ଲକଡାଉନ୍ ଗିଫ୍ଟ : ୩୦ ବର୍ଷରେ ପ୍ରଥମଥର ପାଇଁ ସାହାରନପୁରରୁ ଦେଖାଗଲା ହିମାଳୟ, ପ୍ରଦୂଷଣ ହ୍ରାସରୁ ମିଳିଲା ସୁଯୋଗ

Published By : Prameya-News7 Bureau | April 30, 2020 IST

ଲକ୍ଷ୍ନୌ, ୩୦|୦୪: ସାରା ଦେଶରେ କରୋନା ଭାଇରସର ସଂକ୍ରମଣ ରୋକିବା ପାଇଁ ଲକଡାଉନ୍ ଘୋଷଣା କରାଯାଇଛି । ଉତ୍ତର ପ୍ରଦେଶର ସାହାରାନପୁରରେ ଏହାକୁ କଡାକଡି ଭାବେ ପାଳନ କରାଯାଉଛି । ଫଳରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଲୋକମାନେ ମଧ୍ୟ ନିଜ ନିଜ ଘର ମଧ୍ୟରେ ରହୁଛନ୍ତି । ଏପରିକି ଅନେକ ଶିଳ୍ପାନୁଷ୍ଠାନ ମଧ୍ୟ ବନ୍ଦ ରହିଛି । ତେଣୁ ଏହି ସହରରେ ପ୍ରଦୂଷଣ ମାତ୍ରା କମିଯାଇଛି । ଏଠାରେ ଏକ୍ୟୁଆଇ ୫୦ ତଳେ ରହିଛି । ଫଳରେ ଏଠାରୁ ୩୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ହିମାଳୟର ଶୃଙ୍ଗ ଦେଖାଯାଉଛି ।

ଏପ୍ରିଲ ପ୍ରଥମ ସପ୍ତାହରେ ପଞ୍ଜାବ ଜଳନ୍ଧର ବାସିନ୍ଦା ସକାଳୁ ଉଠିବା ପରେ ହିମାଚଳ ପ୍ରଦେଶର ଧଉଳାଧର ପାହାଡ ଦେଖି ଚକିତ ହୋଇପଡିଥିଲେ । ସାହାରନପୁରବାସୀ ପୂର୍ବରୁ ତାଙ୍କ ଗୁରୁଜନଙ୍କ ଠାରୁ କେବଳ ହିମାଳୟ ଦେଖାଯାଉଥିବା କଥା ଶୁଣିଥିଲେ କିନ୍ତୁ ଲକଡାଉନ୍ ପାଇଁ ପ୍ରଥମ ଥର ପାଇଁ ଏହା ଦେଖିବାକୁ ସୁଯୋଗ ପାଇଥିଲେ ।

wp:core-embed/twitter {"url":"https://twitter.com/rameshpandeyifs/status/1255339125206589443?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1255339125206589443\u0026ref_url=https%3A%2F%2Fwww.news18.com%2Fnews%2Fbuzz%2Fsaharanpur-wakes-up-to-view-of-himalayan-peaks-after-30-years-as-lockdown-clears-up-air-2599443.html","type":"rich","providerNameSlug":"twitter","className":""}
https://twitter.com/rameshpandeyifs/status/1255339125206589443?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1255339125206589443&ref_url=https%3A%2F%2Fwww.news18.com%2Fnews%2Fbuzz%2Fsaharanpur-wakes-up-to-view-of-himalayan-peaks-after-30-years-as-lockdown-clears-up-air-2599443.html
/wp:core-embed/twitter

ସରକାରୀ ଅଧିକାରୀ ସଞ୍ଜୟ କୁମାରଙ୍କ କହିବାନୁସାରେ, ସାହାରନପୁରରୁ ହିମାଳୟ ଶୃଙ୍ଗର ଦୂରତା ହେଉଛି ୨୦୦ କିମି । ଏହା କ୍ୱଚିତ୍ ଦେଖିବାକୁ ମିଳେ । ସେମାନେ ଗତ କିଛି ଦଶନ୍ଧୀ ଧରି ଏପରି ଦୃଶ୍ୟ ଦେଖିବାକୁ ପାଇନଥିଲେ ।  ଆଇଏଫଏସ ଅଫିସର ରମେଶ ପାଣ୍ଡେ କହିଛନ୍ତି ଯେ, ତାଙ୍କଘରଟୁ ଗଙ୍ଗୋତ୍ରୀର ଶୃଙ୍ଗ ଦେଖାଯାଉଛି । ଯାହା ସମସ୍ତଙ୍କୁ ଚକିତ କରିଛି । କେବଳ ଲକଡାଉନ୍ ନୁହେଁ ବର୍ଷା ପାଇଁ ମଧ୍ୟ ପ୍ରଦୂଷଣ କମିଯାଇଛି ।

wp:core-embed/twitter {"url":"https://twitter.com/martanz/status/1255363109247737857?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1255363109247737857\u0026ref_url=https%3A%2F%2Fwww.news18.com%2Fnews%2Fbuzz%2Fsaharanpur-wakes-up-to-view-of-himalayan-peaks-after-30-years-as-lockdown-clears-up-air-2599443.html","type":"rich","providerNameSlug":"twitter","className":""}
https://twitter.com/martanz/status/1255363109247737857?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1255363109247737857&ref_url=https%3A%2F%2Fwww.news18.com%2Fnews%2Fbuzz%2Fsaharanpur-wakes-up-to-view-of-himalayan-peaks-after-30-years-as-lockdown-clears-up-air-2599443.html
/wp:core-embed/twitter

ଏହି ଫଟୋକୁ ଦୁଷ୍ଯନ୍ତ ନାମକ ଜଣେ ଇନକକମ୍ ଟ୍ୟାକସ୍ ଇନସପେକ୍ଟର ଉଠାଇଛନ୍ତି । ସେ ଏହାକୁ ଟ୍ୱିଟରେ ସେୟାର ମଧ୍ୟ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.