦୁହେଁ ପରସ୍ପରକୁ ଭଲ ପାଇବା ଜରୁରୀ। ଆପଣ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍ ଜୋନସଙ୍କୁ ଦେଖି ପାରିବେ।’

{"id":236952,"width":585,"height":442,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.