ଗୁଜରାଟରେ ଇତିହାସ ରଚିବା ଅଭିମୁଖେ ବିଜେପି, ହିମାଚଳରେ ଲାଗିପାରେ ଝଟ୍‌କା

Published By : Prameya-News7 Bureau | December 08, 2022 IST

ଅହମଦାବାଦ ୦୮/୧୨: ଗୁଜରାଟ ଓ ହିମାଚଳ ପ୍ରଦେଶରେ କିଏ ମାରିବ ବାଜି, କିଏ ଗଢିବ ସରକାର, ତା’ ଉପରେ ରହିଛି ସମସ୍ତଙ୍କ ନଜର । ତେବେ ଗୁଜୁରାଟରେ ଇତିହାସ ଚରିବା ଅଭିମୁଖେ ବିଜେପି । ସକାଳ ୮ଟାରୁ ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଚାଲିଛି । ଗୁଜରାଟରେ ବିଜେପି ବହୁତ ଆଗରେ ରହିଥିବା ବେଳେ କଂଗ୍ରେସ ପଛରେ ପଡିଛି ।

ଗୁଜରାଟରେ ବିଜେପି ୧୫୩ ସିଟରେ ଆଗୁଆ ରହିଛି ଆଉ କଂଗ୍ରେସ ୧୯ ଟି ସିଟ୍‌ରେ ଆଗୁଆ ରହିଛି । ତେବେ ହିମାଚଳ ପ୍ରଦେଶରେ କଡା ଟକ୍କର ଦେଖିବାକୁ ମିଳିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ପାଇଁ ଖୁସିଖବର ଶୁଣିବାକୁ ମିଳୁଛି । ମଣ୍ଡି ଜିଲ୍ଲାର ସିରାଜ ସିଟ୍‌ରେ ସିଏମ ତଥା ବିଜେପି ପ୍ରାର୍ଥୀ ଜୟରାମ ଠାକୁର ୨୭ ହଜାର ଭୋଟରେ ଆଗୁଆ ଅଛନ୍ତି । ସେହିଭଳି କଂଗ୍ରେସ ଆଶାୟୀ ପ୍ରାର୍ଥୀ ଚେତରାମ ଠାକୁର ୮ ହଜାରରୁ ଅଧିକ ଭୋଟରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

ଗୁଜରାଟରେ ମୋଟ ୧୮୨ ବିଧାନସଭା ଆସନ ପାଇଁ ଭୋଟ୍ ଗଣତି ହେଉଛି । ବିଜେପି ୨୭ ବର୍ଷ ଧରି ଗୁଜରାଟରେ ଶାସନ କରିଆସୁଛି । ସପ୍ତମଥର ପାଇଁ ମଧ୍ୟ ପଦ୍ମ ଦଳ କ୍ଷମତାକୁ ଫେରିବା ନେଇ ଦୃଢ଼ ଆଶାୟୀ ରହିଛି । ବିଜେପି ଗୁଜରାଟରେ ବିପୁଳ ଜନମତ ହାସଲ କରିବ ବୋଲି ବିଭିନ୍ନ ଏଗଜିଟ୍ ପୋଲ ଗୁଡ଼ିକ ଦର୍ଶାଇଛନ୍ତି । ଗୁଜରାଟରେ ଶାସକ ବିଜେପି ୧୧୭ରୁ ୧୫୧ ଆସନ ଜିତିବା ନେଇ ଆକଳନ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.