ଭୂମିକମ୍ପରେ ଥରିଲା ହିମାଚଳ ପ୍ରଦେଶ, ରିକ୍ଟର ସ୍କେଲରେ ତୀବ୍ରତା ୨.୫

Published By : Prameya-News7 Bureau | August 15, 2022 IST

ନୂଆଦିଲ୍ଲୀ,୧୫/୮ : ଭୂମିକମ୍ପରେ ଥରିଛି ହିମାଚଳ ପ୍ରଦେଶର ଚମ୍ବା । ସୋମବାର ସକାଳେ ଚମ୍ବାରେ କମ୍ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ଏଥିରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ । ତେବେ ଭୂକମ୍ପ ପରେ ଲୋକେ ଘରୁ ବାହାରି ଆସିଥିବା ଦେଖିବାକୁ ମିଳିଛି ।

ପାଣିପାଗ ବିଭାଗର କହିବାନୁସାରେ, ଜିଲ୍ଲା ଓ ଆଖପାଖ ଅଞ୍ଚଳରେ ସକାଳ ୭ଟା ୧୦ରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳୀ ଥିଲା ଚମ୍ବା । ଭୂପୃଷ୍ଠରୁ ୧୦ କିମି ତଳେ ଏହା କେନ୍ଦ୍ରୀଭୃତ ହୋଇଥିଲା । ରିକ୍ଟର ସ୍କେଲରେ ଯାହାର ତୀବ୍ରତା ଥିଲା ୨.୫ ।

କିଛି ସମୟ ପାଇଁ ଝଟକା ଅନୁଭୂତ ହେଲା ପରେ ଲୋକେ ଘରୁ ବାହାରି ଆସିଥିଲେ । ଆଉ କେହି କେହି ସୁରକ୍ଷିତ ଏବଂ ଖୋଲ ସ୍ଥାନକୁ ଚାଲି ଯାଇଥିଲେ । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି ।

ସୂଚନାଯୋଗ୍ୟ, କିଛିଦିନ ଆଫଗାନିସ୍ତାନରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଯାହା ଭୟଙ୍କର ଥିଲା । ଯେଉଁଥିରେ ୧୦୦୦ରୁ ଅଧିକ ଲୋକେ ପ୍ରାଣ ହରାଇଥିଲେ । ଏହି ସମୟରେ ଭାରତ ଆଫଗାନିସ୍ତାନକୁ ଆବଶ୍ୟକୀୟ ସାହାଯ୍ୟ ପ୍ରଦାନ କରିଥିଲା ।

ଭୂମିକମ୍ପର ଏହି ଝଟକା ପାକିସ୍ତାନରେ ମଧ୍ୟ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ଥିଲା । ଏହାର କେନ୍ଦ୍ରସ୍ଥଳୀ ଆଫଗାନିସ୍ତାନର ଦକ୍ଷିଣପୂର୍ବ ଥିଲା । ସେହିପରି ନେପାଳରେ ମଧ୍ୟ ଭୂମିକମ୍ପର ଝଟକା ଲାଗିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.