scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଧର୍ମ ପାଇଁ ଅଲଗା ହେଲେ ଅସୀମ୍‌-ହିମାଂଶୀ, ପୋଷ୍ଟ କରି ଦେଲେ ସୂଚନା

7/12/2023 at 8:17 AM

ମୁମ୍ଵାଇ ୦୭।୧୨: ରିଆଲିଟି ଶୋ ବିଗ୍ ବସ୍-୧୩ର ଫେମ୍‌ ହିମାଂଶୀ ଖୁରାନା ଏବଂ ଅସୀମ ରିଆଜ । ଦୁହିଁଙ୍କ ପ୍ରେମ ସମ୍ପର୍କ ସେଠାରୁ ଆରମ୍ଭ ହୋଇଥିଲା। ଶୋ’ରେ ଦୁହିଁଙ୍କୁ ଭାବରେ ଅସୀମ ଏବଂ ହିମାନଶୀଙ୍କୁ ବହୁତ ପସନ୍ଦ କରାଯାଇଥିଲା । ଶୋ’ରୁ ବାହାରିବା ପରେ ମଧ୍ୟ ଦୁହେଁ ଖୋଲାଖୋଲି ଭାବେ ନିଜ ସମ୍ପର୍କକୁ ଅଫିସିଆଲ୍‌ ଥିଲେ। କେବଳ ଏତିକି ନୁହେଁ ଉଭୟେ ଅନେକ ମ୍ୟୁଜିକ୍ ଭିଡିଓରେ ଏକାଠି କାମ କରିଛନ୍ତି। ବର୍ତ୍ତମାନ ଉଭୟଙ୍କ ପ୍ରଶଂସକଙ୍କ ପାଇଁ ଦୁଃଖ ଖବର ଆସୁଛି। ଏବେ ଦୁହିଁଙ୍କ ରାସ୍ତା ଅଲଗା ହୋଇଯାଇଛି। ହିମାଂଶୀ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ପ୍ରଶଂସକଙ୍କୁ ଏହି ସୂଚନା ଦେଇଛନ୍ତି।

ହିମାଂଶୀ ପୋଷ୍ଟ କରି ନିଜର ବ୍ରେକଅପ୍ କନଫର୍ମ କରିଛନ୍ତି ଏବଂ ଏହି ନିଷ୍ପତ୍ତି ପଛର କାରଣ ମଧ୍ୟ ଦେଇଛନ୍ତି। ହିମାଂଶୀ ଲେଖିଛନ୍ତି,”ମୁଁ ଏବଂ ଅସୀମ ଏବେ ଆଉ ଏକାଠି ନାହୁଁ, ଆମେ ଦୁହେଁ ଯେଉଁ ସମୟ ଏକାଠି ବିତାଇଛୁ ତାହା ଆମ ପାଇଁ ସ୍ପରଣୀୟ ହୋଇ ରହିବ। ଆମ ଦୁହିଁଙ୍କ ସମ୍ପର୍କ ଏହି ପର୍ଯ୍ୟନ୍ତ ଥିଲା। ଆମ ଦୁହିଁଙ୍କ ସମ୍ପର୍କ ଅଦ୍ଭୁତ ଥିଲା, ବର୍ତ୍ତମାନ ଆମେ ଦୁହେଁ ନିଜ ନିଜ ରାସ୍ତାରେ ଯିବାକୁ ନିଷ୍ପତ୍ତି ନେଇଛୁ। ଆମେ ନିଜ ନିଜ ଧର୍ମକୁ ସମ୍ମାନ କରୁ। ଏଥିପାଇଁ ନିଜର ପ୍ରେମକୁ ବଳିଦାନ ଦେଉଛୁ, କାହିଁକି ନା ଆମ ଦୁହିଁଙ୍କ ଧର୍ମ ଭିନ୍ନ ଅଟେ। ତେବେ ଆମ ମନରେ କାହା ପ୍ରତି ଘୃଣା ନାହିଁ, ପ୍ରଶଂସକମାନେ ଆମର ଗୋପନୀୟତାକୁ ଗୁରୁତ୍ୱ ଦେବେ ବୋଲି ମୋର ବିଶ୍ୱାସ।”

୩ ବର୍ଷର ସମ୍ପର୍କ ପରେ ଦୁହେଁ ଆପୋଷ ବୁଝାମଣାରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ହିମାଂଶୀ ଏହି ପୋଷ୍ଟ ମାଧ୍ୟମରେ ତାଙ୍କର କଥା ରଖିଥିଲା ବେଳେ ଅସୀମ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି, ନା କୌଣସି ପୋଷ୍ଟ କରିଛନ୍ତି। ଏହି ଖବର ଶୁଣିବା ପରେ ତାଙ୍କ ପ୍ରଶଂସକଙ୍କ ହୃଦୟ ଭାଙ୍ଗିଯାଇଛି। ହିମାଂଶୀ ପଞ୍ଜାବ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଏକ ଜଣାଶୁଣା ନାମ ଏବଂ ଅସୀମ ଜଣେ ମଡେଲ ଏବଂ ଟିଭି ଶୋ’ରେ ମଧ୍ୟ ଅଭିନୟ କରିଛନ୍ତି ।

   Related Posts