ହିମାଚଳରେ ପୁଣି ହୀମପାତ, କେଲଙ୍ଗରେ ତାପମାତ୍ରା ବିଯୁକ୍ତ ୯.୯ ଡିଗ୍ରି ସେଲସିୟସ୍

Published By : Prameya-News7 Bureau | November 27, 2020 IST

କୁଫରୀ ୨୭।୧୧: ହିମାଚଳ ପ୍ରଦେଶ କଳ୍ପା ଓ କୁଫୁରୀରେ ଶୁକ୍ରବାର ତାଜା ହୀମପାତ ହୋଇଛି। ଏହି ସମୟରେ କେଲଙ୍ଗର ତାପମାତ୍ରା ବିଯୁକ୍ତ ୯.୯ ଡିଗ୍ରି ସେଲସିୟସ୍‌ରେ ପହଞ୍ଚିଛି। କଳ୍ପାରେ ତୁଷାରପାତ ସହ କିନ୍ନୁର ଜିଲ୍ଲାରେ ୧୭ ସେଣ୍ଟିମିଟର ବରଫ ପଡିଛି। ତେବେ କୁଫରୀ ପତଳା ବରଫଚାଦରରେ ଆଚ୍ଛାଦିତ ହୋଇଛି। ଏଠି ୧ ସେମି ବଳରେ ବରଫ ପଡିଥିବା ଶିମଲା ମେଟ୍ରୋଲଜିକାଲ ସେଣ୍ଟର ନିର୍ଦ୍ଦେଶକ କହିଛନ୍ତି।

{"id":368706,"width":577,"height":324,"sizeSlug":"large"}

ଲାହୁଲ ଓ ସ୍ପତି କେନ୍ଦ୍ରରୁ ମିଳୁଥିବା ସୂଚନା ଅନୁସାରେ ଏବେ କେଲଙ୍ଗ ରାଜ୍ୟର ସବୁଠାରୁ ଶୀତଳ ସହର। ରାଜ୍ୟର ଅନ୍ୟତମ ପର୍ଯ୍ୟଟକ ସହର ମନାଲୀରେ ବରଫ ପାତ ସହ ତାପମାତ୍ରା ବିଯୁକ୍ତ ୧.୨ ଡିଗ୍ରି ସେଲସିୟସକୁ ପହଞ୍ଚିଛି। ତେବେ କଳ୍ପାରେ ତାପମାତ୍ରା ଏବେ ବିଯୁକ୍ତ ୩.୬ ଡିଗ୍ରିକୁ ଖସିଛି। ଶିମଲାରେ ତାପମାତ୍ରା ଏବେବି ୫ ଡିଗ୍ରି ସେଲସିୟସ୍ ଅଛି। ଉନାରେ ଗୁରୁବାର ସର୍ବାଧିକ ୨୭ ଡିଗ୍ରି ତାପମାତ୍ରା ଥିବା ପାଣିପାଗ ବିଭାଗ ସୂତ୍ରରୁ ଜାରି ସୂଚନାରେ କୁହାଯାଇଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.