ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ଭୋଟ ଦେବ ହିମାଚଳ ପ୍ରଦେଶ: ୪୧୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ରାଜ୍ୟବାସୀ, ସକାଳ ୮ଟାରୁ ମତଦାନ

12/11/2022 at 7:27 AM

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ସମସ୍ତ ୬୮ ବିଧାନସଭା ଆସନ ଉପରେ ଶନିବାର ନଭେମ୍ୱର ୧୨ରେ ମତଦାନ ହେବ । ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇ ସଂଧ୍ୟା ସାଢେ ୫ଟା ପର୍ଯ୍ୟନ୍ତ ଚାଲିବ । ଚଳିତ ଥର ରାଜ୍ୟର ୫୫,୯୨,୮୨୮ ମତଦାତା ନିର୍ବାଚନୀ ରଣକୁ ଓହ୍ଲାଇଥିବା ୪୧୨ ଜଣ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ । ୨୪ ଜଣ ମହିଳା ଏଥର ମୈଦାନରେ ଅଛନ୍ତି । ଡିସେମ୍ୱର ୮ରେ ମତଗଣନା ହେବ।

ହିମାଚଳ ପ୍ରଦେଶରେ ମୋଟ ଭୋଟରଙ୍କ ମଧ୍ୟରୁ  ୬୭,୫୫୯  ସେବା ମତଦାତା, ୨୨ ପ୍ରବାସୀ ଭାରତୀୟ ତଥା ୫୫,୨୫,୨୪୭ ସାଧାରଣ ମତଦାତା ଅଛନ୍ତି । ରାଜ୍ୟରେ ପୁରୁଷଙ୍କ ଅପେକ୍ଷା ମହିଳା ମତଦାତାଙ୍କ ସଂଖ୍ୟା ଅଧିକ ଅଛି । ୨୮,୫୪,୯୪୫ ମହିଳା ଭୋଟର ଥିବା ବେଳେ ୨୭,୩୭,୮୪୫ ପୁରୁଷ ଭୋଟର ଅଛନ୍ତି । ଅନ୍ୟପଟେ ତୃତୀୟ ଲିଙ୍ଗର ୩୮ ଜଣ ଭୋଟର ଅଛନ୍ତି । ମତଦାନ ପାଇଁ ପ୍ରବାସୀ ଭୋଟରଙ୍କୁ ସେମାନଙ୍କ ପାସପୋର୍ଟ ଦେଖାଇବାକୁ ପଡିବ।

ରାଜ୍ୟରେ ମୁକ୍ତ ଏବଂ ଅବଧା ନିର୍ବାଚନ କରାଇବା ପାଇଁ ସୁରକ୍ଷା-ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏଥିରେ ସୀମାରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ରାଜ୍ୟ ପୋଲିସର ୧୧,୮୮୦ ଯବାନ, ୮,୩୮୧ ହୋମାଗର୍ଡ ଯବାନଙ୍କ ସହ ରିଜର୍ଭ ପୋଲିସର ୬୭ କମ୍ପାନି ମୁତୟନ ହୋଇଛନ୍ତି । ମତଦାନ ପାଇଁ ରାଜ୍ୟ ସରକାରଙ୍କ ୩୧,୫୩୬ କର୍ମଚାରୀ ନିୟୋଜିତ ଅଛନ୍ତି । ନିର୍ବାଚନ ପାଇଁ ୭,୮୮୧ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି । ଏଥିରେ ୭,୨୩୫ ଗ୍ରାମୀଣ ଏବଂ ୬୪୬ ସହରୀ କ୍ଷେତ୍ରରେ ରହିଛି । ୧୫୭ ମତଦାନ କେନ୍ଦ୍ର ମହିଳାକର୍ମୀ ଦ୍ୱାରା ପରିଚାଳିତ ହେବ।

   Related Posts