ହିମାଚଳ କିନୌର ଜିଲ୍ଲାରେ ଭୂମିକମ୍ପ ଛଟକା, ରିକ୍ଟର ସ୍କେଲ ତିବ୍ରତା ୩.୪ ରେକର୍ଡ

Published By : Prameya-News7 Bureau | December 17, 2022 IST

ସିମ୍‌ଲା: ହିମାଚଳ ପ୍ରଦେଶରେ ଭୂମିକମ୍ପ ଛଟକା । ବିଳମ୍ବିତ ରାତିରେ ଭୂମିକମ୍ପ ଅନୁଭୁତ ହୋଇଛି । କିନୌର ଜିଲ୍ଲାରେ ପୁଣି ଥରେ ଭୂକମ୍ପ ଝଟକା ଲାଗିଛି । ରିକ୍ଟର ସ୍କେଲରେ ୩.୪ ତିବ୍ରତା ରେକର୍ଡ କରାଯାଇଛି । ଭୂମିକମ୍ପ ପରେ କିଛି ସମୟ ପାଇଁ ଲୋକେ ଭୟଭୀତ ହୋଇଥିଲେ ।

ଶୁକ୍ରବାର ବିଳମ୍ବିତ ରାତିରେ ମୃଦୁ ଭୂମିକମ୍ପ ଅନୁଭୁତ ହୋଇଥିଲା । ଭୂମିକମ୍ପର କେନ୍ଦ୍ରସ୍ଥଳୀ ହିମାଚଳ ପ୍ରଦେଶର କିନୌର ଜିଲ୍ଲା ଚାଙ୍ଗେ ଅଞ୍ଚଳର ଭୂପୃଷ୍ଠରୁ ୫ କିଲୋମିଟର ଭିତରେ ରହିଛି । ସିମଲା ପାଣିପାଗ ବିଭାଗ ଭୂକମ୍ପ ନେଇ ସ୍ପଷ୍ଟ କରିଛି । ଭୂମିକମ୍ପର ତିବ୍ରତା ୩.୪ ରେକର୍ଡ କରାଯାଇଛି । ସ୍ଥାନୀୟ ଅଞ୍ଚଳରେ କୌଣସି ପ୍ରକାର କ୍ଷୟକ୍ଷତି ହୋଇନଥିଲେ ମଧ୍ୟ କିଛି ସମୟ ପାଇଁ ଭୟଭୀତ ହୋଇଯାଇଥିଲେ ଲୋକ ।  

ଏହା ପୂର୍ବରୁ ୧୬ ଡିସେମ୍ବରରେ କୁଲ୍ଲୁ ଓ ମଣ୍ଡି ଜିଲ୍ଲାରେ ଭୂମିକମ୍ପ ଅନୁଭୁତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୧ ରେକର୍ଡ କରାଯାଇଥିଲା । ଏହାର କେନ୍ଦ୍ରସ୍ଥଳୀ ମଣ୍ଡି ଠାରୁ ୨୭ କିଲୋମିଟର ଉତ୍ତର-ପଶ୍ଚିମରେ ରହିଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.