ପ୍ରେମରେ ପଡିଲେ ହିମାଂଶୁ କୋହଲି, ଏହି ଡ୍ୟାନ୍ସରଙ୍କ ସହ ରୋମାଣ୍ଟିକ୍ ଡେଟ୍ରେ ଆସିଲେ ନଜର
8/02/2023 at 11:59 AM

ମୁମ୍ବାଇ ୦୮।୦୨: ଅଭିନେତା ହିମାଂଶୁ କୋହଲି। କିଛି ବର୍ଷ ପୂର୍ବରୁ ହିମାଂଶୁ-ନେହା ରିଲେଶନଶିପ୍ରେ ଥିଲେ। ହେଲେ ହଠାତ୍ ଦୁହେଁ କୌଣସି କାରଣରୁ ଅଲଗା ହୋଇଯାଇଥିଲେ। ସେମାନଙ୍କ ବ୍ରେକଅପ୍ ଖବର ଚର୍ଚ୍ଚାରେ ଥିଲା। ବର୍ତ୍ତମାନ ନେହାଙ୍କ ପୂର୍ବତନ ପ୍ରେମିକ ହିମାଂଶୁ ପୁଣିଥରେ ତାଙ୍କ ପର୍ସନାଲ ଲାଇଫ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି । ତାଙ୍କ ଜୀବନରେ ପୁଣି ପ୍ରେମ ଆସିଛି ।ସେ କାହାକୁ ଡେଟ କରୁଛନ୍ତି ବୋଲି ଏକ ଗୁଜବ ରହିଛି।
ବାସ୍ତବରେ ହିମାଂଶୁ କୋହଲିଙ୍କ କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ହିମାଂଶୁ ଡ୍ୟାନ୍ସର ତଥା କୋରଓଗ୍ରାଫର ଶକ୍ତି ମୋହନଙ୍କ ସହ ବସିଥିବାର ଦେଖିବାକୁ ମିଳିବ। ଉଭୟଙ୍କୁ ଦେଖି ଲାଗୁଛି ଯେ ସେମାନେ ଏକ ରୋମାଣ୍ଟିକ୍ ଡେଟରେ ଆସିଛନ୍ତି । ଭିଡିଓଗୁଡିକରେ ସେମାନଙ୍କର କେମେଷ୍ଟ୍ରି ଖୁବ୍ ସୁନ୍ଦର ଦିଶୁଥିଲା। ହେଲେ ଏହି ଫୁଟେଜ ଭାଇରାଲ ହେବା ମାତ୍ରେ ହିମାଂଶ କୋହଲି ଶକ୍ତି ମୋହନଙ୍କୁ ଡେଟ କରୁଥିବା ଖବର ଚାରିଆଡେ ବ୍ୟାପିଗଲା।
ସୋସିଆଲ ମିଡିଆରେ ପ୍ରଶଂସକମାନେ ମଧ୍ୟ ଫଟୋ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସେମାନେ ମଧ୍ୟ ଅନୁଭବ କରୁଛନ୍ତି ଯେ ଦୁହିଁଙ୍କ ମଧ୍ୟରେ କିଛି ଚାଲିଛି। ଶକ୍ତି ମୋହନ ଜଣେ ଲୋକପ୍ରିୟ ନୃତ୍ୟଶିଳ୍ପୀ ଏବଂ କୋରିଓଗ୍ରାଫର୍ । ସେ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ଟିଭି ଶୋ’ର ବିଜେତା ମଧ୍ୟ ହୋଇଛନ୍ତି। ତାଙ୍କୁ କିଛି ମ୍ୟୁଜିକ୍ ଭିଡିଓ ତଥା ଫିଲ୍ମରେ ମଧ୍ୟ ଦେଖିବାକୁ ମିଳିଛି।