ଦିଲ୍ଲୀରେ ଏ ବର୍ଷର ସବୁଠାରୁ କମ୍ ତାପମାତ୍ରା ରେକର୍ଡ: ହିମାଚଳରେ ଜିରୋରୁ ତଳକୁ ଖସିଲା ପାରଦ

Published By : Prameya-News7 Bureau | December 19, 2020 IST

ନୂଆଦିଲ୍ଲୀ ୧୯/୧୨ : ଦେଶର ରାଜଧାନୀ ଦିଲ୍ଲୀରେ ଶନିବାର ଦିନ ମଧ୍ୟ ଥଣ୍ଡାର ପ୍ରକୋପ ଜାରି ରହିଛି। ରାଜଧାନୀରେ ସର୍ବନିମ୍ନ ତାପମାତ୍ରା ହ୍ରାସ ୩.୯ ଡିଗ୍ରୀ ହୋଇଛି ଯାହା ଏହି ଋତୁର ଏବେସୁଦ୍ଧାର ସର୍ବନିମ୍ନ ତାପମାତ୍ରା। ପାଣିପାଗ ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ସହରର ପାଣିପାଗ ସମ୍ବନ୍ଧୀୟ ତାଲିକା ଉପଲବ୍ଧ କରୁଥିବା ସଫଦରଗଞ୍ଜ ବୈଧଶାଲାରେ ସର୍ବନିମ୍ନ ତାପମାତ୍ରା ୩.୯ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ଯାହା ସାମାନ୍ୟ ତାପମାତ୍ରା ଠାରୁ ୪ ଡିଗ୍ରୀ କମ୍। ଅପରପକ୍ଷରେ ସର୍ବାଧିକ ତାପମାତ୍ରା ପାଖାପାଖି ୨୧ ଡିଗ୍ରୀ ଅନୁମାନ କରାଯାଇଛି। 

{"id":379649,"sizeSlug":"large","linkDestination":"none"}

ଭାରତୀୟ ପାଣିପାଗ ବିଭାଗ କହିଛି ଯେ ଦିଲ୍ଲୀରେ ହିମାଳୟ କ୍ଷେତ୍ରର ଥଣ୍ଡା ପବନର ପ୍ରକୋପ ଜାରି ରହିଛି। ଲୋଧି ରୋଡ଼ ଅଞ୍ଚଳରେ ତାପମାତ୍ରା ୩.୩ ଡିଗ୍ରୀ ଓ ଆୟାନଗରରେ ୩.୪ ଡିଗ୍ରୀ ରେକର୍ଡ କରାଯାଇଛି। ଶୁକ୍ରବାର ଦିନ ଜାଫରପୁରରେ ସର୍ବନିମ୍ନ ତାପମାତ୍ରା ୨.୭ ଡିଗ୍ରୀ ରେକର୍ଡ କରାଯାଇଥିଲା। ହିମାଚଳ ପ୍ରଦେଶ କେଲାଙ୍ଗରେ ଜିରୋ ତଳକୁ ଖସିଯାଇଥିଲା। ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଶନିବାର ଦିନ କେଲାଙ୍ଗ, କଳ୍ପା, ମନାଲି, ସୋଲନ, ଚମ୍ବା ଓ ମଣ୍ଡିରେ ତାପମାତ୍ରା ଜିରୋରୁ ତଳକୁ ଖସିଯାଇଛି।

{"id":379650,"sizeSlug":"large","linkDestination":"none"}

ଶିମଲା ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନମୋହନ ସିଂହ କହିଛନ୍ତି ଯେ ଲାହୌଲ-ସ୍ପିତି ଜିଲ୍ଲାର ପ୍ରଶାସନିକ କେନ୍ଦ୍ର କେଲାଙ୍ଗ ଶୂନରୁ ୧୨.୧ ଡିଗ୍ରୀ ସେଲସିୟସ ତାପମାନ ସହ ସବୁଠାରୁ ଥଣ୍ଡା ଅଞ୍ଚଳ ରେକର୍ଡ ହୋଇଛି। ମନାଲିରେ ସର୍ବନିମ୍ନ ତାପମାନ ଜିରୋରୁ ଏକ ଡିଗ୍ରୀ ସେଲସିୟସରୁ ତଳକୁ ରେକର୍ଡ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.