ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ

Published By : Prameya-News7 Bureau | September 26, 2022 IST

ନୂଆଦିଲ୍ଲୀ ୨୬/୦୯: ହିମାଚଳ ପ୍ରଦେଶର କୁଲୁରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୭ ଜଣ ପ୍ରାଣ ହରାଇଛନ୍ତି । ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଛି। ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଟ୍ରାଭେଲର ଗାଡ଼ି ବଡ଼ ଗାତରେ ଖସି ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୭ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୧୦ ଜଣ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସ୍ଥାନୀୟ ବିଜେପି ବିଜେପି ବିଧାୟକ ସୁରେନ୍ଦ୍ର ଶୈଳୀ ଫେସବୁକ ଲାଇଭରେ ଦୁର୍ଘଟଣା ସଂପର୍କରେ ପ୍ରଥମେ ସୂଚନା ଦେଇଥିଲେ । ଏହି ଟ୍ରାଭେଲର ଗାଡ଼ିରେ ରାଜସ୍ଥାନ, ମଧ୍ୟପ୍ରଦେଶ, ହରିୟାଣା ଓ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟର ପର୍ଯ୍ୟଟକ ଥିଲେ। ରାତିରେ ଦୁର୍ଘଟଣା ଘଟିଥିବାରୁ ଉଦ୍ଧାର କାର୍ଯ୍ୟ ବିଳମ୍ବିତ ହୋଇଥିଲା । ହିମାଚଳପ୍ରଦେଶ ବଞ୍ଜାରରେ ୩୦୫ ନମ୍ବର ଜାତୀୟ ରାଜପଥରେ ଜଲୋଡା ନିକଟରେ ରବିବାର ରାତିରେ ଏହି ଦୁର୍ଘଟଣା ଘଟିଥିଲା । ଆହତ ମାନଙ୍କର କୁଲୁ ଜୋନାଲ୍ ହସ୍ପିଟାଲରେ ଚିକିତ୍ସା ଚାଲିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.