Himachal Pradesh Exit Poll: ହିମାଚଳ ପ୍ରଦେଶରେ ବିଜେପି-କଂଗ୍ରେସ ମଧ୍ୟରେ କଡା ଟକ୍କର
5/12/2022 at 7:47 PM

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ ସୋମବାର ସନ୍ଧ୍ୟାରେ ସରିବା ପରେ ସାମ୍ନାକୁ ଆସିଛି ଏକଜିଟ୍ ପୋଲ୍। ଗୁଜରାଟ ସହ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ପୂର୍ବରୁ ଅନେକ ଜାତୀୟ ଗଣମାଧ୍ୟମ ଦ୍ଵାରା ହୋଇଥିବା ଏକଜିଟ୍ ପୋଲ୍ ସାମ୍ନାକୁ ଆସିଛି। ଗୁଜରାଟରେ ବିଜେପି ପୁଣି ଥରେ ବାଜିମାତ୍ କରୁଥିବା ବେଳେ ହିମାଚଳ ପ୍ରଦେଶର ପରମ୍ପରା ବଦଳିବ ବୋଲି ଏକଜିଟ୍ ପୋଲ୍ରେ ପୂର୍ବାନୁମାନ କରାଯାଇଛି। ହିମାଚଳ ପ୍ରଦେଶରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡା ଟକ୍କର ହୋଇଥିଲେ ହେଁ ବିଜେପି ନିର୍ବାଚନ ଜିତିବ ବୋଲି ଅଧିକାଂଶ ଏକଜିଟ୍ ପୋଲରେ ଅନୁମାନ କରାଯାଇଛି। ପ୍ରାୟତଃ ଅଧିକାଂଶ ଜାତୀୟ ଗଣମାଧ୍ୟମ ଦ୍ଵାରା ହୋଇଥିବା ଏକଜିଟ୍ ପୋଲରେ ବିଜେପି ଆଗରେ ରହିଥିବା ବେଳେ ଦ୍ଵିତୀୟରେ ରହିଛି ହିମାଚଳ ପ୍ରଦେଶ। ଆପ୍ ଏକକ ସଂଖ୍ୟା ବିଶିଷ୍ଟ ଆସନ ଜିତିବାର ସମ୍ଭାବନା ରହିଛି। ତେବେ ଆଜତକ୍ ଏକ୍ସିସ୍ ମାଇଁ ଇଣ୍ଡିଆ ଏକଜିଟ୍ ପୋଲ୍ ଅନୁଯାୟୀ ହିମାଚଳରେ ପରମ୍ପରା ବଦଳିବ ନାହିଁୱ। ଏଠାରେ କଂଗ୍ରେସକୁ ବିଜୟ ମିଳିବାର ସମ୍ଭାବନା ରହିଛି।
ହିମାଚଳ ପ୍ରଦେଶରେ ପ୍ରତି ୫ ବର୍ଷରେ ସରକାର ପରିବର୍ତ୍ତନ ହେବାର ପରମ୍ପରା ଏ ଯାଏଁ ଜାରି ରହିଛି। ତେବେ ଏଥର ଏହି ପରମ୍ପରା ବଦଳିବାର ଯଥେଷ୍ଟ ସମ୍ଭାବନା ରହିଛି। ବିଜେପି ବିଧାନସଭା ନିର୍ବାଚନ ଜିତି ଇତିହାସ ରଚିବ ବୋଲି ଏକଜିଟ୍ ପୋଲ୍ରେ ପୂର୍ବାନୁମାନ କରାଯାଇଛି। ଗତ ନିର୍ବାଚନରେ ବିଜେପି ୪୪ଟି ଆସନ ଜିତିଥିବା ବେଳେ କଂଗ୍ରେସକୁ ୨୧ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଥିଲା। ତେବେ ଏଥର ଆମ୍ ଆଦମୀ ପାର୍ଟି ମଇଦାନକୁ ଓହ୍ଲାଇବାରୁ ନିର୍ବାଚନ ରୋମାଞ୍ଚକର ହୋଇଛି।
ହିମାଚଳ ପ୍ରଦେଶର ମୋଟ୍ ବିଧାନସଭା ଆସନ ସଂଖ୍ୟା- ୬୮
ନ୍ୟୁଜ୍ ୧୮ ସର୍ଭେ
ବିଜେପି- ୩୬
କଂଗ୍ରେସ- ୩୦
ଆପ୍- ୦
ଅନ୍ୟ-୨
ଜି-ନ୍ୟୁଜ୍ ସର୍ଭେ
ବିଜେପି- ୩୫ ରୁ ୪୦
କଂଗ୍ରେସ- ୨୦ରୁ ୨୫
ଆପ୍- ୦ରୁ ୩
ଅନ୍ୟ- ୧ ରୁ ୫
ଇଣ୍ଡିଆ ନ୍ୟୁଜ୍ ଜନ କି ବାତ୍
ବିଜେପି- ୩୨ ରୁ ୪୦
କଂଗ୍ରେସ- ୨୭ରୁ ୩୪
ଆପ୍- ୦
ଅନ୍ୟ- ୧ରୁ ୨
ଟାଇମ୍ସ ନାଓ
ବିଜେପି- ୩୮
କଂଗ୍ରେସ- ୨୮
ଆପ୍- ୦
ଅନ୍ୟ- ୨
ଆଜତକ୍ ଏକ୍ସିସ୍ ମାଇଁ ଇଣ୍ଡିଆ
ବିଜେପି- ୨୪ ରୁ ୩୪
କଂଗ୍ରେସ- ୩୦ ରୁ ୪୦
ଆପ୍- ୦
ଅନ୍ୟ- ୩ ରୁ ୪