ତୈଳରେ ୩ଟଙ୍କା VAT ବଢାଇଲେ ହିମାଚଳ ପ୍ରଦେଶ ସରକାର, ରାଜ୍ୟରେ ମହଙ୍ଗା ହେବ ଡିଜେଲ

Published By : Prameya-News7 Bureau | January 08, 2023 IST

ଶିମଲା ୮।୧: ରାଜ୍ୟରେ ଇନ୍ଧନ ମୂଲ୍ୟ ନେଇ ହିମାଚଳ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ନିକଟରେ ବିଧାନସଭା ନିର୍ବାଚନ ଜିତି ସରକାର ଗଢିଥିବା ସୁଖବିନ୍ଦର ସିଂହ ସୁଖୁ ସରକାର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ସହ ଡିଜେଲ ଉପରେ ଭାଟ୍ ବୃଦ୍ଧି ଘୋଷଣା କରିଛନ୍ତି। ଏଣୁ ରାଜ୍ୟରେ ଡିଜେଲ ମହଙ୍ଗା ହୋଇଥିବା ବେଳେ ଜିଜେଲରେ ଚାଲୁଥିବା ବାହନ ମାଲିକଙ୍କ ପକେଟ୍ ଢିଲା ହେବ। ଇନ୍ଧନ ମୂଲ୍ୟ ବୃଦ୍ଧି ସାଙ୍ଗକୁ ସରକାର ପୁରୁଣା ପେନସନ ଯୋଜନା ଉପରେ ମଧ୍ୟ ବଡ ନିଷ୍ପତ୍ତି ନେଇଛନ୍ତି।

{"id":730546,"width":839,"height":444,"sizeSlug":"full","linkDestination":"none"}

ହିମାଚଳ ପ୍ରଦେଶ ସରକାର ଡିଜେଲ ଉପରେ ମୂଲ୍ୟ ଯୁକ୍ତ ଶୁଳ୍କ (ଭାଟ) ୩ ଟଙ୍କା ବୃଦ୍ଧି କରିଛନ୍ତି। ଫଳରେ ରାଜ୍ୟରେ ଡିଜେଲ ଦରରେ ୯.୯୬ ପ୍ରତିଶତ ମୂଲ୍ୟ ବୃଦ୍ଧି ହୋଇଛି। ଏହି ବର୍ଦ୍ଧିତ ମୂଲ୍ୟ ଶନିବାର ମଧ୍ୟରାତ୍ରରୁ ରାଜ୍ୟରେ ଲାଗୁ ହୋଇଛି। ଏ ନେଇ ସରକାରଙ୍କ ନୋଟିଫିକେସନ ଅନୁସାରେ ଡିଜେଲ ଲିଟର ପିଛା ଦରରେ ୭ଟଙ୍କା ୪୦ ପଇସା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ଡିଜେଲ ମହଙ୍ଗା ହେବା ଯୋଗୁ ରାଜ୍ୟରେ ମାଲ ପରିବହନ ଭଢା ବୃଦ୍ଧି ସହ ଅତ୍ୟାବଶକୀୟ ସାମଗ୍ରୀ ଦର ବଢିବ ବୋଲି ଆଶଙ୍କା କରାଯାଉଛି।

{"id":730547,"width":838,"height":696,"sizeSlug":"full","linkDestination":"none"}

ପେଟ୍ରୋଲ ଓ ଡିଜେଲ ଉପରେ ଭାଟ ଅସୁଲ ହାର ରାଜ୍ୟ ଅନୁଯାୟୀ ପୃଥକ। ଏହି କାରଣ ଯୋଗୁ ପେଟ୍ରୋଲ ପମ୍ପରେ ତୈଳ ଦର ମଧ୍ୟ ରାଜ୍ୟ ଅନୁସାରେ ଅଲଗା ହେଉଛି। ରିପୋର୍ଟ ଅନୁସାରେ ହିମାଚଳ ପ୍ରଦେଶରେ ଅଲଗା ଅଲଗା କମ୍ପାନୀଙ୍କ ଇନ୍ଧନ ଷ୍ଟେସନରେ ବୃଦ୍ଧି ପରେ ଡିଜେଲ ଦର ମଧ୍ୟ ପୃଥକ ପୃଥକ ହେବ। ରାଜ୍ୟରେ ଡିଜେଲ ମହଙ୍ଗା ହୋଇଥିବା ବେଳେ ପେଟ୍ରୋଲ ମୂଲ୍ୟରେ ସାମାନ୍ୟ ରିହାତି ରହିଛି। ରାଜ୍ୟ ସରକାର ପେଟ୍ରୋଲ ଦରରେ ଭାଟ ୦.୫୫ ପଇସା କମ୍ କରିଛନ୍ତି। ଏଣୁ ଡିଜେଲ ଭଳି ରାଜ୍ୟରେ ଅଲଗା ଅଲଗା ପେଟ୍ରୋଲ ପମ୍ପରେ ପେଟ୍ରୋଲ ମୂଲ୍ୟ ମଧ୍ୟ କମ୍‌ ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.