ବାରଣାସୀ ୧୬।୪: କିନ୍ନର ମହାମଣ୍ଡଳେଶ୍ୱର ହିମାଙ୍ଗୀ ସଖୀ ବାରଣାସୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ହେବେନି। ତାଙ୍କୁ ନିର୍ବାଚନରେ ପ୍ରାର୍ଥୀ କରିଥିବା ଅଖିଳ ଭାରତ ହିନ୍ଦୁ ମହାସଭା ଏହା କହିଛି। କାରଣ ହିନ୍ଦୁ ମହାସଭା ଏ ନେଇ ନିଜର ନିଷ୍ପତ୍ତି ପ୍ରତ୍ୟାହାର କରିଥିବା କହିଛି। ସନ୍ଥ ମହାସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷ ସ୍ୱାମୀ ଚକ୍ରପାଣି ମହାରାଜ ଏ ନେଇ ଭିଡିଓ ଜାରି କରି ସୂଚନା ଦେଇଛନ୍ତି। ତେବେ କିନ୍ନର ମହାମଣ୍ଡଳେଶ୍ୱର ହିମାଙ୍ଗୀ ସଖୀ କହିଛନ୍ତି ଯେ ତାଙ୍କୁ ମିଛ କଥା କୁହାଯାଇଥିଲା ଓ ତାଙ୍କ ସହିତ ଧୋକା ହୋଇଛି।
स्वामी चक्रपाणि ने देश की सभी पार्टियों से अपील की है कि प्रधानमंत्री मोदी का सम्मान करते हुए अपने-अपने प्रत्याशी चुनाव मैदान से हटा लें।
— Mukesh Mathur (@mukesh1275) April 16, 2024
...क्या महान संस्कार और मूल्य हैं।#sarcasm #chakrpani #Election2024
pic.twitter.com/sExjd9DMxs
ଅଖିଳ ଭାରତୀୟ ହିନ୍ଦୁ ମହାସଭା ନିଷ୍ପତ୍ତି ପ୍ରତ୍ୟାହାର କରିଥିବା ବେଳେ ଆଗକୁ କଣ କରାଯିବ ସେ ନେଇ ହିମାଙ୍ଗୀ ସକ୍ଷୀଙ୍କ ପକ୍ଷରୁ କିଛି କୁହାଯାଇନି। ତେବେ ଚର୍ଚ୍ଚା ହେଉଛି ସେ ନିର୍ବାଚନ ଲଢିବେନି। ହେଲେ କିଛି ଲୋକେ ଏହା ମଧ୍ୟ କହୁଛନ୍ତି ହିନ୍ଦୁ ମହାସଭାର ନିଷ୍ପତ୍ତି ପ୍ରତ୍ୟାହାର ପରେ କିନ୍ନର ମହାମଣ୍ଡଳେଶ୍ୱର ହିମାଙ୍ଗୀ ସଖୀ ଅନ୍ୟ ପାର୍ଟି ଅଥବା ସ୍ୱାଧୀନ ଭାବେ ନିର୍ବାଚନ ଲଢିପାରନ୍ତି। ଅଖିଳ ଭାରତୀୟ ହିନ୍ଦୁ ମହାସଭା ଅଧ୍ୟକ୍ଷଙ୍କ ଭିଡିଓ ସୂଚନା ପରେ ହିମାଙ୍ଗୀ ସଖୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ବାରଣାସୀରୁ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ପ୍ରାର୍ଥୀ ନ ଦେବା ପାଇଁ ଅଖିଳ ଭାରତୀୟ ହିନ୍ଦୁ ମହାସଭା ନିଷ୍ପତ୍ତିରେ ହିମାଙ୍ଗୀ ସଖୀ ତାଙ୍କ ସହ ଧୋକା କରାଯାଇଥିବା କହିଛନ୍ତି। ସେ ଏକ୍ସ ରେ ଏକ ପୋଷ୍ଟ କରି ସ୍ୱାମୀ ଚକ୍ରପାଣିଙ୍କୁ ନିର୍ବାଚନ ଆୟୋଗଙ୍କ ପତ୍ର ସେୟାର କରିଛନ୍ତି। ଏଥିରେ ଚକ୍ରପାଣି ତାଙ୍କୁ ମିଛ କହିଥିବା ହିମାଙ୍ଗୀ ସକ୍ଷୀ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ ନିର୍ବାଚନ ଆୟୋଗ ଚକ୍ରପାଣି ନିର୍ବାଚନରେ ପ୍ରାର୍ଥୀ ଦେଇ ପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଏହା ସତ୍ତ୍ୱେ ସେ ମୋତେ ପ୍ରାର୍ଥୀ କରିବା ପାଇଁ ଘୋଷଣା କରି ଧୋକା ଦେଇଥିବା କହିଛନ୍ତି। ତେବେ ସେ ଆଗାମୀ ଲୋକସଭା ନିର୍ବାଚନ ଲଢିବେ କି ନା ସେ ନେଇ ସ୍ପଷ୍ଟ ରୂପେ କିଛି କହି ନାହାନ୍ତି।
Chakrapani Swami lied ye letter nirvachan ayog ka hai jo chakrapani ko beja Kai vo chunav pratiyasi nahi uttar saktai hai phir bhi uttara ham say Dhoka Kiya pic.twitter.com/jeUP5rbS3L
— Mahamandaleshwar Hemangi Sakhi Maa (@hemangisakhi) April 15, 2024
ତେବେ କିନ୍ନର ମହାମଣ୍ଡଳେଶ୍ୱର ବାରଣାସୀରେ ମୋଦିଙ୍କ ବିରୋଧରେ ପ୍ରାର୍ଥୀ ହେବା ଖବର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ହିମାଙ୍ଗୀ ସଖୀ ରାତାରାତ ଶିରୋନାମା ପାଲଟିଥିବା ବେଳେ ବିଭିନ୍ନ ଗଣମାଧ୍ୟମରେ ତାଙ୍କ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ତେବେ ନିର୍ବାଚନ ସଂକେତ ନିମନ୍ତେ ହିନ୍ଦୁ ମହାସଭାର ଆବେଦନକୁ ନିର୍ବାଚନ ଆୟୋଗ ଅଗ୍ରାହ୍ୟ କରିଦେବା ପରେ ଚକ୍ରପାଣିଙ୍କ ଏପରି ବୟାନ ଆସିଛି। ଯାହାକୁ ହିମାଙ୍ଗୀ ସଖୀ ତାଙ୍କ ସହ ଧୋକା ବୋଲି କହିଛନ୍ତି।